Posted inଖେଳ

ସ୍ତ୍ରୀ, ପୁଅକୁ ନେଇ ଘରେ ପହଞ୍ଚିଲେ ପାଣ୍ଡ୍ୟା; ଭାଉଜ କଲେ ଏପରି ସ୍ବାଗତ

ନୂଆଦିଲ୍ଲୀ, ୫।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତୃତ୍ୱ ଲାଭ କରିଥିଲେ। ତାଙ୍କ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଗତ ଜୁଲାଇ ୩୦ରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ହସ୍ପିଟାଲରେ ପାଖାପାଖି ଗୋଟିଏ ସପ୍ତାହ ରହିବା ପରେ ହାର୍ଦ୍ଦିକ ସ୍ତ୍ରୀ ଓ ନବଜାତ ସନ୍ତାନକୁ ନେଇ ଘରେ ପହଞ୍ଚତ୍ଛନ୍ତି। ହାର୍ଦ୍ଦିକ ଯେତେବେଳେ ଘରେ ପହଞ୍ଚତ୍ଥିଲେ ସେଠାରେ ତାଙ୍କ ଭାଉଜ ତଥା କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ନବଜାତ ସନ୍ତାନ ପାଇଁ ଏକ ବଡ଼ ସ୍ବାଗତର ଆୟୋଜନ କରିଥିଲେ। ପୁରା ଘର ବେଲୁନରେ ସାଜସଜ୍ଜା ହୋଇଥିଲା। ଭାଉଜଙ୍କ ଏଭଳି ସାଜସଜ୍ଜାକୁ ଦେଖି ହାର୍ଦ୍ଦିକ ବହୁତ ଖୁସି ହୋଇଯାଇଥିଲେ। ଯାହାର ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରିଥିଲେ। ଏହି ଫଟୋ ତଳେ ହାର୍ଦ୍ଦିକ ଏକ କ୍ୟାପସନ ଲେଖିଛନ୍ତି। ଯେଉଁଥିରେ ସେ ପୁଅକୁ ସ୍ବାଗତ କରିଥିବାରୁ ଭାଉଜ ପାଙ୍ଖୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାଙ୍ଖୁରୀ ମଧ୍ୟ ସ୍ବାମୀ କ୍ରୁନାଲ ଓ ହାର୍ଦ୍ଦିକଙ୍କ ପୁଅ ସହ ଫଟୋ ଉଠାଇଥିଲେ। ‘ଏହି ଘରକୁ ତୁମକ ସ୍ବାଗତ ବେବି। ଆମେ ତୁମକୁ ବହୁତ ଭଲ ପାଉ’ ବୋଲି ପାଙ୍ଖୁରୀ ଫଟୋରେ କ୍ୟାପସନ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ଓ ନତାଶାଙ୍କ ନିର୍ବନ୍ଧ ଚଳିତ ବର୍ଷ ପ୍ରାରମ୍ଭରେ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଉଭୟ ଅନେକ ଇଭେଣ୍ଟ ଓ ପାର୍ଟିରେ ଏକାଠି ନଜର ଆସିଥିଲେ ମଧ୍ୟ ବିବାହକୁ ନେଇ କେବେ ମୁହଁ ଖୋଲିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri