Posted inରାଜ୍ୟ

ପଞ୍ଚାୟତିରାଜ ଓ ବିଜୁବାବୁ

ଲୋକମାନଙ୍କୁ ନିଜକୁ ଶାସନ କରିବାକୁ ସୁଯୋଗ ଦିଅ, ନିଜ ଅଞ୍ଚଳର ବିକାଶ ପାଇଁ ସେମାନଙ୍କୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ଦିଆଯାଉ ଏବଂ ସେମାନଙ୍କ ଯୋଜନାକୁ ସେମାନେ କାର୍ଯ୍ୟକାରୀ କରନ୍ତୁ-ଏହାହିଁ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ପଞ୍ଚାୟତକୁ ଆର୍ଥିକ କ୍ଷମତା ପରିଚାଳନା କରିବା ପାଇଁ ସୁଯୋଗ ନ ମିଳିବା ଯାଏ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ ବୋଲି ବିଜୁ କହୁଥିଲେ। ବିଜୁବାବୁଙ୍କ ସରକାର ସେତେବେଳେ ପଞ୍ଚାୟତସ୍ତରରେ ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ସ୍ବତନ୍ତ୍ର ଅର୍ଥ କମିଶନ ନିଯୁକ୍ତି ଲାଗି ଉଦ୍ୟମ ଜାରି ରଖିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ବିଜୁବାବୁ ଗୁରୁତ୍ୱ ଦେଉଥିଲେ। ଏପରି କି ମହିଳାମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩% ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିବାରେ ସ୍ବାଧୀନ ଭାରତର ଇତିହାସରେ ବିଜୁବାବୁ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ନିଜ କଥା ରଖି ବିଧାନସଭାରେ ଗୃହୀତ ଓଡ଼ିଶା ଜିଲା ପରିଷଦ ଆଇନ-୧୯୯୧ ଏବଂ ଗ୍ରାମ ପଞ୍ଚାୟତ ସମିତି ଆଇନ-୧୯୯୨ରେ ଏସ୍‌ସି, ଏସ୍‌ଟି ବର୍ଗ ସମେତ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଏଥିଯୋଗୁ ପ୍ରଥମଥର ପାଇଁ ୪୭ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲାପରିଷଦରେ ୨୮ହଜାର ମହିଳା ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଲେ। ଏହା ସହିତ ଜିଲାପରିଷଦଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶରେ ସମ୍ପୂର୍ଣ୍ଣଭାବେ ମହିଳାମାନେ ଅଧ୍ୟକ୍ଷପଦ ମଣ୍ଡନ କରିବାର ବ୍ୟବସ୍ଥା କରାଗଲା। ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ କ୍ଷେତ୍ରରେ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ପଦ ମଧ୍ୟରୁ କୌଣସି ଗୋଟିଏରେ ମହିଳାଙ୍କୁ ଅବସ୍ଥାପିତ କରିବା ବାଧ୍ୟତାମୂଳକ କରାଗଲା। ବିଜୁବାବୁଙ୍କ ଏହି ନୀତିକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଅନୁସରଣ କଲେ। ଫଳରେ ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନରେ ଉଭୟ ପୌର ଓ ପଞ୍ଚାୟତ ସଂସ୍ଥା ପାଇଁ ଅନୁରୂପ ବ୍ୟବସ୍ଥା କରାଗଲା। ବିଜୁବାବୁଙ୍କ ନେତୃତ୍ୱରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ -୧୯୬୪ ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ସମିତି ଆଇନ -୧୯୫୬କୁ ୧୯୯୧-୧୯୯୩ ମଧ୍ୟରେ ୩ ଥର ସଂଶୋଧନ କରାଯାଇଥିଲା।
ବାସ୍ତବରେ ଦେଖିଲେ ଭାରତବର୍ଷରେ ନାରୀ ସଶକ୍ତୀକରଣ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାଗୀଦାରି ବା ପ୍ରତିନିଧିତ୍ୱ ପାଇଁ ବିଜୁବାବୁ ବାଟ ଫିଟାଇଥିଲେ। ସେ ମହିଳାମାନଙ୍କୁ ପଞ୍ଚାୟତ ସ୍ତରରେ ୩୩% ସ୍ଥାନ ସଂରକ୍ଷଣ ଦେଇ ଇତିହାସ ସୃଷ୍ଟି କରିଥିବା ବେଳେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତାଙ୍କର ଏହି ଅଭିଳାଷକୁ ଆଉ କେଇପାଦ ଆଗକୁ ନେବାରେ ଉଦ୍ୟମ ଜାରି ରଖିଛନ୍ତିି। ମହିଳାଙ୍କ ଲାଗି ପୌର ନିର୍ବାଚନରେ ୫୦% ଏବଂ ବିଧାନସଭା ଓ ଲୋକ ସଭାରେ ୩୩ % ସ୍ଥାନ ସଂରକ୍ଷଣ ଲାଗି ସହମତି ପ୍ରକାଶ ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ସମ୍ପ୍ରତି ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ନବୀନବାବୁଙ୍କ ଏହି ଯୋଜନା ଅନୁସାରେ ଆଇନ ପ୍ରଣୟନ କରାଗଲେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ମହିଳାମାନେ ଲୋକଙ୍କ ସ୍ବର ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri