Posted inରାଜ୍ୟ

ପଞ୍ଚାୟତିରାଜ ଓ ବିଜୁବାବୁ

ଲୋକମାନଙ୍କୁ ନିଜକୁ ଶାସନ କରିବାକୁ ସୁଯୋଗ ଦିଅ, ନିଜ ଅଞ୍ଚଳର ବିକାଶ ପାଇଁ ସେମାନଙ୍କୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ଦିଆଯାଉ ଏବଂ ସେମାନଙ୍କ ଯୋଜନାକୁ ସେମାନେ କାର୍ଯ୍ୟକାରୀ କରନ୍ତୁ-ଏହାହିଁ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ପଞ୍ଚାୟତକୁ ଆର୍ଥିକ କ୍ଷମତା ପରିଚାଳନା କରିବା ପାଇଁ ସୁଯୋଗ ନ ମିଳିବା ଯାଏ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ ବୋଲି ବିଜୁ କହୁଥିଲେ। ବିଜୁବାବୁଙ୍କ ସରକାର ସେତେବେଳେ ପଞ୍ଚାୟତସ୍ତରରେ ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ସ୍ବତନ୍ତ୍ର ଅର୍ଥ କମିଶନ ନିଯୁକ୍ତି ଲାଗି ଉଦ୍ୟମ ଜାରି ରଖିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ବିଜୁବାବୁ ଗୁରୁତ୍ୱ ଦେଉଥିଲେ। ଏପରି କି ମହିଳାମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩% ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିବାରେ ସ୍ବାଧୀନ ଭାରତର ଇତିହାସରେ ବିଜୁବାବୁ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ନିଜ କଥା ରଖି ବିଧାନସଭାରେ ଗୃହୀତ ଓଡ଼ିଶା ଜିଲା ପରିଷଦ ଆଇନ-୧୯୯୧ ଏବଂ ଗ୍ରାମ ପଞ୍ଚାୟତ ସମିତି ଆଇନ-୧୯୯୨ରେ ଏସ୍‌ସି, ଏସ୍‌ଟି ବର୍ଗ ସମେତ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଏଥିଯୋଗୁ ପ୍ରଥମଥର ପାଇଁ ୪୭ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲାପରିଷଦରେ ୨୮ହଜାର ମହିଳା ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଲେ। ଏହା ସହିତ ଜିଲାପରିଷଦଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶରେ ସମ୍ପୂର୍ଣ୍ଣଭାବେ ମହିଳାମାନେ ଅଧ୍ୟକ୍ଷପଦ ମଣ୍ଡନ କରିବାର ବ୍ୟବସ୍ଥା କରାଗଲା। ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ କ୍ଷେତ୍ରରେ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ପଦ ମଧ୍ୟରୁ କୌଣସି ଗୋଟିଏରେ ମହିଳାଙ୍କୁ ଅବସ୍ଥାପିତ କରିବା ବାଧ୍ୟତାମୂଳକ କରାଗଲା। ବିଜୁବାବୁଙ୍କ ଏହି ନୀତିକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଅନୁସରଣ କଲେ। ଫଳରେ ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନରେ ଉଭୟ ପୌର ଓ ପଞ୍ଚାୟତ ସଂସ୍ଥା ପାଇଁ ଅନୁରୂପ ବ୍ୟବସ୍ଥା କରାଗଲା। ବିଜୁବାବୁଙ୍କ ନେତୃତ୍ୱରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ -୧୯୬୪ ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ସମିତି ଆଇନ -୧୯୫୬କୁ ୧୯୯୧-୧୯୯୩ ମଧ୍ୟରେ ୩ ଥର ସଂଶୋଧନ କରାଯାଇଥିଲା।
ବାସ୍ତବରେ ଦେଖିଲେ ଭାରତବର୍ଷରେ ନାରୀ ସଶକ୍ତୀକରଣ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାଗୀଦାରି ବା ପ୍ରତିନିଧିତ୍ୱ ପାଇଁ ବିଜୁବାବୁ ବାଟ ଫିଟାଇଥିଲେ। ସେ ମହିଳାମାନଙ୍କୁ ପଞ୍ଚାୟତ ସ୍ତରରେ ୩୩% ସ୍ଥାନ ସଂରକ୍ଷଣ ଦେଇ ଇତିହାସ ସୃଷ୍ଟି କରିଥିବା ବେଳେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତାଙ୍କର ଏହି ଅଭିଳାଷକୁ ଆଉ କେଇପାଦ ଆଗକୁ ନେବାରେ ଉଦ୍ୟମ ଜାରି ରଖିଛନ୍ତିି। ମହିଳାଙ୍କ ଲାଗି ପୌର ନିର୍ବାଚନରେ ୫୦% ଏବଂ ବିଧାନସଭା ଓ ଲୋକ ସଭାରେ ୩୩ % ସ୍ଥାନ ସଂରକ୍ଷଣ ଲାଗି ସହମତି ପ୍ରକାଶ ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ସମ୍ପ୍ରତି ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ନବୀନବାବୁଙ୍କ ଏହି ଯୋଜନା ଅନୁସାରେ ଆଇନ ପ୍ରଣୟନ କରାଗଲେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ମହିଳାମାନେ ଲୋକଙ୍କ ସ୍ବର ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri