ଭାଜପା ଦଖଲରେ ପରଜଙ୍ଗ

ପରଜଙ୍ଗ, ୧୩।୩(ଡି.ଏନ୍‌.ଏ.): ଦୀର୍ଘ ୨୦ବର୍ଷ ପରେ ବଦଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ପଞ୍ଚାୟତ ସମିତିର ରାଜନୈତିକ ସମୀକରଣ। ବିଜେଡି ଗଡ଼ ଭାବେ ପରିଚିତ ଏହି ବ୍ଲକର ସମିତି ଅଧ୍ୟକ୍ଷା ପଦବୀ ହାତେଇ ନେଇଛି ଭାଜପା। କଙ୍କଡ଼ାସୋଡ଼ା ପଞ୍ଚାୟତର ସମିତିସଭ୍ୟା ତଥା ଭାଜପା ନେତ୍ରୀ ଶର୍ମିଷ୍ଠା ଦଳବେହେରା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। କଙ୍କିଳି ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟା ମମତା ପାଣି ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେ ଶର୍ମିଷ୍ଠାଙ୍କଠାରୁ ୧୮-୧୧ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଦୀର୍ଘ ଦୁଇଦଶନ୍ଧି ପରେ ବ୍ଲକ ଅଧ୍ୟକ୍ଷ ପଦବୀରୁ ବିଜେଡି କ୍ଷମତାଚ୍ୟୁତ ହେବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଥିବା ବେଳେ ଭାଜପା ଶିବିରରେ ଉତ୍ସାହ ଦେଖାଦେଇଛି।
ଅଧ୍ୟକ୍ଷ ପଦବୀରେ ନିର୍ବାଚନ ଲାଗି ଶନିବାର ବ୍ଲକ ସଭାଗୃହ ପରିସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଜ୍ଞାତବାସରେ ଥିବା ବ୍ଲକର ମୋଟ୍‌ ୨୯ ସମିତିସଭ୍ୟ ସିଧାସଳଖ ଆସି ପହଞ୍ଚତ୍ଥିଲେ। ଭାଜପା ନିକଟରେ ମ୍ୟାଜିକ୍‌ ସଂଖ୍ୟା ପାଇଁ ୧୭ଜଣଙ୍କ ସମର୍ଥନ ରହିଥିବା ସତ୍ତ୍ୱେ ବିଜେଡି ତରଫରୁ ମମତା ପ୍ରାର୍ଥୀ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ଶର୍ମିଷ୍ଠା ଏବଂ ମମତା ନାମାଙ୍କନପତ୍ର ଦାଖଲ କରିଥିଲେ। ଶର୍ମିଷ୍ଠାଙ୍କୁ ୧୮ ଏବଂ ମମତାଙ୍କୁ ୧୧ ଖଣ୍ଡ ଭୋଟ ମିଳିଥିଲା। ଅଜ୍ଞାତବାସରେ ବିଜେଡି ଶିବିରରେ ୧୨ ସମିତିସଭ୍ୟ ଥିବା ବେଳେ ଜଣେ କ୍ରସ୍‌ ଭୋଟିଂ କରିଥିଲେ। ସବୁଠାରୁ ରୋଚକ କଥା, ବ୍ଲକ କାର୍ଯ୍ୟାଳୟ ବାହାରେ ଶର୍ମିଷ୍ଠାଙ୍କ ହଜାର ହଜାର ସମର୍ଥକ ରହିଥିବାବେଳେ ମମତାଙ୍କୁ ନୈତିକ ସମର୍ଥନ ଜଣାଇବାକୁ କୌଣସି ଦଳୀୟ ନେତା କି କର୍ମୀ ନ ଥିଲେ। ଆବଶ୍ୟକ ସମର୍ଥନ ନ ଥିବା ସତ୍ତ୍ୱେ ମମତାଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ବିଜୟ ପରେ ନବ ନିର୍ବାଚିତା ଅଧ୍ୟକ୍ଷା ଶର୍ମିଷ୍ଠା ନିଜ ପ୍ରତିକ୍ରିୟାରେ କୁହନ୍ତି, ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଅବହେଳିତ ବର୍ଗଙ୍କୁ ସହାୟତା ଯୋଗାଇଦେବା, ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri