ସରୁନି ପାଣିକୋଇଲି-ରିମୁଳି ରାସ୍ତା କାମ

ଠିକା ସଂସ୍ଥା ଗୁଡ଼ିକର ମନମୁଖୀ କାମ ଏବଂ ଉପଯୁକ୍ତ ତଦାରଖର ଅଭାବ ଯୋଗୁ ପାଣିକୋଇଲି-ରିମୁଳି ଜାତୀୟ ରାଜପଥ ୨୦ର କାମ ସରୁନାହିଁ ା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବାବେଳେ ଦୁର୍ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ଏଣେ ରାସ୍ତା କାମ ସରି ନ ଥିବାବେଳେ ତିନୋଟି ସ୍ଥାନରେ ଟୋଲ ଆଦାୟ ହେଉଥିବା ନେଇ ଅସନ୍ତୋଷ ଦେଖାଦେଇଛି।
ଦୀର୍ଘ ୨୧ କି.ମି. ରାସ୍ତାର ବଳକା କାମ ଏକ ଠିକା ସଂସ୍ଥା କରୁଛି। ୨୦୨୧ ମସିହା ଫେବୃୟାରୀ ୨୫ରେ ଏନେଇ କମ୍ପାନୀ ଚୁକ୍ତି କରିଥିଲେ ା
୧୪୬.୪୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି କାମ ୨୦୨୨ମସିହା ମାର୍ଚ୍ଚ ୨୨ରେ ସରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ କାମରେ ବିଳମ୍ବ ହେଉଥିବାରୁ ଏହାର ମୂଲ୍ୟ ୧୫୦.୪୯ କୋଟିକୁ ବୃଦ୍ଧି କରାଯାଇଥିବା ଜଣାପଡିଛି। ତେବେ ଅଦ୍ୟାବଧି ୧୯ କି.ମି. ରାସ୍ତା କାମ ସରିଥିବା ବେଳେ ୯୮.୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। ଏଣୁ ପ୍ରଶାସନ ନିର୍ଦ୍ଧାରିତ ସମୟରେ କାମ ନ ସାରିବା ପାଇଁ ପେନାଲଟି ଆଦାୟ ନ କରି କିପରି ବ୍ୟୟ ଅଟକଳକୁ ବୃଦ୍ଧି କରୁଛନ୍ତି ତାହା ସନ୍ଦେହପୂର୍ଣ୍ଣ ବୋଲି ସଦର ବିଧାୟକ ମୋହନ ମାଝୀ କହିଛନ୍ତି। ଏହି କାମ ୨୦୨୨ ଅକ୍ଟୋବର ୩୧ରେ ସରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେହିପରି ବେଲବାହାଳି ସମେତ କେତେକ ପୋଲ, କଲଭର୍ଟ କାମ ମଧ୍ୟ ସରି ନ ଥିବା ଜଣାପଡିଛି। ଗତମାସ ୨୫ ତାରିଖରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି ବୈଠକ (ଦିସା)ରେ ଆଲୋଚନା ହୋଇଥିବା ବେଳେ କେତେକ ସଦସ୍ୟ କାମରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।