ତାଳ, ହେନ୍ତାଳ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବ

ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଚଳିତ ମୌସୁମୀ ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ଆଶଙ୍କା ରହିଛି ବୋଲି ସରକାରୀ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଇଛି। ବିଶେଷକରି ଚଳିତବର୍ଷରେ ପ୍ରଶାନ୍ତ ମହାସାଗର ପାର୍ଶ୍ୱରୁ ସ୍ଥଳ ଭାଗକୁ ଅତ୍ୟଧିକ ଲୁ ପବନ ବା ଗରମ ପ୍ରବାହ ଯୋଗୁ ସ୍ଥଳଭାଗରେ ଗରମ ପ୍ରବାହ ହୋଇଥିଲା। ଫଳରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ସ୍ଥଳଭାଗ ପୂର୍ବ ଅଞ୍ଚଳଗୁଡ଼ିକରେ ୪୦ ଡିଗ୍ରୀରୁ ଅଧିକ ଓ ଗଡ଼ଜାତ ଅଞ୍ଚଳରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଉତ୍ତାପ ହୋଇଥିବା ରେକର୍ଡ ସୃଷ୍ଟି କରିଛି। ଆଗାମୀଦିନରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହା ହେଲେ ଜନଜୀବନ ପ୍ରତି ଘୋର ବିପଦ ସୃଷ୍ଟି କରିବ ବୋଲି ପାଣିପାଗ ବିଜ୍ଞାନୀ ଓ ପରିବେଶ ପ୍ରେମୀ ଆଶଙ୍କା ପ୍ରକାଶ କରିଛନ୍ତ। ଚଳିତବର୍ଷ ମୌସୁମୀ ବର୍ଷାଋତୁ ପୂର୍ବରୁ ଏପ୍ରିଲ, ମେ ଓ ଜୁନ୍‌ରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳ ଜିଲାଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଭୟଙ୍କର ଭାବେ ବଜ୍ରପାତ ଦ୍ୱାରା ଜନଜୀବନ ପ୍ରତି ବିପଦ ଦେଖାଦେଇଥିଲା। ଏହି ଘଟଣା ପାଣିପାଗ ବିଜ୍ଞାନୀମାନଙ୍କ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପରପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ବଜ୍ରପାତକୁ ପ୍ରତିହତ କରିବ ତାଳ ଓ ହେନ୍ତାଳ ବଣ। ଏହି ବୃକ୍ଷ ସାମୁଦ୍ରିକ ଝଡ଼ବାତ୍ୟାର ୩ ଶହ କି.ମି. ପବନକୁ ପ୍ରତିରୋଧ କରିପାରିବ ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ମାହାଳି ନଦୀକୂଳ, ସରକାରୀ ଜମି ବନ୍ଧ ବାଡ଼ରେ ଶୁଖିଲା ତାଳ ମଞ୍ଜି ବୁଣି ଅନେକ ଗଛ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଅଞ୍ଚଳରେ ପରିବେଶ ସୁରକ୍ଷା ଲାଗି ତାଙ୍କର ଏହା ମହତ୍‌ ଉଦ୍ଦେଶ୍ୟ ଥିଲା। ବ୍ଲକର ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳ, ଗୋବରୀ ନଦୀ, ଲୁଣା ନଦୀ ଓ ଗୁପ୍ତଗିରି ନଦୀ କୂଳରେ ବହୁଳ ପରିମାଣରେ ଲୁଣା ଜଙ୍ଗଲ ଓ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। କାରଣ ଏହି ତାଳ ଓ ହେନ୍ତାଳ ଗଛ ତନ୍ତୁ ଜାତୀୟ ବା ଚେରୁଆ ଗଛ ହୋଇଥିବାରୁ ସାମୁଦ୍ରିକ ଝଡ଼ବାତ୍ୟାର ପବନ ସହଜରେ କ୍ଷତି କରିପାରେ ନାହିଁ ବୋଲି ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି।
ଏହି ଅଞ୍ଚଳର କଂସାରଡିଆ, କଣ୍ଟିଲୋ, ହେଟାମୁଣ୍ଡିଆ, ଭିତରେ ଖରିନାସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବହୁଳ ପରିମାଣରେ ଲୁଣା ଜାତୀୟ ଗଛ ସହ ହେନ୍ତାଳବଣ ସୃଷ୍ଟି ହୋଇଛି। ଫଳରେ ଏହି ଅଞ୍ଚଳରେ ୧୯୯୯ ମହାବାତ୍ୟାରେ ଏରସମା ଓ ପାରାଦୀପ ଅଞ୍ଚଳରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ମହାକାଳପଡ଼ା, ଜମ୍ବୁ, ସୁନିତି ଆଦି ଅଞ୍ଚଳରେ ଅପେକ୍ଷାକୃତ କମ୍‌ ଜୀବନହାନି ହୋଇଥିଲା। ସରକାରୀ, ବେସରକାରୀ ସ୍ତରରେ ସହଯୋଗ ରହିଲେ ଏହି ଅଞ୍ଚଳର ବାଡ଼ିବଗିଚା ଓ ନଦୀବନ୍ଧଗୁଡ଼ିକରେ ପ୍ରଚୁର ପରିମାଣରେ ତାଳ ଚାରା ରୋପଣ କରାଯିବ ବୋଲି ମାହାଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri