ମହାମାରୀ ସ୍ପାନିସ୍‌ ଫ୍ଲୁ

ସ୍ପାନିସ୍‌ ଫ୍ଲୁ H1N1 ଇନ୍‌ଫ୍ଲୁଏଞ୍ଜା ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ । ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି ୨୦୦୯ ମସିହାର ସ୍ବାଇନ୍‌ ଫ୍ଲୁ । ସ୍ପାନିସ୍‌ ଫ୍ଲୁ ଆକ୍ରମଣ ଜନିତ ଅସୁସ୍ଥତାର ପ୍ରଥମ ପ୍ରମାଣ କେତେକ ପାଶ୍ଚାତ୍ୟ ଦେଶ ଯଥା ଯୁକ୍ତରାଷ୍ଟ୍ର୍ର ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନରେ ମିଳିଥିଲା । ମାତ୍ର ସେତେବେଳେ ଏହି ରାଷ୍ଟ୍ରସବୁ ପ୍ରଥମ ବିଶ୍ବଯୁଦ୍ଧରେ ପକ୍ଷଭୁକ୍ତ ଥିବାରୁ ନିଜର ଯୁଦ୍ଧରତ ସୈନିକମାନଙ୍କୁ ନିରୁତ୍ସାହିତ ନ କରିବା ପାଇଁ ଏହି ମହାମାରୀକୁ ବିଶେଷ ପ୍ରଘଟ କରି ନ ଥିଲେ …

୧୯୧୮ ମସିହାରେ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବା ସ୍ପାନିସ୍‌ ଫ୍ଲୁ ଏବେ ଜନମାନସରୁ ବିସ୍ମୃତ ହୋଇଗଲାଣି ।
ଫେବୃୟାରୀ ୧୯୧୮ ମସିହାରୁ ଆରମ୍ଭ କରି ମାର୍ଚ୍ଚ ୧୯୨୦ ମସିହା ପର୍ଯ୍ୟନ୍ତ ତଥା ପ୍ରଥମ ବିଶ୍ବଯୁଦ୍ଧର ଘନଘଟା ମଧ୍ୟରେ ପ୍ରାଦୁର୍ଭାବ ଘଟିଥିବା ଏହି ମହାମାରୀ ସମୁଦାୟ ଚାରୋଟି ପର୍ଯ୍ୟାୟରେ ଆସିଥିଲା ଏବଂ ସାରା ବିଶ୍ବରେ ସମୁଦାୟ ୫୦ କୋଟି ଜନସଂଖ୍ୟା (ବିଶ୍ବର ଏକ-ତୃତୀୟାଂଶ ଜନସଂଖ୍ୟା)କୁ ସଂକ୍ରମିତ କରିଥିଲା । ଏହି ଘାତକ ମହାମାରୀରେ ବିଶ୍ବର ୧.୫ କୋଟିରୁ ୫ କୋଟି ଲୋକଙ୍କ ମୃତ୍ୟୁ ଘଟିଥିଲା।
ସ୍ପାନିସ୍‌ ଫ୍ଲୁ H1N1 ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ ଦ୍ବାରା ସୃଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ। ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି ୨୦୦୯ ମସିହାର ସ୍ବାଇନ୍‌ ଫ୍ଲୁ। ସ୍ପାନିସ୍‌ ଫ୍ଲୁ ଆକ୍ରମଣଜନିତ ଅସୁସ୍ଥତାର ପ୍ରଥମ ପ୍ରମାଣ କେତେକ ପାଶ୍ଚାତ୍ୟ ଦେଶ ଯଥା ଯୁକ୍ତରାଷ୍ଟ୍ର୍ର ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନରେ ମିଳିଥିଲା। ମାତ୍ର ସେତେବେଳେ ଏହି ରାଷ୍ଟ୍ରସବୁ ପ୍ରଥମ ବିଶ୍ବଯୁଦ୍ଧରେ ପକ୍ଷଭୁକ୍ତ ଥିବାରୁ ନିଜର ଯୁଦ୍ଧରତ ସୈନିକମାନଙ୍କୁ ନିରୁତ୍ସାହିତ ନ କରିବା ପାଇଁ ଏହି ମହାମାରୀକୁ ବିଶେଷ ପ୍ରଘଟ କରି ନ ଥିଲେ। ସ୍ପେନ୍‌ରେ ଏହି ମହାମାରୀ ପ୍ରାଦୁର୍ଭାବର ଖବର ପ୍ରଥମେ ପ୍ରକାଶିତ ହୋଇଥିବାରୁ ଐତିହାସିକ ଦୃଷ୍ଟିକୋଣରୁ ଏହାକୁ ‘ସ୍ପାନିସ୍‌ ଫ୍ଲୁ’ ବୋଲି ନାମିତ କରାଗଲା। ଅନ୍ୟ ମହାମାରୀ ସଂକ୍ରମଣର ଶିଖର ସମୟ ସାଧାରଣତଃ ଶୀତ ଋତୁ ହୋଇଥିଲାବେଳେ ଏହି ମହାମାରୀ ଗ୍ରୀଷ୍ମ ଋତୁରେ (ଉତ୍ତର ଗୋଲାର୍ଦ୍ଧରେ) ବେଶି ମାତ୍ରାରେ କାୟା ବିସ୍ତାର କରିଥିଲା।
ଚାରି ପର୍ଯ୍ୟାୟର ଆକ୍ରମଣ
ପ୍ରଥମ ମୃଦୁ ପର୍ଯ୍ୟାୟ: ୧୯୧୮ ମସିହାର ପ୍ରାରମ୍ଭରୁ ସୂତ୍ରପାତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ମୃତ୍ୟୁହାର ବହୁତ ସ୍ବଳ୍ପ ଥିଲା। ୧୯୧୮ ମସିହାର ପ୍ରଥମ ଛଅ ମାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବ ବର୍ଷ ତୁଳନାରେ ମାତ୍ର ୧୨,୦୦୦ ଅଧିକ ଫ୍ଲୁ ଜନିତ ସଂକ୍ରମଣର ବିବରଣୀ ପ୍ରକାଶିତ ହୋଇଥିଲା। ୧୯୧୮ ମସିହାର ପ୍ରଥମ ତିନି ମାସ ବେଳକୁ ଏହି ମହାମାରୀର ପ୍ରତିକାର ନିମନ୍ତେ କୌଣସି ସଙ୍ଗରୋଧ ଶିବିରର ବ୍ୟବସ୍ଥା ନ ଥିଲା। ମହାମାରୀର ପ୍ରଥମ ପର୍ଯ୍ୟାୟ ସେତେଟା ମାରାତ୍ମକ ନ ଥିଲେ ସୁଦ୍ଧା ଏହା ପ୍ରଥମ ବିଶ୍ବଯୁଦ୍ଧର ଅଗ୍ରଗତିକୁ ବିଶେଷ ପ୍ରଭାବିତ କରିଥିଲା।
ପ୍ରଥମ ପର୍ଯ୍ୟାୟରେ ଏହି ମହାମାରୀର ସଂକ୍ରମଣ ଯୁକ୍ତରାଷ୍ଟ୍ର ଆମେରିକାର ଅଳ୍ପ କିଛି ସାମରିକ ଶିବିରରୁ ଆରମ୍ଭ ହୋଇ ଘଟଣାକ୍ରମେ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳ ଯଥା ୟୁରୋପ, ଏସିଆ ଓ ଅଷ୍ଟ୍ରେଲିଆ ଆଦି ମହାଦେଶକୁ ବ୍ୟାପିଯାଇଥିଲା ।
ଦ୍ବିତୀୟ ଘାତକ ପର୍ଯ୍ୟାୟ: ଏହି ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ୧୯୧୮ ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା। ସେତେବେଳେ ଏହି ମହାମାରୀ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ୍‌ ଓ ଆଫ୍ରିକାର ଫ୍ରିଟାଉନ୍‌ ସହରକୁ ବ୍ୟାପିଯାଇଥିଲା। ଏହା ସମୟକ୍ରମେ ବ୍ରାଜିଲ୍‌ ଓ କାରିବିଆନ୍‌ ଦ୍ବୀପସମୂହକୁ ଜାହାଜ ଦ୍ବାରା ସମ୍ପ୍ରସାରିତ ହୋଇଥିଲା। ପରବର୍ତ୍ତୀ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଦେଶକୁ ଫ୍ରାନ୍ସର ମୂଳବାସିନ୍ଦା ଶ୍ରମିକମାନେ ଜାହାଜରେ ଫେରି ଆସିବା ଦ୍ବାରା ଦକ୍ଷିଣ ଆଫ୍ରିକା ଓ ଜାମ୍ବେଜୀ ନଦୀ ଟପି ଇଥିଓପିଆ ଦେଶକୁ ମଧ୍ୟ ଏ ମହାମାରୀର ପ୍ରସାର ଘଟିଥିଲା ।
ଏହି ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ମାରାତ୍ମକ ଥିଲା। ୧୯୧୮ ମସିହା ଅକ୍ଟୋବର ମାସରେ ମହାମାରୀଜନିତ ସବୁଠାରୁ ଅଧିକ ମୃତ୍ୟୁ ଘଟିଥିଲା। ଭାରତର ବମ୍ବେରେ ୧ ଲକ୍ଷ ୧୦ ହଜାର ଜନସଂଖ୍ୟା ମଧ୍ୟରୁ ସମୁଦାୟ ୧୦,୦୦୦ ବ୍ୟକ୍ତି ଏହି ମହାମାରୀ ସଂକ୍ରମଣର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମହାମାରୀ ରୁଷିଆ ଦେଶକୁ ସଞ୍ଚାରିତ ହୋଇଥିଲା, ଯେଉଁଠାରୁ ଏହା ରୁଷୀୟ ସିଭିଲ ଯୁଦ୍ଧ ଓ ଟ୍ରାନ୍ସ- ସାଇବେରିଆନ୍‌ ରେଳପଥ ଜରିଆରେ ସାରା ଏସିଆ ମହାଦେଶରେ ବ୍ୟାପିଯାଇଥିଲା। ପରବର୍ତ୍ତୀ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏହା ଭାରତ, ଚାଇନା ଓ ଜାପାନ ଦେଶକୁ ସଂପ୍ରସାରିତ ହୋଇ ସାରିଥିଲା ।
ତୃତୀୟ ମଧ୍ୟମ ପର୍ଯ୍ୟାୟ: ୧୯୧୯ ମସିହା ଜାନୁୟାରୀ ମାସରେ ଏହି ମହାମାରୀ ପ୍ରଥମେ ଅଷ୍ଟ୍ରେଲିଆରେ ପ୍ରବେଶ କରି ୧୨,୦୦୦ ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲା। ପରେ ଏହା ୟୁରୋପ ମହାଦେଶ ଦେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ସଂପ୍ରସାରିତ ହୋଇଥିଲା, ଯାହାର ପ୍ରକୋପ ଜୁନ୍‌ ମାସ ପର୍ଯ୍ୟନ୍ତ ରହିଥିଲା I ଏହା ମୁଖ୍ୟତଃ ସ୍ପେନ୍‌, ସର୍ବିଆ, ମେକ୍ସିକୋ ଓ ବ୍ରିଟେନ୍‌ ଦେଶକୁ ପ୍ରଭାବିତ କରିଥିଲା। ଏହାଦ୍ବାରା ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ପର୍ଯ୍ୟାୟ ଦ୍ବିତୀୟ ପର୍ଯ୍ୟାୟ ତୁଳନାରେ କମ୍‌ ମାରାତ୍ମକ ଥିଲେ ହେଁ ପ୍ରଥମ ପର୍ଯ୍ୟାୟଠାରୁ ଅଧିକ ଭୟଙ୍କର ଥିଲା।
ଚତୁର୍ଥ ସଂକ୍ଷିପ୍ତ ପର୍ଯ୍ୟାୟ: ୧୯୨୦ ମସିହା ମାର୍ଚ୍ଚ ମାସରେ ନ୍ୟୁୟର୍କ ସହର ଏବଂ ବ୍ରିଟେନ୍‌, ଅଷ୍ଟ୍ରିଆ, ସ୍କାଣ୍ଡିନେଭିଆ ଏବଂ ଦକ୍ଷିଣ ଆମେରିକାର କେତେକ ଦେଶରେ ଅତି ସଂକ୍ଷିପ୍ତ ସଂକ୍ରମଣର ଏକ ଢେଉ ଆସିଥିଲା। କିଛି ବିଳମ୍ବରେ ଏହି ମହାମାରୀ ପହଞ୍ଚିଥିବା ଦେଶଗୁଡ଼ିକ ହେଲା ପେରୁ (୧୯୨୦ ମସିହାର ପ୍ରଥମ ଭାଗ) ଓ ଜାପାନ (୧୯୧୯ ମସିହାର ଶେଷ ଭାଗରୁ ୧୯୨୦ ମସିହାର ପ୍ରଥମ ଭାଗ) । ୧୯୨୦ ମସିହାର ମାର୍ଚ୍ଚ ମାସରେ ଏହି ଘାତକ ମହାମାରୀର ଶେଷ ସଂକ୍ରମଣ ଲକ୍ଷ୍ୟ କରାଯାଇଥିଲା।
ଲକ୍ଷଣ: ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ସଂକ୍ରମିତ ରୋଗୀଙ୍କଠାରେ ଗଳାରେ ଘା’ ଓ ମୁଣ୍ଡବ୍ୟଥା ଭଳି ସାଧାରଣ ଲକ୍ଷଣ ପ୍ରକାଶ ପାଇଥିଲା । ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ଏହା ଅଧିକ ଗୁରୁତର ହୋଇ ଘାତକ ରୂପ ନେଇଥିଲା। ଏହା ପୁଣି ବ୍ୟାକ୍ଟେରିଆ ଜନିତ ନିମୋନିଆ ରୋଗ ଭଳି ଦ୍ବିତୀୟ ସଂକ୍ରମଣ ଦ୍ବାରା ଆହୁରି ଜଟିଳ ହୋଇ ଅଧିକାଂଶ ସମୟରେ ମୃତ୍ୟୁର କାରଣ ହେଉଥିଲା। ଏହି ଭାଇରସ୍‌ ମଧ୍ୟ ସିଧାସଳଖ ସଂକ୍ରମଣ ଦ୍ବାରା ଫୁସ୍‌ଫୁସ୍‌ର ପ୍ରଦାହ ଓ ଫୁଲା ଦ୍ବାରା ମୃତ୍ୟୁର କାରଣ ହେଉଥିଲା। ଏହି ଗୁରୁତର ରୋଗରେ କେତେକ କ୍ଷେତ୍ରରେ ସାରା ଶରୀର କ୍ରମଶଃ ନୀଳ ଓ କଳା ରଙ୍ଗ ପାଲଟି ଯାଉଥିଲା। ତା’ସହ ଫୁସ୍‌ଫୁସରେ ପାଣି ଜମିଯିବା ଦ୍ବାରା ରୋଗୀ ମୃତ୍ୟୁମୁଖରେ ପଡୁଥିଲା। ଏହି ରୋଗର ଅନ୍ୟ ଲକ୍ଷଣମାନ ମଧ୍ୟରେ ପାଟି ଓ ନାକରୁ ଅଚାନକ ରକ୍ତ ପଡ଼ିବା, ଗର୍ଭବତୀଙ୍କ କ୍ଷେତ୍ରରେ ଗର୍ଭପାତ, ଦାନ୍ତ ଓ କେଶ ଉପୁଡ଼ିବା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଆଖିକୁ ଝାପ୍ସା ଦେଖାଯିବା ଇତ୍ୟାଦି।ଏହି ରୋଗର ଏକ ମୁଖ୍ୟ ଲକ୍ଷଣ ଥିଲା ପାଟି, ପାକସ୍ଥଳୀ ଓ ଅନ୍ତନାଳୀର ଲାଳଗ୍ରନ୍ଥୀରୁ ରକ୍ତସ୍ରାବ ହେବା। ଏହାବ୍ୟତୀତ କାନ ଓ ଚର୍ମରୁ ମଧ୍ୟ ରକ୍ତସ୍ରାବ ହେଉଥିଲା। ଏହିସବୁ ଗୁରୁତର ଲକ୍ଷଣ ଶରୀର ମଧ୍ୟରେ ମାତ୍ରାଧିକ ରୋଗପ୍ରତିରୋଧକ ପଦାର୍ଥ ସୃଷ୍ଟି ହେବା ଦ୍ବାରା ଉତ୍ପନ୍ନ ହେଉଥିବାର ବିଶ୍ବାସ କରାଯାଏ ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?