Categories: ଖେଳ

ଇତିହାସ ରଚିପାରନ୍ତି ପନ୍ତ, ଧୋନୀ-କୋହଲିଙ୍କୁ ପକାଇବେ ପଛରେ…!

ନୂଆଦିଲ୍ଲୀ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଅନ୍ତିମ ମୁକାବିଲା ରବିବାର ବାଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜେତା ଟିମ୍‌ ସିରିଜ ଜିତିବ। ଏବେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ଜିତି ସମାନ ସ୍ଥିତିରେ ଥିବାରୁ ଆଜିର ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି। ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ହରାଇଲେ ଇତିହାସ ରଚିବ। ଏଯାବତ ସ୍ବଦେଶରେ ଭାରତ ଦକ୍ଷିଣ ଆଫ୍ରିକା ଟିମ୍‌ ବିପକ୍ଷରେ ଗୋଟିଏ ବି ମ୍ୟାଚ୍‌ ଜିତିପାରିନାହିଁ। ଏଣୁ ଅଧିନାୟକ ଋଷଭ ପନ୍ତ ଇତିହାସ ରଚିପାରନ୍ତି ବୋଲି କୁହାଯାଉଛି। ତେବେ ପୂର୍ବରୁ ସ୍ବଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଥର ଟି୨୦ ସିରିଜ ଖେଳିଛି ଭାରତ। ହେଲେ ଏଥିରୁ ଗୋଟିଏ ବି ସିରିଜ ଜିତି ପାରିନାହିଁ ଦଳ। ୨୦୧୫ରେ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ୨-୦ରେ ପରାଜିତ ହୋଇଥିବା ବେଳେ ୨୦୧୯ରେ କୋହଲିଙ୍କ ନେତୃତ୍ୱରେ ଖେଳାଯାଇଥିବା ସିରିଜ ଡ୍ର ହୋଇଥିଲା। ତେବେ ଆଜିର ମ୍ୟାଚ୍‌ ଜିତିବା ଲାଗି ପନ୍ତ କି କୌଶଳ ଆପଣାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

Share