ଜବରଦଖଲରେ ପାରାଦୀପ ବନ୍ଦର ଟ୍ରଷ୍ଟ ଜମି

ଯାଜପୁର ଅଫିସ,୧୨ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୩୪.୪୬ ଏକର ଜମି ଗତ ୧୦ ବର୍ଷ ହେଲା ଜବରଦଖଲରେ ରହିଛି। ଏହି ଜମିରେ ଫାର୍ମ ହାଉସ, କ୍ରଶର, ମୋରମ ଖାଦାନ ଇତ୍ୟାଦି ବେଆଇନ କାମ ଚାଲିଥିବା ଅଭିଯୋଗ ହୋଇଛି। ଏହାସହ ୧୪.୪୨ ଏକର ଜମିର ପତ୍ତା ମିଳୁନି। ଏହି କ୍ରମରେ ଜବରଦଖଲ ଜମିର ଉପଯୁକ୍ତ ତଦନ୍ତ କରି ସମ୍ପୃକ୍ତ ଜବରଦଖଲକାରୀ ଏବଂ ଏଥିରେ ସହଯୋଗୀ ପାଲଟିଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା, ଜିତେନ୍ଦ୍ର ସାହୁ, ପ୍ରକାଶ ଦାସ ଓ ପ୍ରଦୀପ ପ୍ରଧାନ ଗୁରୁବାର ସିବିଆଇର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ରହ୍ମପୁରଶାସନ ଗ୍ରାମର ଖାତା ନଂ.୨୨ ଓ ପ୍ଲଟ ନଂ.୪୧୬, ୪୧୯, ୪୫୫, ୪୫୯ ଓ ୪୭୨ରେ ସମୁଦାୟ ୩୪.୪୬ ଏକର ଜମି ପାରାଦୀପ ବନ୍ଦର ଟ୍ରଷ୍ଟ ନାମରେ ରହିଛି। ତେବେ ଏଥିରୁ ୨୦.୦୪ ଏକର ଜମିକୁ ୧ା୧୧ା୨୦୦୭ରେ ଲାଇସେନ୍ସ ସୂତ୍ରରେ ୬ ବର୍ଷ ପାଇଁ ଶ୍ରୀବାସ ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେତେବେଳେ ଶ୍ରୀବାସ ଜେନାଙ୍କ ସହିତ କୌଣସି ଲିଜ୍‌ ଏଗ୍ରିମେଣ୍ଟ ହୋଇ ନ ଥିଲା। ତେବେ ଲାଇସେନ୍ସ ଚୁକ୍ତିର ଉଲ୍ଲଂଘନ କରିବାରୁ ୮ା୨ା୨୦୧୨ରେ ପାରାଦୀପ ବନ୍ଦର ଟ୍ରଷ୍ଟ କର୍ତ୍ତୃପକ୍ଷ ଜମି ନିଜ ହାତକୁ ନେଇ ଲାଇସେନ୍ସକୁ ବାତିଲ କରିଥିଲେ। ହେଲେ ବନ୍ଦର କର୍ତ୍ତୃପକ୍ଷ ଉକ୍ତ ଜମିରେ କୌଣସି କାର୍ଯ୍ୟ ନ କରିବାରୁ ଏଯାଏ ଜମି ଜେନାଙ୍କ କବ୍‌ଜାରେ ରହିଛି। ଏହାପରେ ଜେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାରୁ ମାମଲା ଏବେ ବି ବିଚାରାଧୀନ ରହିଥିବା ଆରଟିଆଇ ତଥ୍ୟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ବାକି ୧୪.୪୨ ଏକର ଜମି ଚିହ୍ନଟ ହୋଇ ପାରି ନ ଥିବାବେଳେ ତା’ର କୌଣସି ପତ୍ତା ମିଳୁନାହିଁ ବୋଲି ପାରାଦୀପ ବନ୍ଦର ଟ୍ରଷ୍ଟର ତକତ୍ାଳୀନ ସହକାରୀ ସମ୍ପାଦକ ଏ.କେ. ସାମଲ ଆରଟିଆଇ ତଥ୍ୟରେ ଉଲ୍ଲେଖ କରିଛନ୍ତି। ଏହି ମୂଲ୍ୟବାନ ଜମିକୁ କଳେବଳେ କୌଶଳେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜ ନାମରେ କରି ନେଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାରବାରରେ କେତେଜଣ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ବୋଲି ସୂଚନା ଅଧିକାର କର୍ମୀ ବେହୁରା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଯାଜପୁର ଓ କେନ୍ଦୁଝର ଜିଲାର ବିପୁଳ ପରିମାଣର ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇ ପାରାଦୀପ ବନ୍ଦର ଯୋଗେ ଦେଶ ବାହାରକୁ ରପ୍ତାନି ହେଉଥିଲା। ଏନେଇ କମିଶନ ୨୦୧୦-୧୧ରେ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ସମ୍ପୃକ୍ତ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରାଯାଇଥିଲା। ସିବିଆଇକୁ ଦେଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ଲାଇସେନ୍ସ ଚୁକ୍ତି ଖାରଜ ହେବା ପରେ ବି ଦଖଲ ଜମିକୁ ବନ୍ଦର କର୍ତ୍ତୃପକ୍ଷ ନିଜ ଅଧୀନକୁ ନେଇ ପାରି ନ ଥିଲେ। ବନ୍ଦର କର୍ତ୍ତୃପକ୍ଷ ଏବଂ ତହସିଲ ପ୍ରଶାସନର ମିଳିତ ସହଯୋଗରେ ଏହି ଜମିରୁ ବିପୁଳ ପରିମାଣର ମୋରମ ଲୁଟ୍‌ ହୋଇଥିବା ସହ ବ୍ୟବସାୟିକ ଅନୁଷ୍ଠାନ ଓ କ୍ରଶର ୟୁନିଟ୍‌ ଗଢ଼ି ଉଠିଛି । ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ଗୁରୁବାର ସନ୍ଧ୍ୟା ୬ଟା୨୫ରେ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri