ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି: ବିଭିନ୍ନ ସମସ୍ୟା ସମାଧାନ ଦାବି

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ସୋମବାର ଗୌଡ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକେ ପାନୀୟ ଜଳ ଯୋଗାଣ,ବିଦ୍ୟୁତ ରାସ୍ତାଘାଟ ଓ ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଦାବି ଜଣାଇଥିଲେ। ଗୌଡ଼ଗାଁର ମିଲ ସାହିଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଯାଏ ନୂତନ ଡ୍ରେନ ନିର୍ମାଣ କରାଯିବା ସହ ଦୀର୍ଘଦିନରୁ ଲାଗିରହିଥିବା ପାନୀୟ ଜଳ ସମସ୍ୟା ନେଇ ସରପଞ୍ଚ ସୁନୀତା ସାହୁ ପ୍ରଶାସନିକ ଅଧିକାରୀ ବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପରେ ବହୁ ସଂଖ୍ୟକ ହିତାଧିକାରୀ ନୂତନ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ସମ୍ପର୍କିତ ପଟ୍ଟା ପାଇଁ ଦରଖାସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ତଥା ଜିଲାସ୍ତରୀୟ ନୋଡାଲ ଅଧିକାରୀ କଲ୍ୟାଣୀ ସଂଘମିତ୍ରା ଦେବୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ, ସିଡିପିଓ ଗୀତାଞ୍ଜଳିି ବେହେରା,ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ, ରାଜସ୍ବ ନୀରିକ୍ଷକ ସୁନୀଲ ବେହେରା, ସହକାରୀ ରାଜସ୍ବ ନୀରିକ୍ଷକ ଶିବାଶିଷ ପଟ୍ଟନାୟକ, ସରପଞ୍ଚ ପ୍ରତିନିଧି ଆଦିତ୍ୟ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ଦଳାଇ, ଏଡିଓ ରାଜାରାମ ଦାସ, ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share