ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରନ୍ତୁ ପ୍ୟାନ୍‌-ଆଧାର ଲିଙ୍କ ବ୍ୟତିତ ଏସବୁ କାମ, ନଚେତ ପଡ଼ିବେ ଅସୁବିଧାରେ…

ନୂଆଦିଲ୍ଲୀ,୯।୩: ମାର୍ଚ୍ଚ ୩୧ରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବ। ଏପ୍ରିଲ ୧ରୁ ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭ ହେବ। ଏଣୁ ମାର୍ଚ୍ଚ ୩୧ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ପଡିବ। ନଚେତ ଯେ କେହି ଅସୁବିଧାରେ ପଡ଼ି ପାରନ୍ତି। ଏଥିମଧ୍ୟରେ ରହିଛି ପ୍ୟାନ କାର୍ଡକୁ ଆଧାର ସହିତ ଯୋଡିବା, ମ୍ୟୁଚୁଆଲ ଫଣ୍ଡରେ ନୋମିନେଶନ, ଟିକସ ସଞ୍ଚୟ ବିନିଯୋଗ, ଏସ୍‌ବିଆଇର ଅମୃତ କଳସ ଯୋଜନାରେ ବିନିଯୋଗ, ପ୍ରଧାନମନ୍ତ୍ରୀ ଭାୟା ବନ୍ଦନ ଭଳି ଯୋଜନା। ଏହି ସମସ୍ତ କାର୍ଯ୍ୟ ପାଇଁ ସରକାର ମାର୍ଚ୍ଚ ୩୧କୁ ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି। ଅଧିକ ଅସୁବିଧାକୁ ଏଡାଇବା ପାଇଁ, ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା ଠିକ ସମୟରେ ଶେଷ ହେବା ଉଚିତ।

ଏପ୍ରିଲ ୧ ପରେ ପ୍ୟାନ୍‌ କାର୍ଡ କାମ କରିବ ନାହିଁ:
ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପ୍ୟାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିନାହାନ୍ତି, ତେବେ ଶୀଘ୍ର ଏହା କରନ୍ତୁ। ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା, ୧୦୦୦ ଟଙ୍କା ଫି’ ଦେଇ ପ୍ୟାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିପାରିବେ।

ଟିକସ ସଞ୍ଚୟ କରିବାକୁ ବିନିଯୋଗ:
୨୦୨୨-୨୩ ଆର୍ଥିକ ବର୍ଷରେ ଟିକସ ସଞ୍ଚୟ କରିବାକୁ ଏପର୍ଯ୍ୟନ୍ତ ବିନିଯୋଗ କରି ନ ଥିଲେ ଯଥାଶୀଘ୍ର ଯେକୌଣସି ଯୋଜନାରେ ବିନିଯୋଗ କରିବାକୁ ହେବ। ପିପିଏଫ୍‌, ୫ ବର୍ଷର ଏଫ୍‌ଡି, ଇଏଲ୍‌ଏସ୍‌ଏସ୍‌ ଇତ୍ୟାଦି ଯୋଜନାରେ ବିନିଯୋଗ କରି ଆପଣ ସେକ୍ସନ ୮୦ସି ଅଧୀନରେ ଟିକସ ଛାଡ ପାଇପାରିବେ।

ପ୍ରଧାନମନ୍ତ୍ରୀ ଭାୟା ବନ୍ଦନ ଯୋଜନା:
ପ୍ରଧାନମନ୍ତ୍ରୀ ଭାୟା ବନ୍ଦନ ଯୋଜନା ଯାହା ୬୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏକ ପେନ୍‌ସନ ଯୋଜନା ଅଟେ। ଯଦି ଆପଣ ଏହି ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ ୩୧, ୨୦୨୩ ଏହି ଯୋଜନାରେ ବିନିଯୋଗ ପାଇଁ ଶେଷ ତାରିଖ ଅଟେ। କାରଣ ଏହି ଯୋଜନାରେ ପୁଞ୍ଜି ବିନିଯୋଗକୁ ଆଗକୁ ନେବା ପାଇଁ ସରକାର କୌଣସି ପ୍ରକାର ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି।

ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟ ଫ୍ରିଜ ହେବ
ଯଦି କେହି ଏପର୍ଯ୍ୟନ୍ତ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟରେ ନୋମିନେଶନ ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ତେବେ ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ନଚେତ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟ ଫ୍ରିଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri