Categories: ଗଞ୍ଜାମ

ଶେଷ ପର୍ଯ୍ୟାୟରେ ପଞ୍ଚୁଦୋଳ ପ୍ରସ୍ତୁତି

ଗଞ୍ଜାମ,୧୧ା୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟପଡ଼ିଆରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରାର ସାହି ଯାତ୍ରା ଶନିବାର ସନ୍ଧ୍ୟାରୁ ଆରମ୍ଭ ହେଉଛି l ଏଥିପାଇଁ ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି l ସାହି ଯାତ୍ରା ରବିବାର ପୂର୍ବାହ୍ନରେ ଶେଷ ହେବ। ଏଥିପାଇଁ ହୁମା ଗ୍ରାମର ସମସ୍ତ ସାହି ଯଥା ବଡ଼ ସାହି, ଗୋପୀନାଥ ସାହି, କୈବର୍ତ୍ତ ସାହି, ତଥା ଅନ୍ୟାନ୍ୟ ସାହି ସମେତ କଣ୍ଟିଆ ଗଡ଼, ଖଟୁଆ କୁଦା ଗଡ଼ହୁମା, ବେଲପଡ଼ା, ଝାଡ଼କୁଡ଼ା, ଲୁଙ୍ଘୁରି, କଳାଯମୁନା ଆଦି ଗ୍ରାମରେ ନାଟକ ପରିବେଷଣ ହେବ। ସୋମବାର ସକାଳୁ ସମସ୍ତ ଠାକୁର ବିରାଟ ପଟୁଆର ମଧ୍ୟରେ ହୁମା ଜାତୀୟ ରାଜପଥରେ ଏକତ୍ରିତ ହୋଇ ଯାତ୍ରା ପଡ଼ିଆକୁ ଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ପଡ଼ିଆରେ ଜେସିବି ସାହାଯ୍ୟରେ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ ହୋଇଛି l ଏଥିସହ ପୋଲିସ ଓ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ସାରିଥିବା ଜଣାପଡ଼ିଛି।