ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରନ୍ତୁ ପ୍ୟାନ୍‌-ଆଧାର ଲିଙ୍କ ବ୍ୟତିତ ଏସବୁ କାମ, ନଚେତ ପଡ଼ିବେ ଅସୁବିଧାରେ…

ନୂଆଦିଲ୍ଲୀ,୯।୩: ମାର୍ଚ୍ଚ ୩୧ରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବ। ଏପ୍ରିଲ ୧ରୁ ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭ ହେବ। ଏଣୁ ମାର୍ଚ୍ଚ ୩୧ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ପଡିବ। ନଚେତ ଯେ କେହି ଅସୁବିଧାରେ ପଡ଼ି ପାରନ୍ତି। ଏଥିମଧ୍ୟରେ ରହିଛି ପ୍ୟାନ କାର୍ଡକୁ ଆଧାର ସହିତ ଯୋଡିବା, ମ୍ୟୁଚୁଆଲ ଫଣ୍ଡରେ ନୋମିନେଶନ, ଟିକସ ସଞ୍ଚୟ ବିନିଯୋଗ, ଏସ୍‌ବିଆଇର ଅମୃତ କଳସ ଯୋଜନାରେ ବିନିଯୋଗ, ପ୍ରଧାନମନ୍ତ୍ରୀ ଭାୟା ବନ୍ଦନ ଭଳି ଯୋଜନା। ଏହି ସମସ୍ତ କାର୍ଯ୍ୟ ପାଇଁ ସରକାର ମାର୍ଚ୍ଚ ୩୧କୁ ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି। ଅଧିକ ଅସୁବିଧାକୁ ଏଡାଇବା ପାଇଁ, ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା ଠିକ ସମୟରେ ଶେଷ ହେବା ଉଚିତ।

ଏପ୍ରିଲ ୧ ପରେ ପ୍ୟାନ୍‌ କାର୍ଡ କାମ କରିବ ନାହିଁ:
ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପ୍ୟାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିନାହାନ୍ତି, ତେବେ ଶୀଘ୍ର ଏହା କରନ୍ତୁ। ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା, ୧୦୦୦ ଟଙ୍କା ଫି’ ଦେଇ ପ୍ୟାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିପାରିବେ।

ଟିକସ ସଞ୍ଚୟ କରିବାକୁ ବିନିଯୋଗ:
୨୦୨୨-୨୩ ଆର୍ଥିକ ବର୍ଷରେ ଟିକସ ସଞ୍ଚୟ କରିବାକୁ ଏପର୍ଯ୍ୟନ୍ତ ବିନିଯୋଗ କରି ନ ଥିଲେ ଯଥାଶୀଘ୍ର ଯେକୌଣସି ଯୋଜନାରେ ବିନିଯୋଗ କରିବାକୁ ହେବ। ପିପିଏଫ୍‌, ୫ ବର୍ଷର ଏଫ୍‌ଡି, ଇଏଲ୍‌ଏସ୍‌ଏସ୍‌ ଇତ୍ୟାଦି ଯୋଜନାରେ ବିନିଯୋଗ କରି ଆପଣ ସେକ୍ସନ ୮୦ସି ଅଧୀନରେ ଟିକସ ଛାଡ ପାଇପାରିବେ।

ପ୍ରଧାନମନ୍ତ୍ରୀ ଭାୟା ବନ୍ଦନ ଯୋଜନା:
ପ୍ରଧାନମନ୍ତ୍ରୀ ଭାୟା ବନ୍ଦନ ଯୋଜନା ଯାହା ୬୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏକ ପେନ୍‌ସନ ଯୋଜନା ଅଟେ। ଯଦି ଆପଣ ଏହି ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ ୩୧, ୨୦୨୩ ଏହି ଯୋଜନାରେ ବିନିଯୋଗ ପାଇଁ ଶେଷ ତାରିଖ ଅଟେ। କାରଣ ଏହି ଯୋଜନାରେ ପୁଞ୍ଜି ବିନିଯୋଗକୁ ଆଗକୁ ନେବା ପାଇଁ ସରକାର କୌଣସି ପ୍ରକାର ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି।

ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟ ଫ୍ରିଜ ହେବ
ଯଦି କେହି ଏପର୍ଯ୍ୟନ୍ତ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟରେ ନୋମିନେଶନ ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ତେବେ ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ନଚେତ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟ ଫ୍ରିଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri