ଆଗକୁ ପଞ୍ଚାୟତ ନିର୍ବାଚନ: ନସଙ୍ଗଠନ ସଜାଡୁଛନ୍ତି ବିଭିନ୍ନ ଦଳୀୟ ନେତା

ନୂଆପଡ଼ା,୮।୬ (ମକାରୁ ବେମାଲ):ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ନୂଆପଡ଼ା ଜିଲାରେ ବିଭିନ୍ନ ଦଳର ନେତୃତ୍ୱ ସେମାନଙ୍କ ସଙ୍ଗଠନ ସଜାଡିବାରେ ଲାଗିଛନ୍ତି। ନୂଆପଡ଼ା ବିଧାନସଭା କ୍ଷେତ୍ରର ବିଜେଡି ଓ ଭାଜପା ସହ କଂଗ୍ରେସର ନେତାମାନେ ଏଥିପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ, ବଜାର ପ୍ରାଙ୍ଗଣ, ବିଦ୍ୟାଳୟରେ ଜନ ସମ୍ପର୍କ ଯାତ୍ରା ମାଧ୍ୟମରେ ସ୍ଥାନୀୟ ସମସ୍ୟାର ସମାଧାନ କରୁଛନ୍ତି ଖୋଦ ବିଧାୟକ ରାଜେନ୍ଦ୍ର ଢୋଲକିଆ। ବିଭାଗୀୟ ଅଧିକାରୀମାନଙ୍କୁ ଫୋନ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ପଡା, ଗାଁମାନଙ୍କରେ ପାନୀୟ ଜଳ ସମସ୍ୟା, ବିଜୁଳି ସଂଯୋଗ ଓ ଅନ୍ୟାନ୍ୟ ସମସ୍ୟ ଉପରେ ବିଧାୟକ ପ୍ରାଧାନ୍ୟ ଦେଉଛନ୍ତି। ପ୍ରତିଦିନ ଖରିଆର ରୋଡସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣାଣି ସହ ସମାଧାନ କରାଯାଉଛି। ବିଧାୟକଙ୍କ ଶାରୀରିକ ଅସୁସ୍ଥତା କାରଣରୁ ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କ ସୁପୁତ୍ର ଜୟ ଢୋଲକିଆ ପ୍ରତିନିଧି ଭାବରେ ଦାୟିତ୍ୱ ନେଉଛନ୍ତି। ଦଳର ଜିଲା ସଭାପତି ଅବନୀ ରଞ୍ଜନ ଯୋଷୀଙ୍କ ସହ ଅନେକ କର୍ମକର୍ତ୍ତା ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ସେହିପରି ଭାଜପା ମଧ୍ୟ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ନିଜର ସଂଗଠନକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସକ୍ରିୟ କରୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ରାଜନୀତିକୁ ଠିକ ଭାବେ ଅନୁଧ୍ୟାନ କରି ଗୋଟି ଚାଳନା କରୁଥିବା ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ନିଜର ସମର୍ଥକଙ୍କୁ ଏକଜୁଟ କରିପାରିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ଭାଜପା ସମସ୍ତ ମଣ୍ଡଳ କର୍ମକର୍ତ୍ତାଙ୍କୁ ନେଇ ଏକ ସମାରୋହ କରିଛି ା ବସନ୍ତ ପଣ୍ଡାଙ୍କ ଶାରୀରିକ ଅସୁସ୍ଥତା କାରଣରୁ ଏବେ ତାଙ୍କ ସୁପୁତ୍ର ତଥା ଗତ ବିଧାନସଭା ନିର୍ବାଚନର ବିଧାୟକ ପ୍ରାର୍ଥୀ ଯୁବମୋର୍ଚ୍ଚା ଜିଲା ସଭାପତି ଅଭିନନ୍ଦନ ପଣ୍ଡା ଦାୟିତ୍ୱ ନେଇଛନ୍ତି। ଦଳର ନୂଆ ପୁରୁଣା କର୍ମୀଙ୍କ ସହ ସମସ୍ତ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ଅଭିନନ୍ଦନ ଯୋଗ ଦେଉଛନ୍ତି। ଏଥିରେ କଂଗ୍ରେସ ଦଳ ପଛରେ ପଡିନାହିଁ। ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହୀରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ସୁଦୃଢ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ଅଲଗା ରହିଛି। ରାଜ୍ୟରେ ଏବେ ଭାଜପା ସରକାର ଥିବାବେଳେ ଦଳୀୟ କର୍ମୀଙ୍କ ଉତ୍ସାହ ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri