Posted inଖେଳ

ନୂଆ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ପନ୍ତ, ଅଶ୍ୱିନ

ଦୁବାଇ,୨୮।୧(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ନୂଆକରି ପ୍ଲେୟାର ଅଫ୍‌ ଦି ମନ୍ଥ ପୁରସ୍କାର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମଥର ପାଇଁ ଆଇସିସି ଏଭଳି ନୂଆ ପୁରସ୍କାର ଦେବାକୁ ପଦକ୍ଷେପ ନେଇଛି। ଏହି ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଛନ୍ତି । ଏହି ଦୁଇ ଖେଳାଳିଙ୍କୁ ବାଦ୍‌ ଦେଲେ ମହମ୍ମଦ ସିରାଜ ଓ ଟି. ନଟରାଜନ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ସାମିଲ ରହିଛନ୍ତି। କିଛି ଦିନ ତଳେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଐତିହାସିକ ବିଜୟରେ ଏହି ୪ଜଣ ଖେଳାଳି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ୍‌ରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଇସିସି ତରଫରୁ କୁହାଯାଇଛି। ଜାନୁୟାରୀ ମାସ ପାଇଁ ଏହି ପୁରସ୍କାର ଦୌଡ଼ରେ ସାମିଲ ଥିବା ଅନ୍ୟ ଖେଳାଳିମାନେ ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌, ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌, ଆଫଗାନିସ୍ତାନର ରାହାମାନୁଲ୍ଲା ଗୁରବାଜ, ଦକ୍ଷିଣ ଆଫ୍ରିକାର ମାରିଜନେ କାପ୍ପ ଓ ନାଡିନ ଡି କ୍ଲାର୍କ ଏବଂ ପାକିସ୍ତାନର ନିଦା ଦାର।
ପ୍ରତି ମାସରେ ପ୍ରଶଂସକମାନେ ଅନ୍‌ଲାଇନ୍‌ରେ ମତଦାନ କରି ଏହି ପୁରସ୍କାର ପାଇଁ ସେମାନଙ୍କ ପୁରୁଷ ଓ ମହିଳା କ୍ରିକେଟରମାନଙ୍କୁ ଚୟନ କରିବେ। ଏଥିରେ ପ୍ରତି ମାସରେ ସମ୍ପୃକ୍ତ ଖେଳାଳିଙ୍କ ସବୁ ଫର୍ମାଟର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ସେହିପରି ବିଶ୍ୱର ପୂର୍ବତନ ଖେଳାଳି, ବ୍ରୋଡ୍‌କାଷ୍ଟର ଓ ଜର୍ନାଲିଷ୍ଟଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଆଇସିସି ଭୋଟିଂ ଏକାଡେମୀ ସହିତ ପ୍ରଶଂସକମାନେ ମତଦାନ ମାଧ୍ୟମରେ ବିଜେତାଙ୍କୁ ଚୟନ କରିବେ। ଏହି ପୁରସ୍କାର ମାଧ୍ୟମରେ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିବୁ ବୋଲି ଆଇସିସି ଜେନେରାଲ ମ୍ୟାନେଜର- କ୍ରିକେଟ ଜେଫ୍‌ ଆଲାରଡାଇସ୍‌ କହିଛନ୍ତି। ଏହା ଦ୍ୱାରା ପୁରୁଷ ଓ ମହିଳା କ୍ରିକେଟରମାନଙ୍କ ବିଶ୍ୱସ୍ତରୀୟ ପ୍ରଦର୍ଶନକୁ ମାନ୍ୟତା ମିଳିବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ବର୍ଗ ପାଇଁ ୩ଜଣ ନୋମିନିଙ୍କୁ ଆଇସିସି ଆଓ୍ବାର୍ଡ ନୋମିନେଶନ କମିଟି ସ୍ଥିର କରିବ। ପ୍ରତ୍ୟେକ ମାସର ପ୍ରଥମରୁ ଶେଷ ଦିନ ପର୍ଯ୍ୟନ୍ତ ଅନ୍‌- ଫିଲ୍ଡ ପରଫର୍ମାନ୍ସ ଓ ଓଭରଅଲ ପ୍ରଦର୍ଶନକୁ ବିଚାର କରି କମିଟି ନୋମିନି ସ୍ଥିର କରିବ। ଭୋଟିଂ ଏକାଡେମୀ ଇମେଲ ମାଧ୍ୟମରେ ତା’ର ଭୋଟ ପ୍ରଦାନ କରିବ। ମତଦାନର ୯୦ ପ୍ରତିଶତ ଭୋଟ୍‌ ଏକାଡେମୀ ପାଖରେ ରହିବ। ଆଇସିସି ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ପ୍ରଶଂସକମାନେ ଭୋଟ ଦେବେ। ପ୍ରଶଂସକଙ୍କ ଭୋଟ ଶେୟାର ୧୦ ପ୍ରତିଶତ ରହିବ। ଆଇସିସି ଡିଜିଟାଲ ଚ୍ୟାନେଲରେ ମାସର ପ୍ରତ୍ୟେକ ଦ୍ୱିତୀୟ ସୋମବାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri