ଅମୃତ ଭାରତ ଷ୍ଟେଶନ ଯୋଜନାରେ ପାନପୋଷ ସାମିଲ

ରାଉରକେଲା,୨୫।୨(ସଙ୍ଗୀତା ଜେନା): ରେଳବାଇକୁ ଅଧିକ ବିକଶିତ ଓ ଯାତ୍ରୀ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେଶନ ଯୋଜନା ଜରିଆରେ ୫୫୪ଟି ଷ୍ଟେଶନର ରୂପରେଖ ବଦଳିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ଏହି ଯୋଜନା ଅଧୀନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏହାଦ୍ୱାରା ଚକ୍ରଧରପୁର ରେଲଓ୍ବେ ମଣ୍ଡଳ ଅଧୀନରେ ଥିବା ରାଉରକେଲା ଓ ଝାରସୁଗୁଡ଼ା ବିଶେଷ ଉପକୃତ ହେବ। ମୁଖ୍ୟତଃ ବମ୍ବେ- ହାୱଡ଼ା ମେନ୍‌ ରୁଟ୍‌ରେ ପାନପୋଷ, ରାଜଗାଙ୍ଗପୁର, ଚକ୍ରଧରପୁର, ଝାଡ଼ଖଣ୍ଡର ସିନି, ଟାଟା ସମେତ ଅନ୍ୟ ଷ୍ଟେଶନଗୁଡ଼ିକର ନବକଳେବର କରାଯିବ। ଏହା ସହିତ ଖଣିଖାଦାନ ପରିପୂର୍ଣ୍ଣ ଝାଡ଼ଖଣ୍ଡର ଚାଇଁବାସା, ଡଙ୍ଗାପୋଷି, ଓଡ଼ିଶା ବିମଳାଗଡ଼ ସମେତ ଅନ୍ୟ ଷ୍ଟେଶନଗୁଡ଼ିକର ନବୀକରଣ କରାଯିବ। ପାନପୋଷ ଷ୍ଟେଶନର ଉନ୍ନତି ପାଇଁ ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ଗୋଟିଏ ଅଣ୍ଡରପାସ୍‌ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଓ ଷ୍ଟେଶନ ନିର୍ମାଣ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କାବ୍ୟୟ କରାଯିବ। ଷ୍ଟେଶନ ବିଲ୍‌ଡିଂ, ଯାତ୍ରୀ ପ୍ରତୀକ୍ଷାଳୟ, ଦିବ୍ୟାଙ୍ଗଙ୍କ ପାଇଁ ର଼୍ୟାମ୍ପ, ଯାତ୍ରୀଙ୍କ ଚାଲିବା ପାଇଁ ପ୍ଲାଟଫର୍ମ, ଷ୍ଟେଶନ ସୌନ୍ଦର୍ଯ୍ୟକରଣ, ଗ୍ରୀନ ପ୍ୟାଚ, ଅତ୍ୟାଧୁନିକ ପାର୍କିଂ ଆଦି ନିର୍ମାଣ କରାଯିବ ବୋଲି ଅମୃତ ଭାରତ ଷ୍ଟେଶନ ଯୋଜନା କାର୍ଯ୍ୟକ୍ରମର ପରିଚାଳକ ତଥା ବନ୍ଧମୁଣ୍ଡା ସିନିୟର ଡିଏମ୍‌ଇ ପଞ୍ଚାନନ ବେହେରା ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଚକ୍ରଧରପୁର ରେଳମଣ୍ଡଳର ୪୦ଟି ଷ୍ଟେଶନକୁ ଉକ୍ତ ପ୍ରକଳ୍ପରେ ସାମିଲ କରାଯାଇଛି। ଉକ୍ତ ରେଳମଣ୍ଡଳର ୧୩ଟି ଏଲଏଚ୍‌ଏସ୍‌ , ୬ଟି ରୋଡ୍‌ ଓଭରବ୍ରିଜ, ୪ଟି ରୋଡ୍‌ ଅଣ୍ଡର ବ୍ରିଜ୍‌, ୬ଟି ସବୱେ, ୧୧ଟି ଷ୍ଟେଶନର ପୁନର୍ବିକାଶ ପାଇଁ ଚୂଡ଼ାନ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri