Posted inଖେଳ

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ପଙ୍ଘାଲ

ବେଲଗ୍ରେଡ୍‌ , ୨୧।୯ (ପି.ଟି.): ଏଠାରେ ଚାଲିଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତର ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନ ଓଲିଭିଆ ଡେମିନିକ୍‌ ପାରିସଙ୍କୁ ହରାଇବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଆଶା ଉଜ୍ଜୀବିତ ରଖିଛନ୍ତି। ତେବେ ଅନ୍ୟ ଭାରତୀୟ ରେସଲର ନିରାଶ କରିଛନ୍ତି। ଦୁଇଥର ୨୦ ବର୍ଷରୁ କମ୍‌ ଚାମ୍ପିୟନ ପଙ୍ଘାଲ ଏକଦା ୦-୨ରେ ପଛୁଆ ରହିବା ସତ୍ତ୍ୱେ ସଫଳ ପ୍ରତ୍ୟାବର୍ତ୍ତନ କରି ନିଜ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩-୨ରେ ପରାସ୍ତ କରିଥିଲେ। ମହିଳା ୫୩ କେଜି ବର୍ଗରେ ଏହି ପ୍ରଥମ ରାଉଣ୍ଡ ମୁକାବିଲା ହୋଇଥିଲା। ଏହାପରେ ପଙ୍ଘାଲ ପୋଲାଣ୍ଡର ରୋକ୍ସାନା ମାର୍ଟା ଜାସିନାଙ୍କୁ ବୈଷୟିକ କୌଶଳରେ ପଛରେ ପକାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ସେଠାରେ ସେ ରୁଷିଆର ନାତାଲିଆ ମାଲିଶେଭାଙ୍କୁ ୯-୬ରେ ହରାଇ ସେମିରେ ପ୍ରବେଶ କରିଥିଲେ।

ପ୍ରଥମ ୩ ଲଢ଼େଇରେ ଚମତ୍କାର ପ୍ରଦର୍ଶନ କରିଥିବା ପଙ୍ଘାଲ ସେମିଫାଇନାଲରେ କିନ୍ତୁ ବିଶ୍ୱର ୨୩ ନମ୍ବର ରେସଲର ବେଲାରୁଷର ଭାନେସା କାଲାଜିନସ୍କାୟାଙ୍କଠାରୁ ୪-୫ ପଏଣ୍ଟରେ ହାରି ଯାଇଥିଲେ। ଗୁରୁବାର ହେବାକୁଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ବିଜୟୀ ହେଲେ ସେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ପଙ୍ଘାଲ-ଓଲିଭିଆ ପ୍ରଥମ ରାଉଣ୍ଡ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଡାହାଣ ଗୋଡ଼ରୁ ଆକ୍ରମଣ ଆରମ୍ଭ କରି ଖୁବ୍‌ ଶୀଘ୍ର ୨ ପଏଣ୍ଟ ହାସଲ କରି ନେଇଥିଲେ। ମାତ୍ର ୧୯ ବର୍ଷୀୟ ଭାରତୀୟ ଏହାପରେ ଚମତ୍କାର ଡିଫେଣ୍ଡ କରି ଆଉ ପଏଣ୍ଟ ବରଣ କରି ନ ଥିଲେ। ଓଲିଭିଆଙ୍କ ବାମଗୋଡ଼କୁ ଟାର୍ଗେଟ କରିଥିବା ପଙ୍ଘାଲ ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ୩ ପଏଣ୍ଟ ହାସଲ କରି ନେଇଥିଲେ। ଏଥିରୁ ମନୋବଳ ଦୃଢ଼ କରିଥିବା ପଙ୍ଘାଲ ଦ୍ୱିତୀୟ ରାଉଣ୍ଡରେ ପୋଲାଣ୍ଡ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାକୁ ମାତ୍ର ୧ ମିନିଟ ୩୮ ସେକେଣ୍ଡ ସମୟ ନେଇଥିଲେ। ଅନ୍ୟପକ୍ଷରେ ମନୀଷା (୬୨ କେଜି), ପ୍ରିୟଙ୍କା(୬୮ କେଜି) ଓ ଜ୍ୟୋତି ବ୍ରଓ୍ବୋଲ (୭୨ କେଜି) ସେମାନଙ୍କ ଲଢ଼େଇ ହାରି ଯାଇଥିବାରୁ ଅନ୍ୟ ପ୍ରତିଯୋଗୀଙ୍କ ଫଳାଫଳ ଉପରେ ନିର୍ଭର କରୁଛନ୍ତି। ସେହିପରି ଏଥିରେ ଭାଗ ନେଇଥିବା ସମସ୍ତ ୧୦ ଜଣ ଯାକ ଫ୍ରିଷ୍ଟାଇଲ ରେସଲର ଅଲିମ୍ପିକ୍ସ କୋଟା ଓ ପଦକ ବିନା ଟୁର୍ନାମେଣ୍ଟରୁ ବିଦା ହୋଇ ସାରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri