କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା

ଭୁବନେଶ୍ୱର,୭ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହୋଇପାରେ କଟକଣା। ଏନେଇ ସୋମବାର ନିଷ୍ପତ୍ତି ନିଆଯିବ। ନିର୍ବାଚନ ପ୍ରଚାର ଓ କୋଭିଡ୍‌ କଟକଣା ନେଇ ଆଜି ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ବୈଠକ ବସିବ। କରୋନା ପାଇଁ ସୀମିତ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥର ୫ଟି ପର୍ଯ୍ୟାୟରେ ହେବ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଜିଲାମାନଙ୍କ ସହ ବୈଠକ କରିବେ।