Categories: ଖେଳ

ପାରା ଟେବୁଲ ଟେନିସ କ୍ୱାଟର ଫାଇନାଲରେ ଭାବିନା

ଟୋକିଓ,୨୭।୮: ଭାରତର ପାରା ଟେବୁଲ ଟେନିସରେ ଭାବିନା ଦମଦାର ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍‌ ଡି ଅଲିଭିଆରାଙ୍କୁ ୧୬ ତମ ମ୍ୟାଚ୍‌ର ୪ ରାଉଣ୍ଡରେ ପରାସ୍ତ କରିଛନ୍ତି। ପରେ ସେ କ୍ୱାଟର ଫାଇନାଲକୁ ପ୍ରବେଶ କରିଛନ୍ତିି। ଭାବିନା ସିଧାସଳଖ ସେଟରେ ୩-୦ ଜୋଏସଙ୍କୁ ପରାସ୍ତ କରିଛନ୍ତି। ଜୋଏସ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ଭାବନା ବାଜି ମାରି ନେଇଥିଲେ।

Share