ପଞ୍ଚାୟତ ନିର୍ବାଚନ ହିଂସାରେ ଶେଷ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ହିଂସାରୁ ଆରମ୍ଭ ହେଲା। ହିଂସାରେ ସରିଲା। ପ୍ରଥମରୁ ଶେଷ ପର୍ଯ୍ୟାୟ ଯାଏ ବୁଥ୍‌ ଜବରଦଖଲ, ଗୋଷ୍ଠୀ ସଂଘର୍ଷ, ବୋମାମାଡ଼, ହତ୍ୟାକାଣ୍ଡ, ଖବରଦାତା, ପୋଲିସ, ବିଡିଓଙ୍କୁ ମାଡ଼, ବାଲଟ ପେପର ଚିରା, ଭୋଟ ବାକ୍ସ ପୋଖରୀରେ ଫିଙ୍ଗିବା, ପ୍ରାର୍ଥୀ ଅପହରଣ ଭଳି ଏକାଧିକ ଘଟଣା ପଞ୍ଚାୟତ ନିର୍ବାଚନକୁ ନିନ୍ଦିତ କଲା। ନିର୍ବାଚନ କମିଶନର ଓ ପୋଲିସ ଡିଜିଙ୍କ ଆଶ୍ୱାସନା, ପୋଲିସ ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ଗୁରୁବାର ଅନୁଷ୍ଠିତ ୫ମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ମଧ୍ୟ ହିଂସାରୁ ବର୍ତ୍ତିଲାନି। ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟି ଭୋଟଦାନ ପ୍ରଭାବିତ ହେଲା।

ଭଦ୍ରକ ଜିଲା ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତରେ ଶେଷପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ୩, ୪ ଓ ୮ ନମ୍ବର ବୁଥ୍‌ର ଏଜେଣ୍ଟଙ୍କୁ ଅସାମାଜିକ ବ୍ୟକ୍ତିମାନେ ମାଡ଼ ମାରି ବାହାର କରି ଦେଇଥିବା ବେଳେ ୬ ଓ ୭ ନମ୍ବର ବୁଥ୍‌ରେ ରିଗିଂ କରିଥିବା ଅଭିଯୋଗ ହୋଇଛି। ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବା ପରେ ଭୋଟଦାନ ଆରମ୍ଭ ହୋଇଥିଲା। ଏଥିସହ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଜଣାପଡ଼ିଛି। ସେହିପରି ଧାମନଗର ବ୍ଲକ୍‌ କଟସାହି ପଞ୍ଚାୟତ ୧ ନମ୍ବର ୱାର୍ଡରେ ଜଣେ ଏଜେଣ୍ଟ ବୁଥ୍‌ରୁ ବାଲଟ୍‌ ପେପର ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି। ସେଠାରେ ନିର୍ବାଚନ ବାତିଲ କରାଯାଇଛି।

କଟକ ଜିଲା ନିଆଳି ବ୍ଲକର ପୋଖରୀଗାଁ ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଅସାମାଜିକମାନେ କେତେକ ସ୍ଥାନରେ ବୁଥ୍‌ ଜବରଦଖଲ କରିବା ସହ ଭୋଟ ବାକ୍ସ ପାଣିରେ ଫିଙ୍ଗି ଦେଇଛନ୍ତି। ଅନ୍ୟ କେତେକ ଜାଗାରେ ବାଲଟ ବାକ୍ସ ଭିତରେ ପାଣି ପୂରାଇ ଦେଇଛନ୍ତି। ଭୋଟଗ୍ରହଣ ବେଳେ ଏପରି ହିଂସା ଘଟିଥିବା ଅଭିଯୋଗ ହେବା ପରେ ପଞ୍ଚାୟତର ୯ଟି ବୁଥ୍‌ରେ ଭୋଟଗ୍ରହଣ ବନ୍ଦ କରାଯାଇଥିଲା। ସମଗ୍ର ପଞ୍ଚାୟତରେ ପୁନଃ ନିର୍ବାଚନ କରିବା ଦାବିରେ ଗ୍ରାମବାସୀ ପୋଖରୀଗଁା ଛକରେ ରାସ୍ତାରୋକୋ କରିଥିଲେ। ଅନୁରୂପ ଭାବେ ଯାଜପୁର ଜିଲା ବରୀ ବ୍ଲକ ଅଧୀନ ସେରପୁର ୧୧ ନମ୍ବର ଓ୍ବାର୍ଡ ଏବଂ ଶ୍ରୀରାମପୁର ମତଦାନ କେନ୍ଦ୍ର ବାହାରେ ୫ଟି ବୋମାମାଡ଼ ହୋଇଛି। ଇଶାଣପୁର ପଞ୍ଚାୟତରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଯାଜପୁର ଜିଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତର ବାଉଁଶଅଣ୍ଟା (ବଡ଼) ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଗ୍ରାମର ୧୮ ଓ ୧୯ ନମ୍ବର ବୁଥ୍‌ ପୋଲିଂ ପାର୍ଟି ପ୍ରସ୍ତୁତ ରହିଥିଲେ ମଧ୍ୟ କେହି ଭୋଟ ଦେବାକୁ ଆସି ନ ଥିଲେ।
ପଞ୍ଚମ ପର୍ଯ୍ୟାୟରେ ୨୫ ଜିଲାର ୪୮ ବ୍ଲକର ୧୩୧ ଜିଲା ପରିଷଦ ଜୋନ ଅଧୀନ ୯୭୫ ପଞ୍ଚାୟତରେ ଭୋଟଗ୍ରହଣ ହୋଇଛି। ମୋଟ ୧୩,୫୧୪ଟି ବୁଥ୍‌ରେ ମତ ଗ୍ରହଣ କରାଯାଇଥିଲା। ୧୩୧ ଜିଲା ପରିଷଦ ଜୋନ୍‌ରେ ମୋଟ ୫୨୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସମସ୍ତଙ୍କ ଭାଗ୍ୟ ବାଲଟ ବାକ୍ସରେ ସିଲ୍‌ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ବ୍ଲକ ମୁଖ୍ୟାଳୟରେ ୩ ଦିନ ଧରି ଭୋଟ ଗଣତି ହେବ। ସେ ନେଇ ଜିଲାସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବାଲଟ ବାକ୍ସ ରଖିବାକୁ କରାଯାଇଥିବା ଷ୍ଟଙ୍ଗ୍‌ରୁମ୍‌ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ୨୬ ତାରିଖ ପ୍ରଥମ ଦିନ ବ୍ଲକ ଅନ୍ତର୍ଗତ ୧ନଂ. ଜିଲା ପରିଷଦ ଜୋନ ଏବଂ ଏହା ଅଧୀନ ପଞ୍ଚାୟତଗୁଡ଼ିକର ମତଗଣନା ହେବ।

ଅନୁରୂପ ଭାବେ ୨୭ରେ ଦ୍ୱିତୀୟ ଜୋନ୍‌, ୨୮ରେ ତୃତୀୟ ଏବଂ ଚତୁର୍ଥ ଜୋନ୍‌ରେ ଭୋଟ ଗଣତି ହେବ। ଗଣତି କେନ୍ଦ୍ରରେ କୌଣସି ପ୍ରକାରର ବିଶୃଙ୍ଖଳାକୁ ସହ୍ୟ କରାଯିବ ନାହିଁ ବୋଲି ନିର୍ବାଚନ କମିଶନର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।
ରାଜ୍ୟରେ ଫେବୃୟାରୀ ୧୬ରୁ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୬ ହଜାର ୭୯୪ ପଞ୍ଚାୟତରେ ଥିବା ୯୧ ହଜାର ୯୧୩ ଓ୍ବାର୍ଡରେ ମତଦାନ ପାଇଁ ବ୍ୟବସ୍ଥା ହୋଇଥିଲା। ଏଥିଲାଗି ୯୧ ହଜାର ୯୧୩ ବୁଥ୍‌ରେ ପ୍ରସ୍ତୁତ କରାଯାଇଥିଲା। ସେଥିରୁ ୧୩ ହଜାର ୭୮୫ ମତଦାନ କେନ୍ଦ୍ରକୁ ରାଜ୍ୟ ନିର୍ବାଚନ କମିଶନର ଉତ୍ତେଜନାପ୍ରବଣ ଘୋଷଣା କରିଥିଲେ। ଚଳିତ ନିର୍ବାଚନରେ ମତଦାନ ହାର ଉତ୍ସାହଜନକ ରହିଛ। ପ୍ରଥମ ପର୍ଯ୍ୟାୟରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬%, ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ ରେକର୍ଡ କରାଯାଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ହିଂସା ଓ ଅନ୍ୟାନ୍ୟ କାରଣରୁ ବାଧାପ୍ରାପ୍ତ ହୋଇଥିବା ବୁଥରେ ସାନି ମତଦାନ ଫେବୃୟାରୀ ୨୩ରେ ଶେଷ ହୋଇଛି। ଅନୁରୂପ ଭାବେ ୩ୟ ପର୍ଯ୍ୟାୟରେ ୩୦ ବୁଥ୍‌ରେ ସାନି ମତଦାନ ଲାଗି ଜିଲାପାଳମାନେ ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ୨୫ ତାରିଖ (ଶୁକ୍ରବାର)ରେ ଉକ୍ତ ୩୦ ବୁଥ୍‌ରେ ସାନି ମତଦାନ ହେବ ବୋଲି ଜଣାପଡ଼ିଛି। ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ବାତିଲ ହୋଇଥିବା ବୁଥ୍‌ରେ ସାନି ମତଦାନ ଲାଗି ତାରିଖ ଘୋଷଣା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri