ପରେଡ୍‌ ଗ୍ରାଉଣ୍ଡ ବନ୍ଦ, ଖେଳକୁଦରେ ସମସ୍ୟା

ରାଉରକେଲା ଅଫିସ,୧୪।୨: ରାଉରକେଲା ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡ ଖେଳ ପଡିଆକୁ ବନ୍ଦ ରଖାଯାଇଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡାବିତ୍‌ଙ୍କ ଖେଳକୁଦରେ ଅସୁବିଧା ହେଉଛି। ଫଳରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ହକି ବିଶ୍ୱକପ୍‌ ପୂର୍ବରୁ ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡକୁ ସୌନ୍ଦର୍ଯ୍ୟକରଣ କରାଯିବା ପରେ ସେଠାରେ ଖେଳକୁଦ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଗଲା। ଗତ ଜାନୁୟାରୀ ୨୬ରେ ଗ୍ରାଉଣ୍ଡରେ ଜିଲାସ୍ତରୀୟ ପରେଡ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାଉଣ୍ଡକୁ ବନ୍ଦ କରିଦିଆଗଲା। ଏଯାଏ ଏହି ଗ୍ରାଉଣ୍ଡ ଖୋଲାଯାଇ ନ ଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡାବିତ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ସ୍ତରୀୟ କବାଡି, ଫୁଟବଲ, ବେସବଲ ଖେଳାଳିଙ୍କ ଅଭ୍ୟାସ ବନ୍ଦ ରହିଛି। ସେହିପରି ବରିଷ୍ଠ ନାଗରିକଙ୍କ ମର୍ନିଂ ଓ୍ବାକ୍‌, ପୋଲିସ, ରେଲଓ୍ବେ କର୍ମଚାରୀଙ୍କ ଫିଟନେସ ଓ୍ବାକର୍‌ସ ସହିତ ଉଦିତନଗରର ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ କ୍ରୀଡ଼ା ଅଭ୍ୟାସ ବନ୍ଦ ହୋଇଯାଇଛି। ଏ ସମ୍ପର୍କରେ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ବାରିକ କୁହନ୍ତି, ଆମ ସ୍କୁଲରେ ଖେଳପଡିଆ ବହୁତ ଛୋଟ ଏବଂ ପିଲାସଂଖ୍ୟା ୧୫ଶହରୁ ଊର୍ଦ୍ଧ୍ୱ। ପଡିଆରେ ପାଦ ଥାପିବାକୁ ଜାଗାନାହିଁ। ପୂର୍ବରୁ ସ୍କୁଲ ପିଲାଙ୍କୁ ଉଦିତନଗର ପରେଡ ଗ୍ରାଉଣ୍ଡରେ ଖେଳିବାକୁ ଅନୁମତି ମିଳୁଥିଲା। ମାତ୍ର ଏବେ ଗ୍ରାଉଣ୍ଡଟି ବନ୍ଦ ହୋଇଥିବାରୁ ପିଲାଙ୍କ ଖେଳକୁଦରେ ସମସ୍ୟା ହେଉଛି ବୋଲି ବାରିକ କହିଥିଲେ। ସେହିପରି ମ୍ୟୁନିସିପାଲ କଲେଜର ଖେଳ ଶିକ୍ଷକ ସତ୍ୟନାରାୟଣ ରାଉତ ମତ ଦେଇଥିଲେ, ମ୍ୟୁନିସିପାଲ କଲେଜର ଆଥଲେଟିକ ମିଟ୍‌ ସବୁବର୍ଷ ପରେଡ ଗ୍ରାଉଣ୍ଡରେ ହୁଏ। ମାତ୍ର ଏବର୍ଷ ଗ୍ରାଉଣ୍ଡରେ ଖେଳ ପାଇଁ ରାଉରକେଲା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେଲେ। ଆମର ନିଜସ୍ବ ଖେଳ ପଡିଆ ନାହିଁ। ତେଣୁ ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବାକୁ ସମସ୍ୟା ହେଉଛି ବୋଲି ରାଉତ କହିଥିଲେ। ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାକୁ ପଚାରିବାରୁ ସେ କହିଲେ, ପରେଡ ଗ୍ରାଉଣ୍ଡ ଅନେକ ଜାତୀୟ ଫୁଟବଲ, ବେସବଲ ଓ ସଫ୍ଟବଲ ଖେଳାଳି ତିଆରି କରିଛି। ପଡିଆ ବନ୍ଦ ରହିବାରୁ ସ୍ଥାନୀୟ ଖେଳାଳିଙ୍କ ଅଭ୍ୟାସ ବନ୍ଦ ରହିଛି। ଆଗକୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାକୁ ରହିଛି। ତେଣୁ ଖେଳାଳିମାନଙ୍କ ନିୟମିତ ଅଭ୍ୟାସ ପାଇଁ ପରେଡ ଗ୍ରାଉଣ୍ଡ ନିହାତି ଆବଶ୍ୟକ ବୋଲି ବେହେରା କହିଥିଲେ। ଏ ସମ୍ପର୍କରେ ରାଉରକେଲା ଡେପୁଟି କମିଶନର ସୁଂଧାଶୁ ଭୋଇଙ୍କୁ ପଚାରିବାରୁ ରାଉରକେଲା ସ୍ମାର୍ଟସିଟି ବିଭାଗ ଏଯାଏ ମହାନଗର ନିଗମକୁ ଉକ୍ତ ଗ୍ରାଉଣ୍ଡ ହସ୍ତାନ୍ତର କରିନାହିଁ। ହସ୍ତାନ୍ତର ନେଇ ବିଚାରବିମର୍ଶ ଚାଲିଛି। ଖୁବ୍‌ଶୀଘ୍ର ପରେଡ ଗ୍ରାଉଣ୍ଡ ଖୋଲାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ, ମାଂସ ଦର ଆକାଶଛୁଆଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନ କୁ ଦିନ ଏହାର ସଂଖ୍ୟା ବଢ଼ୁଛି l ଏଥିପାଇଁ ଲକ୍‌ଡାଉନ୍‌ ଅବଧି ମଧ୍ୟ...

ଅସୁସ୍ଥ ସ୍ବାମୀଙ୍କୁ ମେଡିକାଲରୁ ପାଇଲେନି ସ୍ତ୍ରୀ

ପାତ୍ରପୁର,୧୬ା୭(ଡି.ଏନ୍‌.ଏ.)-ଜରଡ଼ା ଥାନା ଅନର୍ଗତ ପାତ୍ରପୁର ଗ୍ରାମ ସାଗର ସାହିର ତ୍ରିନାଥ ସୁବୁଦ୍ଧି ଜ୍ୱରରେ ପୀଡିତ ଥିବାରୁ ରବିବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ...

ଧରାକୋଟ ଅଙ୍ଗନୱାଡି କେନ୍ଦ୍ର ଶୋଚନୀୟ

ଧରାକୋଟ,୨୭।୮(ଡି.ଏନ୍‌.ଏ.): ଆଜିର ଶିଶୁ କାଲିର ନାଗରିକ। ସେମାନଙ୍କ ସୁରକ୍ଷା, ଶିକ୍ଷା,ଦାୟିତ୍ୱ ସୁଚାରୁ ରୂପେ ପାଳନ ପାଇଁ ସରକାରଙ୍କ ଶିଶୁ ବିକାଶ ବିଭାଗ ରହିଛି। ବିଭାଗ ତରଫରୁ...

ଡମ୍ପିଂ ୟାର୍ଡ ଗାଡ଼ି ଧକ୍କାରେ ଜଣେ ମୃତ: ଚାପା ଉତ୍ତେଜନା

ବାରଙ୍ଗ,୩୦।୧୦(ଡି.ଏନ୍‌ଏ.): ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗଠାରେ ଥିବା ଭୂଆସୁଣୀ ଡମ୍ପିଂ ୟାର୍ଡ ପାଖରେ ବିଏମ୍‌ସି ଅଳିଆ ଗାଡି ଧକ୍କାରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତି...

ଅନୁଭବ-ବର୍ଷା ଭିଡ଼ିଓ ଭାଇରାଲ ମାମଲା: ଆସନ୍ତା ୧୧ରେ ହେବ ଶୁଣାଣି

କଟକ ଅଫିସ,୫।୭: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଅନୁଭବ...

ବିଦ୍ୟୁତ ତାର ଚୋରି ର଼୍ୟାକେଟ୍‌ ଠାବ : ଜେଲ୍‌ ଗଲେ ୪ ଅଭିଯୁକ୍ତ

ବସ୍ତା/ରୂପ୍‌ସା,୨୪।୮(ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ଅଧୀନ ସଦର, ରୂପ୍‌ସା, ବସ୍ତା, ସିଂଲା ଓ ବାଲିଆପାଳ ଥାନା ଅଞ୍ଚଳରୁ ଲଗାତର ବିଦ୍ୟୁତ୍‌ ତାର ଚୋରି ଘଟଣାରେ ଏକ ର଼୍ୟାକେଟ...

କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ଗୁରୁବାର ବିଲମ୍ବିତ ରାତିରେ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘର ପଛପଟ ଝରକା ଗ୍ରୀଲ...

ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ

କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ...

Advertisement
Archives

Model This Week