Categories: ଖେଳ

ସେହ୍ବାଗଙ୍କୁ ପଛରେ ଛାଡ଼ିଲେ ପନ୍ତ

ଶାରଜା,୨୮।୯: କେକେଆର୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୩୯ ରନ୍‌ର ଇନିଂସ ଖେଳିବା ଅବସରରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇଛନ୍ତି। ଏଥିସହ ଆଇପିଏଲରେ ଦିଲ୍ଲୀ ଫ୍ରାଞ୍ଚାଇଜ ପାଇଁ ସର୍ବାଧିକ ରନ୍‌ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି ପନ୍ତ।

୨୦୧୬ରେ ଦିଲ୍ଲୀ ଲାଗି ପଦାର୍ପଣ କରିଥିବା ପନ୍ତ ଏପର୍ଯ୍ୟନ୍ତ ୭୯ ମ୍ୟାଚ୍‌ ଖେଳି ୩୫.୯୬ ହାରରେ ୨୩୯୦ ରନ୍‌ କରିଛନ୍ତି। ଏଥିରେ ଏକ ଶତକ ସହ ୧୪ ଅର୍ଦ୍ଧଶତକ ରହିଛି। ସେହ୍ବାଗ ଦିଲ୍ଲୀ ପକ୍ଷରୁ ୨୩୮୨ ରନ୍‌ କରିଥିଲେ।

Share