ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ମାମଲା: ଜିଲାପାଳଙ୍କୁ ୨ସପ୍ତାହ ସମୟ ଦେଲେ ଏନ୍‌ଜିଟି

କଟକ ଅଫିସ/ନୂଆଦିଲ୍ଲୀ,୧୩ା୮: ମହାନଦୀ ଶଯ୍ୟାରେ ବେଆଇନଭାବେ ନିର୍ମାଣ ହୋଇଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଏଥିସହିତ ପଞ୍ଚମୁଖୀ ମନ୍ଦିର ଉଚ୍ଛେଦ ନେଇ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେନେଇ ଏକ ରିପୋର୍ଟ ଆସନ୍ତା ୨ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଏନ୍‌ଜିଟି ବୁଧବାର କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩ରେ ହେବ। ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଯେଉଁ ଯୁକ୍ତି ବାଢ଼ିଥିଲେ, ତାହା ସମ୍ପୂର୍ଣ୍ଣ ପ୍ରଶାସନିକ ବିଫଳତା। ବେଆଇନ ମନ୍ଦିର ଉଚ୍ଛେଦ ସମୟରେ ଲୋକଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ହୋଇ ନ ପାରିବା କହିବା ଅଯୌକ୍ତିକ। ଆଇନ୍‌ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରି କିପରି ମନ୍ଦିର ଉଚ୍ଛେଦ କରାଯିବ ତାହା ଜିଲା ପ୍ରଶାସନର କାର୍ଯ୍ୟ। ଲୋକଙ୍କ ପ୍ରତିବାଦକୁ କାରଣ ଦର୍ଶାଇ ଜିଲାପାଳ ଏଥିରୁ ଓହରିବା ଠିକ୍‌ ନୁହେଁ ବୋଲି ଏନ୍‌ଜିଟି କହିଛନ୍ତି। ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମଧ୍ୟ ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ସମ୍ପର୍କରେ ଟ୍ରିବ୍ୟୁନାଲ ପୂର୍ବରୁ ଦେଇଥିବା ରାୟକୁ କାଏମ ରଖିବା ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଏବଂ ଏମ୍‌.ଆର୍‌ ଶାହା ଉକ୍ତ ଆବେଦନର ଶୁଣାଣି କରି ମନ୍ଦିର ଉଚ୍ଛେଦ ସମ୍ପର୍କରେ ଏନ୍‌ଜିଟି ଦେଇଥିବା ନିର୍ଦ୍ଦେଶକୁ ଯଥାର୍ଥ ବୋଲି ଦର୍ଶାଇଥିଲେ।
ସୂଚନାଯୋଗ୍ୟ କଟକ ଜିଲାରେ ମହାନଦୀପଠାକୁ ଜବର ଦଖଲ କରାଯାଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ମାର୍କେଟ କମ୍ପ୍ଲେକ୍ସ, ପାଇଖାନା, କଲ୍ୟାଣମଣ୍ଡପ ଓ ଘର ନିର୍ମାଣ କରାଯାଉଛି। ଏଥିଯୋଗୁ ପରିବେଶ ଦୂଷିତ ହେବା ସହିତ ନଦୀଶଯ୍ୟା ସଙ୍କୁଚିତ ହେଉଛି। ଏନେଇ ଦିଲୀପ କୁମାର ସାମନ୍ତରାୟ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହେଇଥିଲେ। ୨୦୨୦ ଡିସେମ୍ବରରେ ଏନ୍‌ଜିଟି ମହାନଦୀ ଶଯ୍ୟାରେ କୋଣସି ନିର୍ମାଣକୁ ଅନୁମତି ଦିଆଯିବାକୁ ରୋକ୍‌ ଲଗାଇବା ସହ ସେଠାରେ ବେଆଇନଭାବେ ନିର୍ମାଣକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର ଇନ୍‌ ଚିଫ୍‌, ଫ୍ଲଡ୍‌ କଣ୍ଟ୍ରୋଲ ଆଣ୍ଡ ବେସିନ୍‌ ମ୍ୟାନେଜର, ଲୋୟର ମହାନଦୀ ବେସିନ୍‌ ଚିଫ୍‌ ଇଞ୍ଜିନିୟର, କଟକ ଜିଲାପାଳ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। ନଦୀ ଶଯ୍ୟାରେ ଜବର ଦଖଲ ଓ ନିର୍ମାଣ ଦ୍ୱାରା ବନ୍ୟାଜଳ ପ୍ରବାହିତ ହେବା ଆଶଙ୍କା ରହିଛି। ନଦୀ ଜଳ ପ୍ରବାହର ଗତିପଥ ପରିବର୍ତ୍ତନ ହେବା ସହିତ ଭବିଷ୍ୟତରେ ଆଖପାଖ ଗ୍ରାମ ଓ ଅଞ୍ଚଳରେ ବନ୍ୟାଜଳ ପ୍ରବେଶର ସମ୍ଭାବନା ରହିଥିବା ଉକ୍ତ କମିଟି ରିପୋର୍ଟରେ ଉଲ୍ଲେଖ କରିଥିଲା। ଉକ୍ତ ରିପୋର୍ଟ ଆଧାରରେ ମନ୍ଦିର ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଶତାଧିକ ଲୋକଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri