ସାଇରସ୍‌ଙ୍କ ଝିଅ ଆକାଉଣ୍ଟରୁ ୯୦ ହଜାର ଗାଏବ

ମୁମ୍ବାଇ: ସାପୁରଜୀ ପାଲୋନଜୀ ଗ୍ରୁପ୍‌ର ଦାୟିତ୍ୱ ସମ୍ଭାଳୁଥିବା ବିଲିୟନେୟାର ସାଇରସ୍‌ ମିସ୍ତ୍ରିଙ୍କ ଝିଅଙ୍କ ସହ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। କେହି ଅଜଣା ବ୍ୟକ୍ତି ସାଇରସ୍‌ଙ୍କ ଝିଅ ଲୈଲା ରୁସ୍ତମ ଜାହାଙ୍ଗୀରଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଉଠାଇ ନେଇଛି। ଏ ନେଇ କୋଲାବା ପୋଲିସ ଷ୍ଟେଶନରେ ଏକ ସାଇବର ଠକେଇ ମାମଲା ରୁଜୁ କରାଯାଇଛି। ମାମଲା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଲୈଲା ବର୍ତ୍ତମାନ ଦୁବାଇରେ ରହୁଛନ୍ତି। ଆକାଉଣ୍ଟ ପରିଚାଳନା ତାଙ୍କ ବାପାଙ୍କ ଅଧୀନରେ ରହିଛି। ୨୦୧୮ରେ ସାଇରସ୍‌ ମିସ୍ତ୍ରି ତାଙ୍କ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଫିରୋଜ ଭଟେନାଙ୍କୁ ଏହି ବ୍ୟାଙ୍କ ଖାତାର ପରିଚାଳନା ଏବଂ ଆର୍ଥତ୍କ ଗତିବିଧି ଦେଖାଶୁଣା କରିବାକୁ ଦାୟିତ୍ୱ ଦେଇଥିଲେ। ଭଟେନା ଏହି କାମକୁ ଡେପୁଟି ଜେନେରାଲ ମ୍ୟାନେଜର ଜୟେଶ ମର୍ଚ୍ଚାଣ୍ଟ ଦେଖିବାକୁ କହିଥିଲେ। ନିକଟରେ ଏହି ଆକାଉଣ୍ଟରୁ ଟଙ୍କା ଉଠିବା ନେଇ ଏକ ମେସେଜ ମର୍ଚ୍ଚାଣ୍ଟଙ୍କ ନିକଟକୁ ଆସିଥିଲା। ନେଣଦେଣ ଆଲର୍ଟ ଲାଗି ମର୍ଚ୍ଚାଣ୍ଟଙ୍କ ନମ୍ବର ବ୍ୟାଙ୍କରେ ଦିଆଯାଇଥିଲା। ଖାତାଟି ବହୁ ପୁରୁଣା ହୋଇଥିବା ବେଳେ କେବଳ ଚେକ୍‌ ଦ୍ୱାରା ହିଁ ନେଣଦେଣ ହେଉଥିଲା। ଟଙ୍କା ଉଠାଣ ନେଇ ମର୍ଚ୍ଚାଣ୍ଟ ବ୍ୟାଙ୍କରେ ପଚରାଉଚୁରା କରିବାରୁ ଡେବିଟ କାର୍ଡ ବ୍ୟବହାର ଦ୍ୱାରା ପ୍ରାୟ ୯୦ ହଜାର ଟଙ୍କା ଉଠାଣ ହୋଇଥିବା ଜଣାପଡିଥିଲା। ଏହି ମାମଲା ଉପରେ ପୋଲିସ ବର୍ତ୍ତମାନ ତଦନ୍ତ ଚଳାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri