Categories: ଖେଳ

ସେ ବଡ଼ ଭାଇ ଭଳି, ସବୁବେଳେ ତାଙ୍କ ପ୍ରଶଂସକ ହୋଇରହିବି: ଧୋନିଙ୍କୁ ନେଇ ଏଭଳି କହିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୩।୫: ଆଇପିଏଲର ୧୬ ତମ ସିଜନରେ ଆଜିଠାରୁ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଚଳିତ ସିଜିନର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ମଧ୍ୟରେ ମୁକାବିଲା ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ହାର୍ଦ୍ଦିକ ସିଏସକେ ଦଳର ଅଧିନାୟକ ଧୋନିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓରେ ଧୋନିଙ୍କ ବିଷୟରେ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ଅନେକ ଲୋକ ଭାବନ୍ତି ଯେ ମାହି ବହୁତ ସିରିୟସ। କିନ୍ତୁ ମୁଁ ତାଙ୍କ ସହିତ ଥଟ୍ଟା କରେ ଏବଂ ତାଙ୍କୁ ମହେନ୍ଦ୍ର ସିଂ ଧୋନି ଭାବରେ ଦେଖୁ ନାହିଁ। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି । ଅନେକ ସକାରାତ୍ମକ ଜିନିଷ କେବଳ ଦେଖିବା ଦ୍ୱାରା ନୁହେଁ ବରଂ ତାଙ୍କ ସହିତ କଥାବାର୍ତ୍ତା କରି ମଧ୍ୟ ଶିଖିଛିି। ଧୋନିଙ୍କ ବିଷୟରେ ହାର୍ଦ୍ଦିକ ଆହୁରି କହିଛନ୍ତି, ମୋ ପାଇଁ ସେ ଜଣେ ବଡ଼ ଭାଇ ଏବଂ ବନ୍ଧୁଙ୍କ ପରି, ଯାହା ସହିତ ମୁଁ ଥଟ୍ଟା,ମଜା କରେ। ମୁଁ ସବୁବେଳେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକ ହୋଇ ରହିବି।

ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ଭେଟିବ ଗୁଜୁରାଟ ଟାଇଟାନ୍ସ (ଜିଟି)। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ।

Share