Posted inଜାତୀୟ

ରାଜ୍ୟସଭାରେ ସାମ୍ନାସାମ୍ନି ହେଲେ ଗୋଟିଏ ରାଜ୍ୟର ୨ ପ୍ରତିଦ୍ୱନ୍ଦୀ

ନୂଆଦିଲ୍ଲୀ,୨୨।୭: ରାଜ୍ୟସଭାରେ ୪୫ଜଣ ନବନିର୍ବାଚିତ ସଦସ୍ୟ ବୁଧବାର ଶପଥ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୩୬ଜଣ ଏଭଳି ଏମ୍‌ପି ଅଛନ୍ତି ଯେଉଁମାନେ ପ୍ରଥମ ଥର ରାଜ୍ୟସଭାରେ ପହଞ୍ଚିଛନ୍ତି। ନିକଟରେ ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନରେ ୨୦ଟି ରାଜ୍ୟରୁ ୬୧ଜଣ ସଦସ୍ୟ ଚୟନ ହୋଇଥିଲେ। ସେଥିରୁ ୪୫ଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ୪୫ଜଣଙ୍କ ମଧ୍ୟରେ ଶରଦ ପାଓ୍ବାର, ଦିଗ୍‌ବିଜୟ ସିଂହ ଓ ରାମଦାସ ଅଠାଓ୍ବଲେ ସମେତ ୧୨ଜଣ ଏମ୍‌ପି ରହିଛନ୍ତି। ସେହିପରି କଂଗ୍ରେସ ଛାଡି ଭାଜପାର ହାତ ଧରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟସଭାରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠି ଗୋଟିଏ ରାଜ୍ୟର ୨ଟି ପ୍ରତିଦ୍ୱନ୍ଦୀ ସାମ୍ନାସାମ୍ନି ହୋଇଥିଲେ। ଏହି ଦୃଶ୍ୟ ବେଶ୍‌ ରୋଚକ ଥିଲା। ଯେତେବେଳେ ସମସ୍ତ ଏମ୍‌ପି ଶପଥ ନେଉଥିଲେ ସେତେବେଳେ ଜ୍ୟୋତିରାଦିତ୍ୟ ଓ ଦିଗ୍‌ବିଜୟ ସିଂହ ସାମ୍ନାସାମ୍ନି ହୋଇଥିଲେ। ସେହି ସମୟରେ ଜ୍ୟୋତିରାଦିତ୍ୟ ଦିଗ୍‌ବିଜୟ ପରସ୍ପରଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଏହି ସମୟରେ ସେଠାରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଉପସ୍ଥିତ ଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଏଥିପାଇଁ ଚର୍ଚ୍ଚିତ କାରଣ ଦୁଇ ନେତା ମଧ୍ୟପ୍ରଦେଶରୁ ଏବଂ ବିରୋଧୀ ଦଳର ପ୍ରତିନିଧି ଭାବେ ଚୟନ ହୋଇ ରାଜ୍ୟସଭାକୁ ଆସିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ମାର୍ଚ୍ଚରେ କଂଗ୍ରେସର ହାତ ଛାଡ଼ି ଓ କମଳନାଥଙ୍କ ସରକାରଙ୍କୁ ଭାଙ୍ଗି ଜ୍ୟୋତିରାଦିତ୍ୟ ଭାଜପାରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?