ଲାଲ୍‌ ସଲାମ

ଦକ୍ଷିଣ ଭାରତୀୟ ସିନେମାରେ ରଜନୀକାନ୍ତ କେତେ ଲୋକପ୍ରିୟ ତାହା କହିବା ଅନାବଶ୍ୟକ। ତାଙ୍କ ଅଭିନୀତ ଫିଲ୍ମ ଶୁଟିଂ ଆରମ୍ଭ ହେବା ସମୟରୁ ହିଁ ଆଲୋଚନାର ପରିସରକୁ ଆସିଥାଏ। ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଏହି ବରିଷ୍ଠ ତଥା ବର୍ଷୀୟାନ ଅଭିନେତା। ଶୁଟିଂ ଚାଲିଥିବା ତାମିଲ ଫିଲ୍ମ ‘ଲାଲ୍‌ ସଲାମ’ରେ ସେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କର ଚରିତ୍ରଟି ହେଲା ମୋଇଦିନ୍‌ ଭାଇ। ସବୁଠାରୁ ଖାସ୍‌ କଥା ହେଲା ଭାରତୀୟ କ୍ରିକେଟ ଜଗତର ଆଇକନ୍‌ କପିଳ ଦେବ ଏଥିରେ ଏକ ଗେଷ୍ଟ ରୋଲ୍‌ରେ ଦେଖାଦେବେ। ତେଣୁ ଏହି ଯୋଡିକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏହି ଫିଲ୍ମର ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁ ବିଶାଲ, ବିକ୍ରାନ୍ତ, ଜୀଭିତା, ଥାମ୍ଭି ରାମିୟା ପ୍ରମୁଖ କଳାକାର ଅଭିନୟ କରୁଛନ୍ତି। ଏହାର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଉଛନ୍ତି ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଧନୁଷ। ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ଏ. ଶଙ୍କରନ୍‌। ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ବିଶିଷ୍ଟ ସ୍ବର ସଂଯୋଜକ ଏ.ଆର. ରେହମନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷ ପୂର୍ବେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିଷେକ, କେବଳ ମା’ଙ୍କ ଏହି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ...

ନିକ୍‌ଙ୍କ ସହ କେବେବି ଗୀତ ଗାଇବାକୁ ଚାହାଁନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚିତ। କେବଳ ଅଭିନୟ ନୁହେଁ ସେ ଫିଲ୍ମରେ କେତୋଟି ଗୀତ ମଧ୍ୟ...

୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ...

ପ୍ରଥମଥର ଝିଅର ମୁହଁ ଦେଖାଇଲେ ଦେବିନା-ଗୁରମିତ୍‌

ମୁମ୍ବାଇ: ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଗୁରମିତ୍‌ ଚୌଧୁରୀ ପ୍ରଶଂସକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ଶେୟାର କରିଆସୁଛନ୍ତି। ନିକଟରେ ସେ ତାଙ୍କର...

ହନିମୁନ୍‌ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଜୀବନ ଯେତିକି ସଫଳ ତାଙ୍କ ବୈବାହିକ ଜୀବନ ସେତିକି...

ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି...

‘କିକ୍‌ ୨’ରେ ପୁଣି ସଲମାନ୍‌

ମୁମ୍ବାଇ:ସୁପରଷ୍ଟାର ସଲମାନ୍‌ ଖାନ୍‌ ‘କିକ୍‌ ୨’ରେ ପୁଣି ଅଭିନୟ କରିବାକୁ ଯାଉଥିବାବେଳେ ଏହା ଆସନ୍ତା ବର୍ଷ ରିଲିଜ୍‌ ହେବା ଆଶା କରାଯାଉଛି। ୨୦୧୪ ଇଦ୍‌ ବେଳେ...

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ...

Advertisement
Archives

Model This Week