Posted inଫୁରସତ

ପଞ୍ଚାନନଙ୍କ ଚିତ୍ର ଦୁନିଆ

କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। କିନ୍ତୁ ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା।

ପିଲାଟିଦିନରୁ ଚିତ୍ରକଳାକୁ ନେଇ ତାଙ୍କର ସାଧନା । କେବେ ପଲ୍ଲୀ ପ୍ରକୃତି ତ ପୁଣି କେବେ ପରମ୍ପରା ଓ ସାଂସ୍କୃତିକ ଭାବକୁ ନେଇ ସେ ଆଙ୍କିଥାନ୍ତି ବିଭିନ୍ନ ଚିତ୍ର। ଏପରି କି ପାଣି ଭିତରର ସୌନ୍ଦର୍ଯ୍ୟକୁ ଅନୁଭବ କରି ସେ ସୃଷ୍ଟି କରିଛନ୍ତି କେତେକ ମର୍ଡନ ଆର୍ଟ। ଚିତ୍ରକଳା ପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ସମେତ ବିଭିନ୍ନ ସଂସ୍ଥାରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବିଶିଷ୍ଟ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ; ଯିଏକି ଏବେ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଭାବରେ କାର୍ଯ୍ୟରତ। ପିତା ତରଣିକାନ୍ତ ସାମଲ। ମାତା ହରିପ୍ରିୟା ସାମଲ। ଘର ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ହାଟ ସରିସା ଗାଁରେ। ସେ କୁହନ୍ତି, ”ଆମ ପରିବାର ଏକ କଳାପ୍ରିୟ ପରିବାର। ମୋ ବାପା ଜଣେ ପ୍ରାଇମେରି ସ୍କୁଲର ଶିକ୍ଷକ । ବିଭିନ୍ନ ପାଠ୍ୟବିଷୟକୁ ସେ ଚିତ୍ର ଆଙ୍କି ସରଳ ଭାବରେ ପିଲାଙ୍କୁ ବୁଝାଉଥିଲେ । ମୁଁ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ରଫ୍‌ଖାତାରେ ନାନା ପ୍ରକାରର ପ୍ରାକୃତିକ ଦୃଶ୍ୟକୁ ଅଙ୍କନ କରୁଥିଲି। ଏମିତିରେ ଧୀରେଧୀରେ ଚିତ୍ର କରିବା ଅଭ୍ୟାସରେ ପଡ଼ିଗଲି। ସେତେବେଳେ କେତେଜଣ ସାଙ୍ଗ ମିଶି ମୋର ବିଭିନ୍ନ ଚିତ୍ରକୁ ସ୍କୁଲ କାନ୍ଥରେ ଟଙ୍ଗାଇଥିଲେ; ଯାହାକୁ ଦେଖି ପ୍ରଧାନ ଶିକ୍ଷକ ମୋତେ ବହୁତ ପ୍ରଶଂସା କରିଥିଲେ। ଶୀତଦିନେ ବିଲରୁ ଧାନକଟା ସରିଯାଇଥାଏ। ସ୍କୁଲଛୁଟିରେ ବିଲକୁ ଯାଇ ବିଲରୁ ଓଦାଳିଆ ମାଟିକୁ ଚକଟି ସେଠାରେ ଗୋଟିଏ ଶିବମୂର୍ତ୍ତି ଗଢିଥିଲି। ହେଲେ ଏହି ମୂର୍ତ୍ତିକୁ ବିଲରୁ କିପରି ଅନ୍ୟତ୍ର ଉଠାଇ ନେବି ସେଥିପାଇଁ ଚିନ୍ତା ଲାଗିଲା। କ’ଣ କରିବି ଭାବି ବାଉଁଶ ବୁଦାରୁ ବାଉଁଶଟିଏ ହାଣିଲି। ତା’ପରେ ବାଉଁଶ ପାତିଆ ବାହାର କରି ତାରି ସାହାଯ୍ୟରେ ବିଲରେ ଗଢିଥିବା ସେହି ଶିବ ମୂର୍ତ୍ତିଟିକୁ ଉଠାଇ ଆଣି ଗୁନେଇ ଅଜାଙ୍କୁ ଦେଖାଇଥିଲି। ଏଥିରେ ସେ ଖୁବ୍‌ ଖୁସୀ ହୋଇ ତାଙ୍କ ମୂର୍ତ୍ତି ଗଢିବା କାମରେ ସହଯୋଗ କରିବା ପାଇଁ ମୋତେ ସୁଯୋଗ ଦେଇଥିଲେ। ଏ ଭିତରେ ମୋର ଗାଁ ହାଇସ୍କୁଲରେ ୧୦ମ ପଢ଼ା ସରିଗଲା। ଯେହେତୁ ମୋର କଳାକାରିଗରି କାମରେ ମନ ଥାଏ ତେଣୁ ଆର୍ଟ ପଢିବାକୁ ଇଚ୍ଛା କଲି। କିନ୍ତୁ ସେହି ସମୟରେ ଦୁର୍ଗାପୂଜା ପୂର୍ବରୁ ଭୁବନଚନ୍ଦ୍ର ଦାଶ ନାମକ ଜଣେ ମାଟିମୂର୍ତ୍ତି କାରିଗର ଗାଁକୁ ଆସିଥିଲେ। ତାଙ୍କ ପାଖକୁ ଯାଇ ବିଭିନ୍ନ ମାଟିମୂର୍ତ୍ତି ଗଢିବା ଶିଖିଲି। ଏ ଭିତରେ ମୋର ଜଣେ ଡାକ୍ତର ମଉସା ମୋର ମୂର୍ତ୍ତି ଗଢିବାକୁ ଦେଖି ବାପାଙ୍କୁ କହିଲେ ଏଇ ପିଲାକୁ ଆର୍ଟକଲେଜରେ ପଢାନ୍ତୁ ଭଲ କରିବ। ଏଥିଯୋଗୁ ଆର୍ଟ ପଢିବାକୁ କଳିକତା ଯାଇଥିଲି ମାତ୍ର ବୟସ ହୋଇ ନ ଥିବାରୁ ସେହିବର୍ଷ ଗାଁକୁ ଫେରିଆସି ଯୁକ୍ତ୨ ବିଜ୍ଞାନ ପଢିଥିଲି। କିନ୍ତୁ ଆର୍ଟରେ ମନ ଥିବାରୁ ପରେ ଯାଇ ବି.କେ ଆର୍ଟ କଲେଜ, ଭୁବନେଶ୍ୱରରେ ନାମ ଲେଖାଇଥିଲି। ଏଠାରେ ଚିତ୍ରକଳାରେ ତାଲିମ ନେଲି। ତା’ପରେ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ଚିତ୍ରକଳାରେ ମାଷ୍ଟର ଡିଗ୍ରୀ ହାସଲ କଲି। ଅବଶ୍ୟ ଏହି ଚିତ୍ରକଳା ପ୍ରଶିକ୍ଷଣ ସମୟରେ ଦିଲ୍ଲୀରେ ୧ବର୍ଷ ରହିଥିଲି; କିନ୍ତୁ ସେଠାରେ ମୋ ମନଲାଖି ପରିବେଶ ନ ଥିଲା। ଚିତ୍ରକଳା ଶିକ୍ଷା ବେଳେ ବିଭିନ୍ନ ସ୍ଥାନରେ ଚିତ୍ରକଳା ଶିବିର ଆୟୋଜନ ହେଉଥିଲା। ବିଶେଷକରି ନ୍ୟାଶନାଲ ଲଳିତକଳା ଏକାଡେମୀ ଦ୍ୱାରା ଆୟୋଜିତ ବିଭିନ୍ନ ସ୍ଥାନକୁ ଯାଇ ମୋର ଅନେକ ଚିତ୍ରକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲି; ଯାହା ମଧ୍ୟରେ ଥିଲା ରାଜସ୍ଥାନ, ଦିଲ୍ଲୀ, ସିକ୍କିମ, ବିହାର, ଓଡ଼ିଶା, ହଜାରିବାଗ, ବାଙ୍ଗୋଲୋର, କୋଚି ଆଦି ବିଭିନ୍ନ ସହର। ଏହାଛଡ଼ା ନେପାଳରେ ମଧ୍ୟ ଏକ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇଥିଲି। ୧୯୮୫ରେ ନୂଆଦିଲ୍ଲୀରେ ଏଆଇଏଫ୍‌ଏସିଏସ୍‌ର ବାର୍ଷିକ ପ୍ରଦର୍ଶନୀ ଓ ଚିତ୍ର ଶିବିରରେ ଯୋଗ ଦେଇ ସଫଳତା ପାଇଲି। ସତ କହିଲେ ଚିତ୍ର କେବଳ ମୋ ସଉକ ନୁହେଁ ଏହା ମୋର ବୃତ୍ତି ଓ ରୋଜଗାରର ମାଧ୍ୟମ ମଧ୍ୟ। କାରଣ ବୃତ୍ତିଗତ ଭାବେ ମୁଁ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛି। ଶିଳ୍ପୀଭାବେ ଆଜି ଯାଏ ପ୍ରାୟ ୭ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ଚିତ୍ରକଳା ପ୍ରସ୍ତୁତ କରିସାରିଛି। ବିଶେଷକରି ଗ୍ରାମୀଣ କଳା ଓ ପରମ୍ପରା ଉପରେ ଆଧାରିତ ସୃଜନଶୀଳଚିତ୍ରକୁ ଗୁରୁତ୍ୱ ଦେଇଥାଏ। ଥରେ ଭାରତୀୟ ସଂସ୍କୃତି ଓ ପ୍ରକୃତିକୁ ନେଇ ଏକ ଷଣ୍ଢ ଚିତ୍ରରେ ମଣିଷର ସବୁ ପାରିବା ପଣିଆକୁ ଉପସ୍ଥାପନ କରିବାର ପ୍ରୟାସ କରିଥିଲି। ଏହି ଚିତ୍ରକଳାଟି ଅନେକ ଶିଳ୍ପୀଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ ଥରେ ଦିଲ୍ଲୀର ଏକ ଆର୍ଟ ଗ୍ୟାଲେରିକୁ ପ୍ରାୟ୨୫ଟି ଚିତ୍ର ତିଆରି କରି ପଠାଇଥିଲି । କିଛିଦିନ ପରେ ସେଠାକୁ ଯାଇ ଦେଖିଲି ପଠାଇଥିବା ସେହିସବୁ ଚିତ୍ର ସେଠାରେ ଆଉ ନ ଥିଲା; ଯେଉଁଥିପାଇଁ ମନରେ ଖୁବ୍‌ ଦୁଃଖ ହେଲା। ସେହି ସଂସ୍ଥାର କାହାରିକୁ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିଲା । କେତେକ ଶିବିରରେ ଆମକୁ କିଛି ନିର୍ଦ୍ଦିଷ୍ଟ ଚିତ୍ର କରିବା ପାଇଁ କୁହାଯାଏ। ଏଥିରେ ଆମେ ଚାହୁଁଥିବା ଚିତ୍ରକୁ ଉପସ୍ଥାପନ ନ କରି ପାରି ମନଭିତରେ କିଛି ଗୋଟେ ଅବସୋସ ରହିଗଲା ପରି ଲାଗେ। କେହି କେହି କହନ୍ତି ଶିଳ୍ପୀଙ୍କ ଜୀବନ ଭାରି ସଂଘର୍ଷମୟ ଓ କଷ୍ଟଦାୟକ। ଏଥିଯୋଗୁ ଅନେକ ଏହି ଲାଇନକୁ ଆସିବାକୁ ନାପସନ୍ଦ କରିଥାନ୍ତି। କିନ୍ତୁ କୌଣସି ଲୋକ ବିନା ସଂଘର୍ଷରେ ଉପରକୁ ଉଠେନି। ତେବେ ଶିଳ୍ପୀ କେବେ ନିରବ ରୁହେନା। ତା’ର ସର୍ଜନାକୁ ସାକାର କରିବା ପାଇଁ ସେ ସର୍ବଦା ସେହି କଳାରେ ହଜିଯାଇଥାଏ। ଏଥିରେ ସେ ଖୁସି ହୁଏ। ଏଥିରେ ସେ ଦୁନିଆକୁ ପରିବର୍ତ୍ତନ କରିବାର ସ୍ବପ୍ନ ଦେଖେ। କିନ୍ତୁ କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା। ଗୋଟିଏ ଚିତ୍ରରେ ସମାଜକୁ ବାର୍ତ୍ତା ଦେଉଥିବାବେଳେ ଶିଳ୍ପୀର ନିଜସ୍ବ ଢଙ୍ଗ ରହିଥାଏ। ପୁରସ୍କାର ଭାବେ ରାଜ୍ୟ ଲଳିତକଳା ଏକାଡେମୀ ଓ ଜୟଦେବ ପୁରସ୍କାର ମିଳିଛିି। ସେହିପରି ହାଇଦ୍ରାବାଦରୁ କଳାମିତ୍ର, ବୋକାରରୁ କଳାରତ୍ନ ଏବଂ ଶତାଧିକ ଅନୁଷ୍ଠାନରୁ ଚିତ୍ରକଳା ପ୍ରତିଭା ପାଇଁ ଅନେକ ପୁରସ୍କାର ଓ ସମ୍ମାନ ମିଳଛି।“ -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri