ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବିଧାନର ଲିଖିତ ଆଦର୍ଶକୁ ବଜାଜୟ ରଖି…

ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ନାଏକ ପ୍ରଥମେ ଶହୀଦ ମାଧୋ ସିଂ, ବହ୍ନି କନ୍ୟା ପାର୍ବତୀ ଗିରି, ମହାତ୍ମା ଗାନ୍ଧୀ, ସ୍ବଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ ଏବଂ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରଥମଥର କରି ଗାନ୍ଧୀଛକ ଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ପରେଡ୍‌ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କ ପାଇଁ ନିଜ ଅଭିଭାଷଣ ରଖିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ସ୍ବାଧୀନତା ପରଠାରୁ ଭାରତ କୃଷି-ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟସେବା, ଭିତ୍ତିଭୂମି, ଗମନାଗମନ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିରେ ଓଡିଶାର ଭାତହାଣ୍ଡି ତଥା ହସ୍ତତନ୍ତର ପେଣ୍ଠସ୍ତଳ ଭାବେ ପରିଚିତ ବରଗ ଜିଲାର ଯଥେଷ୍ଟ ଅବଦାନ ରହିଛି। ବର୍ତ୍ତମାନର କିଛି ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ଆମେ ଧ୍ୟାନ ଦେବା ଏବଂ ସେଗୁଡିକୁ ଦୂର କରିବା ସହ ଏକ ବିକଶିତ ଓଡ଼ିଶା, ବିକଶିତ ଭାରତ ତଥା ବିକଶିତ ବରଗଡ଼ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ତ୍ରିରଙ୍ଗା ପତାକା ତଳେ ଶପଥ ନେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଲୋକଙ୍କ ସେବକ ତଥା ଜଣେ ଦାୟିତ୍ୱବାନ ନାଗରିକ ଭାବେ ସମସ୍ତେ ସମ୍ବିଧାନରେ ଲିଖିତ ଆଦର୍ଶକୁ ବଜାୟ ରଖିବା ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଶକ୍ତିଶାଳୀ, ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତ ଦେଶ ଗଠନ ପାଇଁ ଏକାଠି ମିଶି କାମ କରିବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କରିଥିଲେ। ସମାରୋହରେ ୩୮ଟି ପରେଡ ଦଳ ଏବଂ ଜିଲାର ପର୍ଯ୍ୟଟନ ସ୍ଥଳ, ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ, କଳା ସଂସ୍କୃତି ଉପରେ ଆଧାରିତ ୧୯ଟି ପ୍ରଜ୍ଞାପନ ମେଢ଼ ସହ ବାଲ୍ୟବିବାହ ରୋକିବା ପାଇଁ ଆରମ୍ଭ ହୋଇଥିବା ୧୦୦ ଦିନିଆ ଅଭିଯାନ ଉପରେ ପର୍ଯ୍ୟବେଶିତ ଗୋଟିଏ ସାଇକେଲ ଚାଳକ ବାଳିକା ଦଳ ଯୋଗ ଦେଇଥିଲେ। ୮ଟି ନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ସମସ୍ତ ବିଭାଗର ଶ୍ରେଷ୍ଠ ଦଳ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ୧୩ ଜଣ କ୍ରୀଡ଼ାବିତ୍‌ ଏବଂ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରଯାଇଥିଲା ।

ସମାରୋହକୁ ସୂଚାରୁ ରୂପେ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲା ପୂର୍ତ୍ତ ବିଭାଗ, ବରଗଡ଼ ପୌର ପରିଷଦଙ୍କ ସମେତ ପାନୀୟ ଜଳ ଯୋଗାଣ ନିମନ୍ତେ ଜେସିଆଇ ଅନୁଷ୍ଠାନ, ଶିଶୁ ସୁରକ୍ଷା ୟୁନିଟ, ୨୦ ଜଣ ସ୍ବେଚ୍ଛାସେବୀ ତଥା ପୂର୍ବତନ ଏନ୍‌ସିସି କ୍ୟାଡେଟ୍‌ ଏବଂ ପରେଡ୍‌ କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମ୍ମାନିତ କରିଥିଲେ । ସମାରୋହ ସରିବା ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍‌ଲା ସ୍ଥାନୀୟ କାରାଗାର ଅନ୍ତେବାସୀ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

 ହାଇୱା ଧକ୍କାରେ ମୃତ୍ୟୁ ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ…

ସ୍ବାଧୀନତା ସଂଗ୍ରାମରେ ପାଇକଙ୍କ ବୀରତ୍ୱ ଅତୁଳନୀୟ: ଉପମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଭିନ୍ନ ଢଙ୍ଗରେ ପାଳିଲେ ସାଧାରଣତନ୍ତ୍ର ଦିବସ: ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରେ ପହଞ୍ଚିଲେ…

ଭଞ୍ଜନଗର,୨୬।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧) ପକ୍ଷରୁ ସୋମବାର ସାଧାରଣତନ୍ତ୍ର ଦିବସ…

ହାତୀ ମୃତ୍ୟୁ ଘଟଣା: ଦୋଷୀଙ୍କୁ ଛଡା ଯିବନି,ସମସ୍ତଙ୍କୁ ଧରିବକହିଲେ ଜଙ୍ଗଲ ମନ୍ତ୍ରୀ

ଭବାନୀପାଟଣା,୨୬।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପଡ଼ିଆଠାରେ ସୋମବାର ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ…

କଳାହାଣ୍ଡିରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ :  ଯୋଗଦେଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ

ଭବାନୀପାଟଣା,୨୬।୧( ଉତ୍ତମ କୁମାର ଦାଶ ): କଳାହାଣ୍ଡିରରେ ସୋମବାର ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭବାନୀପାଟଣା ରିଜର୍ଭ ପଡିଆଠାରେ ଆୟୋଜିତ…

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବଜାର ଉପରେ କରିଦେଲେ ଛିଡ଼ା: ସହିପାରିଲେନି ବାପା ଶେଷରେ ନେଲେ ଚରମ ନିଷ୍ପତ୍ତି 

ଚାନ୍ଦବାଲି,୨୬।୧(କିଷାନ ପାତ୍ର): ସୀମା ଟପିଲା ବର୍ବରତା। ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ  ବାପା  ସହି…

କ୍ରସର ବେଲ୍ଟରେ ଚାପିହୋଇ ଗଲା ଜୀବନ

ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଝିଙ୍କିଝାରିରେ ଥିବା ମେଗା କ୍ରସର୍‌ରେ ଅଘଟଣ ଘଟିଛି। କ୍ରସର ବେଲ୍ଟରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ…

ଅମରେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଭାବେ ହାଟଡ଼ିହୀ ବ୍ଲକ କଳିଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri