ରୋଗ ବାଣ୍ଟୁଛି କାଗଜ କପ୍‌ ଚା’

ଭୁବନେଶ୍ୱର,୧୬ା୯(ବନ୍ଦନା ସେଠୀ): କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗଁା ରାସ୍ତାପାର୍ଶ୍ୱ, କଲୋନୀ, ବସ୍ତିରେ ଚା’ଦୋକାନ ଖୋଲିଛି। ପୂର୍ବରୁ କାଚ ଗ୍ଲାସ୍‌, ଚିନାମାଟି କିମ୍ବା ମାଟି କପ୍‌ରେ ଚା’ ଦେଉଥିଲେ ଦୋକାନୀ। ହେଲେ ଏବେ ଏହାର ସ୍ଥାନ ନେଇଛି କାଗଜ କପ୍‌। ଏହା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ବିପଦ ସାଜୁଛି। ଏହି ୟୁଜ୍‌ ଆଣ୍ଡ୍‌ ଥ୍ରୋ ବା ଏକକ ବ୍ୟବହାରଯୋଗ୍ୟ କପ୍‌ ଅଜାଣତରେ ଗ୍ରାହକଙ୍କୁ ରୋଗ ବାଣ୍ଟୁଛି।
କାଗଜ କପ୍‌ରେ ଚା’ ପିଇବା ଦ୍ୱାରା ଶରୀରର କ୍ଷତି ହେଉଥିବା ନେଇ ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। କାଗଜ କପ୍‌ରେ ଗରମ ଚା’ ପିଇବା ଦ୍ୱାରା କ୍ୟାନ୍‌ସର ଭଳି ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ଡାଇରିଆ, ପାଚନଶକ୍ତି କ୍ଷୟ, କିଡ୍‌ନୀ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାଗଜ କପ୍‌ ଡିସ୍‌ପୋଜ ହେଉଥିଲେ ମଧ୍ୟ ଏଥିପାଇଁ ସମୟ ଲାଗିଥାଏ। ଅପରପକ୍ଷେ ଚା’ ପିଇସାରି ଲୋକମାନେ ଏଣେତେଣେ କପ୍‌ ଫୋପାଡୁଥିବାରୁ ଏହାଦ୍ୱାରା ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସେପ୍ଟେମ୍ବର ୧୧ରୁ ଚା’ ଦୋକାନୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ଦୋକାନୀ ଏକକ ବ୍ୟବହାର ବା କାଗଜ କପ୍‌ରେ ଚା’ ନ ଦେଇ ପୁନଃ ଉପଯୋଗ ହୋଇପାରୁଥିବା ମାଟି କପ୍‌, କାଚଗ୍ଲାସ୍‌ ଆଦିରେ ଚା’ କିମ୍ବା କଫି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ରାଜଧାନୀର ଚା’ ବ୍ୟବସାୟୀମାନେ ନିର୍ଦ୍ଦେଶକୁ ମାନୁନାହାନ୍ତି। ଲୋକମାନେ ମଧ୍ୟ ଅଚିନ୍ତାରେ କାଗଜ କପ୍‌ରେ ଚା’ ଓ କଫି ପିଉଥିବା ଦେଖାଯାଉଛି। ଶରୀର ପାଇଁ ଏହା ଯେ କେତେ ଭୟଙ୍କର ବିପଦ ଆଣୁଛି, ତାହା ହୁଏତ ଲୋକେ ଜାଣିନାହାନ୍ତି ବା ସଚେତନ ନୁହନ୍ତି। ଏପରି ସ୍ଥିତିରେ ଆଇଆଇଟି ଗବେଷଣା ଓ ବିଏମ୍‌ସିର ନିର୍ଦ୍ଦେଶନାମା ବେଶ୍‌ ଗୁରୁତ୍ୱ ବହନ କରୁଛି।

କ’ଣ କୁହନ୍ତି ଏମାନେ…

କାଗଜ କପ୍‌ରେ ମିଶୁଛି କେମିକାଲ
କାଗଜ କପ୍‌କୁ ଓ୍ବାଟରପ୍ରୁଫ୍‌ କରିବା ପାଇଁ ସେଥିରେ କେମିକାଲ ମିଶୁଛି। ଗରମ ଚା’ କିମ୍ବା କଫି ସଂସ୍ପର୍ଶରେ ଆସିବା ମାତ୍ରେ ତାହା ତରଳି ଚା’ରେ ମିଶି ପେଟକୁ ଯାଇ ରୋଗ ସୃଷ୍ଟି କରୁଛି। କାଗଜ କପ୍‌ରେ ଚା’ ପିଇବା ଦ୍ୱାରା କ୍ୟାନସର୍‌ଠାରୁ ଆରମ୍ଭ କରି ପେଟ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହୁଛି। ସେହିପରି ଅନେକ ଲୋକ କ୍ଷୀର ଜରି କିମ୍ବା ଅନ୍ୟାନ୍ୟ ଜରିରେ ଚା’ ପାର୍ସଲ ନେଉଛନ୍ତି। ଏହାଦ୍ୱାରା ମଧ୍ୟ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ଲୋକମାନେ ସଚେତନ ନ ହେବେ, ତେବେ ଭବିଷ୍ୟତରେ ସେମାନେ ନିହାତି ରୋଗରେ ପଡିବେ।
-ଡା. ଧନଞ୍ଜୟ ଦାସ, ସୁପରିଣ୍ଟେଣ୍ଡେଣ୍ଟ୍‌, କ୍ୟାପିଟାଲ ହସ୍ପିଟାଲ
ଜାଣିଛି, ତଥାପି ପିଇଦେଉଛି
ଦିନରେ ଦୁଇକପ୍‌ ଚା’ ନହେଲେ ମୋର ଚଳେନି। ଦୋକାନ ଚା’ ପିଇବାକୁ ଭଲ ଲାଗୁଥିବାରୁ ବାହାରେ ହିଁ ଚା’ ପିଏ। ଦୋକାନୀ ପୂର୍ବରୁ କାଚ୍‌ ଗ୍ଲାସରେ ଚା’ ଦେଉଥିଲେ, ହେଲେ ଏବେ ଶସ୍ତା ସୁନ୍ଦର ପାଇଁ କାଗଜ କପ୍‌ରେ ଧରାଇ ଦେଉଛନ୍ତି। ଏଥିରେ ପିଇଲେ ରୋଗ ହେବାର ଆଶଙ୍କା ଅଛି ବୋଲି ଆଗରୁ ଜାଣିଛି, ମାତ୍ର ଦୋକାନୀ ଯେଉଁଥିରେ ଦେଉଛନ୍ତି ପିଇ ଦେଉଛି।
– ହନୁମନ୍ତ ମେହେର, କର୍ମଜୀବୀ
ନିୟମ ସବୁଠି କଡ଼ାକଡ଼ି ଲାଗୁ ହେବା ଦରକାର
କାଚଗ୍ଲାସ୍‌ କିମ୍ବା ମାଟି କପ୍‌ ସବୁ ଦୋକାନୀ ରଖୁନାହାନ୍ତି। ଆଉ ଯିଏ ରଖୁଛନ୍ତି, ଚା’ କପ୍‌କୁ ୭ଟଙ୍କା ବଦଳରେ ୧୦ଟଙ୍କା ନେଉଛନ୍ତି। ତେଣୁ କାଗଜ କପ୍‌ରେ ପି’ ସାରିବା ପରେ ତାକୁ ଫୋପାଡ଼ି ଦେବା ସବୁଠାରୁ ସହଜ କଥା। ଆଗକୁ କେବଳ ପୁନଃ ବ୍ୟବହାରଯୋଗ୍ୟ ପାତ୍ରରେ ଚା’ ପିଇବି। ତେବେ ଏହି ନିୟମ କେବଳ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଲାଗୁ ନ କରି ବଡବଡ କଫିଶପ୍‌, ଏୟାରପୋର୍ଟ, ରେଲ୍‌ଓ୍ବେ ଷ୍ଟେଶନ୍‌ ଆଦିରେ ଥିବା ଦୋକାନ ଉପରେ ମଧ୍ୟ ଲାଗୁ କରିବା ଦରକାର।
– ସମରଜିତ୍‌ ସାହୁ, କର୍ମଜୀବୀ
ଦୋକାନୀ କହୁଛନ୍ତି, ଇଚ୍ଛା ହେଲେ ପିଅ ନ ହେଲେ ନାଇଁ
ସବୁ ଦୋକାନୀ କାଚଗ୍ଲାସ କିମ୍ବା ମାଟି କପ୍‌ ରଖୁନାହାନ୍ତି। କାଗଜ କପ୍‌ରେ କାହିଁକି ଚା’ କଫି ଦେଉଛ ବୋଲି ପଚାରିଲେ ଓଲଟା କହୁଛନ୍ତି ‘ଇଚ୍ଛା ହେଲେ ପିଅ ନ ହେଲେ ନାଇଁ’। ଆମେ ତ ଆଉ ପକେଟ୍‌ରେ ଗ୍ଲାସ୍‌ ଧରି ବୁଲି ପାରିବୁନି, ତେଣୁ ଯାହା ମିଳୁଛି ସେଥିରେ ଚଳେଇ ନେଉଛୁ। ତେବେ ଏନେଇ ବିଏମ୍‌ସି ପକ୍ଷରୁ ଜୋର୍‌ଦାର ଅଭିଯାନ ହେବା ଦରକାର। ସମସ୍ତ କାଗଜ କପ୍‌କୁ ସିଲ୍‌ କରି ଯେଉଁ ଦୋକାନୀମାନେ ଏହାକୁ ରଖୁଛନ୍ତି ସେମାନଙ୍କୁ ଜରିମାନା ଆଦାୟ କରାଯିବା ଦରକାର।
-ଅଙ୍କିତ୍‌ ସ୍ବାଇଁ, କର୍ମଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri