ରାଜନୀତିରେ ହଇଚଇ: ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କରୁଛନ୍ତି ଗୁପ୍ତ ମନ୍ତ୍ରଣା, ନବୀନଙ୍କ ପାଇଁ…

Featured Video Play Icon

ଭୁବନେଶ୍ୱର,୨୫ା୮(ରବିନାରାୟଣ ଜେନା): ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ସୁଜାତା କାର୍ତ୍ତିକେୟନ ରାଉତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ମଙ୍ଗ ଧରିବା ନେଇ ଚର୍ଚ୍ଚା ଲାଗି ରହିଛି। ରବିବାର ସୁଜାତାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ ହେବା ପରେ ତାଙ୍କୁ ଦଳୀୟ ନେତା, ଭାଜପାର ବରିଷ୍ଠ ନେତୃବୃନ୍ଦ ଓ ମନ୍ତ୍ରୀଙ୍କ ସାକ୍ଷାତ ପରେ ଏବେ ବିଜେଡିରେ ନେତୃତ୍ୱ ତଥା ଉତ୍ତରାଧିକାରୀ କଥା ସାମ୍ନାକୁ ଆସିଛି। କେତେକ ସାମାଜିକ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ମଧ୍ୟ ହେଲାଣି, ସୁଜାତା ଖୁବ୍‌ଶୀଘ୍ର ଦଳର ନେତୃତ୍ୱ ନେବେ। ତେବେ କଥାଟା ଯେତିକି ଗୁରୁତ୍ୱ ରଖୁଛି ତାକୁ ବଳ ଯୋଗାଇଛି ବିଜେଡିର ବୈଠକ।
ବିଜେଡି ବୈଠକରେ ସୁଜାତାଙ୍କ ଉପସ୍ଥିତି ଯେମିତି ସବୁ କିଛି ବୟାନ କରୁଛି। କିଛିମାସ ପୂର୍ବରୁ ସୁଜାତା ଆଇଏଏସ୍‌ ପଦରୁ ଅବ୍ୟାହତି ନେବା ରାଜ୍ୟବାସୀଙ୍କୁ ଯେତିକି ଆଶ୍ଚର୍ଯ୍ୟ ଚକିତ କରିଥିଲା ଏବେ ତାଙ୍କର ବୈଠକରେ ଉପସ୍ଥିତ ରହିବା ତାକୁ ଅଧିକ ରଞ୍ଜିତ କରୁଛି। ସାମାଜିକ ଗଣମାଧ୍ୟମରେ ଯେଉଁ ଭିଡିଓ ଘୂରି ବୁଲୁଛି ତାହା ନ କହିଲେ ବି ସବୁ ବୁଝାଇ ଦେଉଛି। ତେବେ ଭିଡିଓରେ ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି। ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ତାହା ସ୍ପଷ୍ଟ ଜଣାପଡୁ ନ ଥିଲେ ହେଁ ଆଗାମୀ ଦିନରେ ଦଳରେ କିଛି ନୂଆ ସମୀକରଣ ହେବାକୁ ଯାଉଥିବା ସଙ୍କେତ ଦେବା ସହ କିଛି ଗୁପ୍ତ ମନ୍ତ୍ରଣା ଚାଲିଥିବା ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ତେବେ ବିରୋଧୀ ଦଳ ପକ୍ଷରୁ ଚର୍ଚ୍ଚାକୁ ଖଣ୍ଡନ କରାଯାଇ ନାହିଁ କିମ୍ବା କୌଣସି ପ୍ରକାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇନାହିଁ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ନେଇ ଯେତେବେଳେ ଚର୍ଚ୍ଚା ଜୋର ଧରିଛି, ସେତେବେଳେ ସଭାପତି ନବୀନ ତାକୁ ହାଲୁକା ଢଙ୍ଗରେ ନେଇଛନ୍ତି। ଭବିଷ୍ୟତରେ ଦଳର ମଙ୍ଗ କିଏ ଧରିବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ ବୋଲି ନବୀନ କହି ଆସୁଥିବାରୁ ଆଗାମୀ ଦିନରେ ବିଜେଡି ରାଜନୀତି କେଉଁ ଆଡ଼କୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri