ବଢ଼ିଲା ଛେନା, ପନୀର ଦର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଆଜିଠୁ ମାର୍କେଟ୍‌ରେ କଞ୍ଚା ଛେନା ଓ ପନୀର ଦର ବୃଦ୍ଧି ପାଇଛି। ଛେନା କେଜି ପ୍ରତି ୧୫ ଟଙ୍କା ବଢ଼ିଥିବା ବେଳେ ପନିର କେଜି ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ହୋଲ୍‌ସେଲ ଦରରେ କେଜି ପିଛା ଛେନା ୧୬୫ଟଙ୍କା ଥିବା ବେଳେ ଏବେ ୧୮୦ ଟଙ୍କା ହୋଇଛି।
ସେହିପରି ପନୀର ହୋଲସେଲ ଦର ୨୦୦ ଟଙ୍କା କେଜି ଥିଲାବେଳେ ଦର ବୃଦ୍ଧି ପାଇବା ପରେ ଏବେ ୨୨୦ ହୋଇଛି। ଗତ ୪ ବର୍ଷ ହେଲା ଦର ବଢ଼ି ନଥିଲା। ଏବେ ଯେଉଁ ଦର ବଢ଼ିଲା, ତାହା ଚାଷୀଙ୍କୁ ଦିଆଯିବ ବୋଲି ଭୁବନେଶ୍ୱର ମିଲ୍କ ପ୍ରଡକ୍ଟ ସେଲ୍ସ ଆସୋସିଏଶନ ସମ୍ପାଦକ ବେଣୁଧର ବେହେରା କହିଛନ୍ତି। ଏହାରି ଭିତରେ ଓମ୍‌ଫେଡ୍‌ ଦୁଇ ଥର ଦର ବଢାଇ ସାରିଲାଣି ବୋଲି ସଂଘ ସୂଚନା ଦେଇଛି।