ପନ୍ତଙ୍କ ବଦଳି

୧୯୯୧ ବ୍ୟାଚ୍‌ର ଏହି ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଧାଂଶ ପନ୍ତ ରାଜସ୍ଥାନର ସର୍ବୋଚ୍ଚ ପ୍ରଶାସନିକ ପଦବୀରୁ ଯାଇ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟରେ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି। ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଯେଉଁମାନେ ରାଜସ୍ଥାନର ଅମଲାତନ୍ତ୍ରକୁ ଲକ୍ଷ୍ୟ କରିଛନ୍ତି ସେମାନେ ଜାଣନ୍ତି ଯେ ଏହି ବଦଳି ପ୍ରକୃତରେ ଯୋଜନାବଦ୍ଧ ଭାବେ କରାଯାଇ ନଥିଲା। ପନ୍ତଙ୍କ କାର୍ଯ୍ୟକାଳ ମୁଖ୍ୟ ଶାସନ ସଚିବ ଭାବେ ଶେଷ ହୋଇ ନ ଥିଲା, ଆଉ ଗୋଟିଏ ବର୍ଷ ବାକି ଥିଲା। ଏହା ସ୍ପଷ୍ଟ ଯେ, ପନ୍ତ ଏବଂ ରାଜନୈତିକ ନେତାଙ୍କ ମଧ୍ୟରେ କିଛି ଠିକ୍‌ ଚାଲି ନ ଥିଲା, ଯେଉଁଥିପାଇଁ ବଦଳି ହେବାକୁ ପଡ଼ିଲା। କୁହାଯାଉଛି, ଫାଇଲଗୁଡ଼ିକ ତାଙ୍କ ଡେସ୍କ ଦେଇ ଯାଏ ନାହିଁ, ବଦଳି ପ୍ରସ୍ତାବଗୁଡ଼ିକୁ ରୋକାଯାଏ କିମ୍ବା ରଦ୍ଦ କରାଯାଏ ଏବଂ ସଚିବାଳୟ ବାହାରୁ ସବୁକିଛି ପରିଚାଳନା କରାଯାଏ। ତେବେ କେନ୍ଦ୍ର ସରକାର ପନ୍ତଙ୍କୁ ଫେରାଇ ନେବା ଗୋଟିଏ ପଟେ ବିଶ୍ୱସନୀୟତାର ପୁରସ୍କାର ଭାବେ ଦେଖାଯାଉଥିବାବେଳେ ଅନ୍ୟ ପକ୍ଷରେ ଏହା ସ୍ପଷ୍ଟ ବାର୍ତ୍ତା ଦିଏ ଯେ, କେନ୍ଦ୍ର ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଚାହିଁବ ସେତେବେଳେ ରାଜ୍ୟରୁ ତାଙ୍କୁ ନେଇଯାଇ ପାରିବ। ଏଭଳି ବଦଳି ଦ୍ୱାରା ଲଗାତର ଭାବେ ଅମଲାତାନ୍ତ୍ରିକ ମନ୍ଥନକୁ ସାମ୍ନା କରୁଥିବା ଏକ ରାଜ୍ୟରେ ଏଭଳି ସ୍ଥିତି ପୁନର୍ବାର ଅନିଶ୍ଚୟତା ବଢ଼ାଇ ଦେଇଛି। ବାସ୍ତବ କଥା ହେଉଛି ପନ୍ତଙ୍କ ବଦଳି କେନ୍ଦ୍ର-ରାଜ୍ୟ ସମୀକରଣର କଥା କହୁଛି। ଯେତେବେଳେ ଜଣେ ମୁଖ୍ୟ ଶାସନ ସଚିବଙ୍କୁ ଅକସ୍ମାତ ସ୍ଥାନାନ୍ତର କରାଯାଉଛି, ସେତେବେଳେ ଏହା କେବଳ ଏକ ବଦଳି ନୁହେଁ, ବରଂ ଏହା ଦର୍ଶାଉଛି ଯେ, ଭାରତୀୟ ସଂଘୀୟ ବ୍ୟବସ୍ଥା ଏକ ସମନ୍ବିତ ଭାଗୀଦାରିରେ କାମ କରୁନାହିଁ; ବରଂ ଏକ ବିବାଦର କ୍ଷେତ୍ର ପାଲଟିଛି।
କ୍ୟାଡର ବଦଳିରେ ନିଷ୍କ୍ରିୟତା
ପଶ୍ଚିମବଙ୍ଗ ଅଧିକାରୀମାନେ ଥଟ୍ଟାରେ କହନ୍ତି, ଥରେ ତୁମେ ଏହି ରାଜ୍ୟ କ୍ୟାଡରରେ ପ୍ରବେଶ କଲେ ଆଉ ବାହାରି ପାରିବ ନାହିଁ, ଅନ୍ତତଃ ତୁମ ଅଧିକାର ବି ରହିବ ନାହିଁ। ଏବକାର ୨୦୨୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଆଶିଷ କୁମାରଙ୍କ କ୍ଷେତ୍ରରେ ଏହା ଦେଖାଯାଇଛି। ତାଙ୍କ ବ୍ୟାଚମେଟ ଡ. ଅକନ୍‌ଶା ମିଲିନ୍ଦ ଟମଗାଡଗେଙ୍କୁ ବିବାହ କରିବା ପରେ ନିୟମ ଅନୁଯାୟୀ ଏଜିଏମୟୁଟିକୁ ଆନ୍ତଃ କ୍ୟାଡର ବଦଳି ପାଇଁ ଏହି ଯୁବ ଅଧିକାରୀ ଚାହଁିଥିଲେ । ଏହା ମଧ୍ୟ ତାଙ୍କ ଅଧିକାର। ଏକ ନୋ ଅବଜେକଶନ ସାର୍ଟିଫିକେଟ( ଏନ୍‌ଓସି) ପାଇଁ ଦେଇଥିବା ଚିଠି ରାଇଟ୍‌ସ ବିଲ୍ଡିଂରେ ଗାଏବ ହୋଇଗଲା। ସରକାରଙ୍କୁ ବାରମ୍ବାର ଜଣାଇବା ପରେ କିଛି ଶୁଣି ନ ଥିଲେ। ଶେଷରେ କୁମାରଙ୍କୁ ସିଏଟିର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଅତୀତରେ ମଧ୍ୟ ଏଭଳି ଅନେକ ଘଟଣା ଘଟିଥିଲା। ସରକାର ନିୟମିତ ରୂପେ କ’ଣ କରିବା ଉଚିତ ତାହା କରିବାକୁ ଟ୍ରିବ୍ୟୁନାଲ ବାରମ୍ବାର ଦର୍ଶାଇଆସିଛନ୍ତି । କ୍ୟାଡର ବଦଳି ପାଇଁ ବିବାହ କିଛି ବ୍ୟତିକ୍ରମ ନୁହେଁ। ପରିବାର ବନ୍ଧନ ଯୋଗୁ ଉତ୍ତମ ପ୍ରଶାସନିକ ଦକ୍ଷତା ପ୍ରକାଶ ପାଏ ଏବଂ ଏହି କାରଣରୁ ସେମାନଙ୍କ ବଦଳି ସରକାରୀ ନିୟମ ମଧ୍ୟରେ ଅଛି। କିନ୍ତୁ ରାଜ୍ୟ ଯେତେବେଳେ ସେମାନଙ୍କ ଗୋଡ଼ ଟାଣୁଛି ସେତେବେଳେ ନିୟମ ପ୍ରଶାସନିକ ଜିଦି ମଧ୍ୟରେ ବାନ୍ଧି ହୋଇ ରହିଯାଉଛି। ତେବେ ଦୁଇ ସପ୍ତାହ ମଧ୍ୟରେ ଏନ୍‌ଓସି ଦେବା ଲାଗି ପଶ୍ଚିମବଙ୍ଗ ସରକାରଙ୍କୁ ସିଏଟି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ତରରେ ନିଷ୍କ୍ରିୟତାରେ ଫସି ରହିଥିବା ଅନ୍ୟ ଅଧିକାରୀଙ୍କ ପାଇଁ ସିଏଟି ରାୟ ଏକ ନୈତିକ ଶକ୍ତି ସଦୃଶ। ଏହା ସୂଚିତ କରେ ଯେ, ରାଜ୍ୟ ମୂଳ ବିଷୟକୁ ଠିକ୍‌ କରିବା ସହ ଯେଉଁ ନିୟମକୁ ଗ୍ରହଣ କରିଛି ସେହି ଅନୁସାରେ କାମ କରିବା ଆରମ୍ଭ କରୁ।
ରିପୋର୍ଟ କାର୍ଡ ଚିନ୍ତା
ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପସ୍ଥାପନା, କାର୍ଯ୍ୟଦକ୍ଷତା ପ୍ରଦର୍ଶନ, ତୁଳନାତ୍ମକ ବିଶ୍ଳେଷଣ, ରଣନୀତିକ ନକ୍ସା ଏବଂ କାର୍ଯ୍ୟଗୁଡ଼ିକର ଏକ ସମ୍ପୂର୍ଣ୍ଣ ରିପୋର୍ଟ କାର୍ଡ ଚାହିଁଛି। ସମ୍ଭବବତଃ ଏଥିରେ ବାବୁମାନେ ସାମାନ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉପରାଷ୍ଟ୍ରପତିଙ୍କ ସଚିବାଳୟରୁ ଆସିଥିବା ଅନୁରୋଧକୁ ନେଇ ସମସ୍ତେ ଟୁପୁରୁଟାପୁରୁ ହେଉଛନ୍ତି। ସଚିବମାନେ ନିର୍ଦ୍ଦେଶନାମାର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ନିଶ୍ଚିତ ନୁହନ୍ତି । ଜଣେ ବରିଷ୍ଠ ଅଧିକାରୀ ଏହାକୁ ଏକ ‘ଆଡଭାଇଜରି ନୋଟ’ ବା ‘ମାର୍ଗଦର୍ଶକ ଚିଠି’ ବୋଲି କହିଛନ୍ତି, ଯାହା ଉପରାଷ୍ଟ୍ରପତିଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇବାରେ ସାହାଯ୍ୟ କରିବ। ଏହା ବାସ୍ତବରେ ଯଥାର୍ଥ । କିନ୍ତୁ ଆଡଭାଇଜରି ନୋଟ୍‌ ମଧ୍ୟ ପରୀକ୍ଷାର ବିଜ୍ଞପ୍ତି ପରି ମନେହେବ ଯେତେବେଳେ ତୁମକୁ ୧୧ ବର୍ଷର ସଫଳତାକୁ ଐତିହାସିକ କାର୍ଯ୍ୟଦକ୍ଷତା ସହିତ ତୁଳନା କରିବାକୁ ଏବଂ ଭବିଷ୍ୟତ ପାଇଁ ତୁମର ମାଷ୍ଟର ପ୍ଲାନ ଦର୍ଶାଇବାକୁ କୁହାଯିବ। ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଫଳାଫଳ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ପ୍ରଗତି ପାଇଁ ଅଧିକ ଚାପ ରହିଛି। ମନ୍ତ୍ରଣାଳୟର କାର୍ଯ୍ୟଦକ୍ଷତା ଉପରେ ସ୍ବଚ୍ଛତା ସମ୍ପର୍କରେ ଜାଣିବାକୁ ଚାହଁିବା ଜଣେ ଉପ ରାଷ୍ଟ୍ରପତିଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ଆଗୁଆ ଏକ ରିପୋର୍ଟ କାର୍ଡ ଦାଖଲ କରିବା ନିଶ୍ଚିତ ଭାବରେ ଯାଞ୍ଚ ପାଇଁ ଏକ ପଦକ୍ଷେପ ବୋଲି କୁହାଯାଇପାରେ। ତେବେ ମନ୍ତ୍ରଣାଳୟଗୁଡ଼ିକ ରିପୋର୍ଟ କାର୍ଡ ଦାଖଲ କରିବାକୁ ଆଗେଇ ଆସିଛନ୍ତି। ବର୍ତ୍ତମାନ ବାବୁମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିରୀକ୍ଷକ ଭାବେ ବିଚାର କରୁଛନ୍ତି ଏବଂ ଆଶା କରୁଛନ୍ତି ଯେ ସେମାନଙ୍କ ଉତ୍ତର ଠିକ୍‌ ରହିବ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri