ଆଗକୁ ପଞ୍ଚାୟତ ନିର୍ବାଚନ: ନସଙ୍ଗଠନ ସଜାଡୁଛନ୍ତି ବିଭିନ୍ନ ଦଳୀୟ ନେତା

ନୂଆପଡ଼ା,୮।୬ (ମକାରୁ ବେମାଲ):ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ନୂଆପଡ଼ା ଜିଲାରେ ବିଭିନ୍ନ ଦଳର ନେତୃତ୍ୱ ସେମାନଙ୍କ ସଙ୍ଗଠନ ସଜାଡିବାରେ ଲାଗିଛନ୍ତି। ନୂଆପଡ଼ା ବିଧାନସଭା କ୍ଷେତ୍ରର ବିଜେଡି ଓ ଭାଜପା ସହ କଂଗ୍ରେସର ନେତାମାନେ ଏଥିପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ, ବଜାର ପ୍ରାଙ୍ଗଣ, ବିଦ୍ୟାଳୟରେ ଜନ ସମ୍ପର୍କ ଯାତ୍ରା ମାଧ୍ୟମରେ ସ୍ଥାନୀୟ ସମସ୍ୟାର ସମାଧାନ କରୁଛନ୍ତି ଖୋଦ ବିଧାୟକ ରାଜେନ୍ଦ୍ର ଢୋଲକିଆ। ବିଭାଗୀୟ ଅଧିକାରୀମାନଙ୍କୁ ଫୋନ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ପଡା, ଗାଁମାନଙ୍କରେ ପାନୀୟ ଜଳ ସମସ୍ୟା, ବିଜୁଳି ସଂଯୋଗ ଓ ଅନ୍ୟାନ୍ୟ ସମସ୍ୟ ଉପରେ ବିଧାୟକ ପ୍ରାଧାନ୍ୟ ଦେଉଛନ୍ତି। ପ୍ରତିଦିନ ଖରିଆର ରୋଡସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣାଣି ସହ ସମାଧାନ କରାଯାଉଛି। ବିଧାୟକଙ୍କ ଶାରୀରିକ ଅସୁସ୍ଥତା କାରଣରୁ ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କ ସୁପୁତ୍ର ଜୟ ଢୋଲକିଆ ପ୍ରତିନିଧି ଭାବରେ ଦାୟିତ୍ୱ ନେଉଛନ୍ତି। ଦଳର ଜିଲା ସଭାପତି ଅବନୀ ରଞ୍ଜନ ଯୋଷୀଙ୍କ ସହ ଅନେକ କର୍ମକର୍ତ୍ତା ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ସେହିପରି ଭାଜପା ମଧ୍ୟ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ନିଜର ସଂଗଠନକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସକ୍ରିୟ କରୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ରାଜନୀତିକୁ ଠିକ ଭାବେ ଅନୁଧ୍ୟାନ କରି ଗୋଟି ଚାଳନା କରୁଥିବା ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ନିଜର ସମର୍ଥକଙ୍କୁ ଏକଜୁଟ କରିପାରିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ଭାଜପା ସମସ୍ତ ମଣ୍ଡଳ କର୍ମକର୍ତ୍ତାଙ୍କୁ ନେଇ ଏକ ସମାରୋହ କରିଛି ା ବସନ୍ତ ପଣ୍ଡାଙ୍କ ଶାରୀରିକ ଅସୁସ୍ଥତା କାରଣରୁ ଏବେ ତାଙ୍କ ସୁପୁତ୍ର ତଥା ଗତ ବିଧାନସଭା ନିର୍ବାଚନର ବିଧାୟକ ପ୍ରାର୍ଥୀ ଯୁବମୋର୍ଚ୍ଚା ଜିଲା ସଭାପତି ଅଭିନନ୍ଦନ ପଣ୍ଡା ଦାୟିତ୍ୱ ନେଇଛନ୍ତି। ଦଳର ନୂଆ ପୁରୁଣା କର୍ମୀଙ୍କ ସହ ସମସ୍ତ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ଅଭିନନ୍ଦନ ଯୋଗ ଦେଉଛନ୍ତି। ଏଥିରେ କଂଗ୍ରେସ ଦଳ ପଛରେ ପଡିନାହିଁ। ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହୀରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ସୁଦୃଢ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ଅଲଗା ରହିଛି। ରାଜ୍ୟରେ ଏବେ ଭାଜପା ସରକାର ଥିବାବେଳେ ଦଳୀୟ କର୍ମୀଙ୍କ ଉତ୍ସାହ ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri