ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବିଧାନର ଲିଖିତ ଆଦର୍ଶକୁ ବଜାଜୟ ରଖି…

ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ନାଏକ ପ୍ରଥମେ ଶହୀଦ ମାଧୋ ସିଂ, ବହ୍ନି କନ୍ୟା ପାର୍ବତୀ ଗିରି, ମହାତ୍ମା ଗାନ୍ଧୀ, ସ୍ବଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ ଏବଂ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରଥମଥର କରି ଗାନ୍ଧୀଛକ ଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ପରେଡ୍‌ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କ ପାଇଁ ନିଜ ଅଭିଭାଷଣ ରଖିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ସ୍ବାଧୀନତା ପରଠାରୁ ଭାରତ କୃଷି-ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟସେବା, ଭିତ୍ତିଭୂମି, ଗମନାଗମନ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିରେ ଓଡିଶାର ଭାତହାଣ୍ଡି ତଥା ହସ୍ତତନ୍ତର ପେଣ୍ଠସ୍ତଳ ଭାବେ ପରିଚିତ ବରଗ ଜିଲାର ଯଥେଷ୍ଟ ଅବଦାନ ରହିଛି। ବର୍ତ୍ତମାନର କିଛି ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ଆମେ ଧ୍ୟାନ ଦେବା ଏବଂ ସେଗୁଡିକୁ ଦୂର କରିବା ସହ ଏକ ବିକଶିତ ଓଡ଼ିଶା, ବିକଶିତ ଭାରତ ତଥା ବିକଶିତ ବରଗଡ଼ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ତ୍ରିରଙ୍ଗା ପତାକା ତଳେ ଶପଥ ନେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଲୋକଙ୍କ ସେବକ ତଥା ଜଣେ ଦାୟିତ୍ୱବାନ ନାଗରିକ ଭାବେ ସମସ୍ତେ ସମ୍ବିଧାନରେ ଲିଖିତ ଆଦର୍ଶକୁ ବଜାୟ ରଖିବା ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଶକ୍ତିଶାଳୀ, ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତ ଦେଶ ଗଠନ ପାଇଁ ଏକାଠି ମିଶି କାମ କରିବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କରିଥିଲେ। ସମାରୋହରେ ୩୮ଟି ପରେଡ ଦଳ ଏବଂ ଜିଲାର ପର୍ଯ୍ୟଟନ ସ୍ଥଳ, ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ, କଳା ସଂସ୍କୃତି ଉପରେ ଆଧାରିତ ୧୯ଟି ପ୍ରଜ୍ଞାପନ ମେଢ଼ ସହ ବାଲ୍ୟବିବାହ ରୋକିବା ପାଇଁ ଆରମ୍ଭ ହୋଇଥିବା ୧୦୦ ଦିନିଆ ଅଭିଯାନ ଉପରେ ପର୍ଯ୍ୟବେଶିତ ଗୋଟିଏ ସାଇକେଲ ଚାଳକ ବାଳିକା ଦଳ ଯୋଗ ଦେଇଥିଲେ। ୮ଟି ନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ସମସ୍ତ ବିଭାଗର ଶ୍ରେଷ୍ଠ ଦଳ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ୧୩ ଜଣ କ୍ରୀଡ଼ାବିତ୍‌ ଏବଂ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରଯାଇଥିଲା ।

ସମାରୋହକୁ ସୂଚାରୁ ରୂପେ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲା ପୂର୍ତ୍ତ ବିଭାଗ, ବରଗଡ଼ ପୌର ପରିଷଦଙ୍କ ସମେତ ପାନୀୟ ଜଳ ଯୋଗାଣ ନିମନ୍ତେ ଜେସିଆଇ ଅନୁଷ୍ଠାନ, ଶିଶୁ ସୁରକ୍ଷା ୟୁନିଟ, ୨୦ ଜଣ ସ୍ବେଚ୍ଛାସେବୀ ତଥା ପୂର୍ବତନ ଏନ୍‌ସିସି କ୍ୟାଡେଟ୍‌ ଏବଂ ପରେଡ୍‌ କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମ୍ମାନିତ କରିଥିଲେ । ସମାରୋହ ସରିବା ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍‌ଲା ସ୍ଥାନୀୟ କାରାଗାର ଅନ୍ତେବାସୀ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ…

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଞ୍ଚୋ, ୧୨।୩ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri