Posted inଖେଳ

ଧୋନୀଙ୍କ ଫାର୍ମ ହାଉସ୍‌ରେ ପାଣ୍ଡ୍ୟା ବ୍ରଦର୍ସ

ରାଞ୍ଚି, ୨୨।୭- ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ରେ ନିଜର ୩୯ତମ ଜନ୍ମଦିବସ ପାଳନ କରିଥିଲେ। ଏହି ଅବସରରେ କ୍ରୀଡ଼ା ଜଗତରୁ ଧୋନୀଙ୍କ ନିକଟକୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଆସିଥିଲା। କିନ୍ତୁ କରୋନା ମହାମାରୀ କଟକଣା ସତ୍ତ୍ୱେ ଭାରତୀୟ କ୍ରିକେଟ୍‌ର ଦୁଇ ଅଲ୍‌ରାଉଣ୍ଡର ତଥା ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଧୋନୀଙ୍କୁ ଘରେ ପହଞ୍ଚିଥିଲେ। ଏକ ଚାର୍ଟର ବିମାନ ଯୋଗେ ଉଭୟ ହାର୍ଦ୍ଦିକ ଓ କ୍ରୁନାଲ ରାଞ୍ଚତ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ଏସ୍‌ୟୁଭି କାର୍‌ ଯୋଗେ ସିଧା ରାଞ୍ଚିସ୍ଥିତ ଧୋନୀଙ୍କ ଫାର୍ମ ହାଉସ୍‌କୁ ଯାଇଥିଲେ। ସେଠାରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ, ଝିଅ ଜିଭା ଓ ଅଳ୍ପ କିଛି ସଦସ୍ୟଙ୍କ ଗହଣରେ ଉଭୟ ପାଣ୍ଡ୍ୟା ବ୍ରଦର୍ସ ଧୋନୀଙ୍କ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହାର ୧୫ ଦିନ ପରେ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଯେଉଁଥିରେ ଧୋନୀ, କ୍ରୁନାଲ, କ୍ରୁନାଲଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ଠିଆ ହୋଇଥିବାବେଳେ ଏକ ଚେୟାର ଉପରେ ହାର୍ଦ୍ଦିକ ଓ ଜିଭା ବସିଥିବାର ଦେଖବାକୁ ମିଳିଛି। ସେହିଭଳି ଧୋନୀଙ୍କ ୩ ଜଣ ବନ୍ଧୁ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି। କିନ୍ତୁ ସାକ୍ଷୀ ଏହି ଫଟୋରେ ଦେଖାଯାଉ ନାହାନ୍ତି। ଏହି ଫଟୋ ତଳେ ‘ମିସିଂ ଦି ହାପି ସ୍କ୍ବାଡ୍‌’ ବୋଲି ସାକ୍ଷୀ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବିଶ୍ୱକପ୍‌ ପରଠାରୁ ଧୋନୀ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନାହାନ୍ତି। ତେବେ ଆଇପିଏଲ୍‌ରେ ଧୋନୀ ଖେଳିବେ ବୋଲି ଆଶା କରାଯାଉଥିଲେ ମଧ୍ୟ କରୋନା ଲାଗି ଏହାକୁ ସ୍ଥଗିତ ରଖାଯାଇଛି।ରାଞ୍ଚି, ୨୨।୭- ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ରେ ନିଜର ୩୯ତମ ଜନ୍ମଦିବସ ପାଳନ କରିଥିଲେ। ଏହି ଅବସରରେ କ୍ରୀଡ଼ା ଜଗତରୁ ଧୋନୀଙ୍କ ନିକଟକୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଆସିଥିଲା। କିନ୍ତୁ କରୋନା ମହାମାରୀ କଟକଣା ସତ୍ତ୍ୱେ ଭାରତୀୟ କ୍ରିକେଟ୍‌ର ଦୁଇ ଅଲ୍‌ରାଉଣ୍ଡର ତଥା ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଧୋନୀଙ୍କୁ ଘରେ ପହଞ୍ଚିଥିଲେ। ଏକ ଚାର୍ଟର ବିମାନ ଯୋଗେ ଉଭୟ ହାର୍ଦ୍ଦିକ ଓ କ୍ରୁନାଲ ରାଞ୍ଚତ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ଏସ୍‌ୟୁଭି କାର୍‌ ଯୋଗେ ସିଧା ରାଞ୍ଚିସ୍ଥିତ ଧୋନୀଙ୍କ ଫାର୍ମ ହାଉସ୍‌କୁ ଯାଇଥିଲେ। ସେଠାରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ, ଝିଅ ଜିଭା ଓ ଅଳ୍ପ କିଛି ସଦସ୍ୟଙ୍କ ଗହଣରେ ଉଭୟ ପାଣ୍ଡ୍ୟା ବ୍ରଦର୍ସ ଧୋନୀଙ୍କ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହାର ୧୫ ଦିନ ପରେ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଯେଉଁଥିରେ ଧୋନୀ, କ୍ରୁନାଲ, କ୍ରୁନାଲଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ଠିଆ ହୋଇଥିବାବେଳେ ଏକ ଚେୟାର ଉପରେ ହାର୍ଦ୍ଦିକ ଓ ଜିଭା ବସିଥିବାର ଦେଖବାକୁ ମିଳିଛି। ସେହିଭଳି ଧୋନୀଙ୍କ ୩ ଜଣ ବନ୍ଧୁ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି। କିନ୍ତୁ ସାକ୍ଷୀ ଏହି ଫଟୋରେ ଦେଖାଯାଉ ନାହାନ୍ତି। ଏହି ଫଟୋ ତଳେ ‘ମିସିଂ ଦି ହାପି ସ୍କ୍ବାଡ୍‌’ ବୋଲି ସାକ୍ଷୀ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବିଶ୍ୱକପ୍‌ ପରଠାରୁ ଧୋନୀ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନାହାନ୍ତି। ତେବେ ଆଇପିଏଲ୍‌ରେ ଧୋନୀ ଖେଳିବେ ବୋଲି ଆଶା କରାଯାଉଥିଲେ ମଧ୍ୟ କରୋନା ଲାଗି ଏହାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri