ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଏହା ପରେ ସେମାନେ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସ୍ମୃତି କହିଛନ୍ତି, ଉଭୟ ପରିବାରର ଗୋପନୀୟତା ପାଇଁ ଆବେଦନ କରିଛନ୍ତି। ଏହି ସମୟରେ ପଲାଶ ମଧ୍ୟ ଏକ ଅଫିସିଆଲି ବିବୃତ୍ତି ଜାରି କରି ଏହାକୁ ତାଙ୍କ ପାଇଁ ଏକ କଷ୍ଟକର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଆଜି ପଲାଶ ଏବଂ ସ୍ମୃତି ସେମାନଙ୍କର ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଅଫିସିଆଲି ବିବୃତ୍ତି ପ୍ରକାଶ କରିଛନ୍ତି। ବିବୃତ୍ତିରେ ଉଭୟ ସେଲିବ୍ରିଟି ସେମାନଙ୍କ ବିବାହ ଭାଙ୍ଗିଯିବା ଘୋଷଣା କରିଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିବୃତ୍ତି ପରେ ପଲାଶ ଏବଂ ସ୍ମୃତିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ତାଲିକା ଯାଞ୍ଚ କରିବାରୁ ପଲାଶ କିମ୍ବା ସ୍ମୃତି କେହି କାହାକୁ ଫଲୋ କରି ନାହାନ୍ତି। ଏହା ସ୍ପଷ୍ଟ ଯେ, ବିବାହ ଭାଙ୍ଗିଯିବା ନିଶ୍ଚିତ ହେବା ମାତ୍ରେ ଉଭୟ ସେଲିବ୍ରିଟି ପରସ୍ପରକୁ ଅନଫଲୋ କରିଦେଇଛନ୍ତି।

ସ୍ମୃତି ମନ୍ଧାନା ଇନଷ୍ଟାଗ୍ରାମରେ ଜାରି ଏକ ବିବୃତ୍ତିରେ ବିବାହ ଭାଙ୍ଗିବା ଖବରକୁ ନିଶ୍ଚିତ କରି କହିଛନ୍ତି, ଗତ କିଛି ସପ୍ତାହ ଧରି ମୋ ଜୀବନ ବିଷୟରେ ବହୁତ କଳ୍ପନା ଜଳ୍ପନା ଚାଲିଛି, ଏବଂ ମୁଁ ଭାବୁଛି ଯେ ଏହି ସମୟରେ ଖୋଲାଖୋଲି ଭାବରେ କଥା ହେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଁ ବହୁତ ବ୍ୟକ୍ତିଗତ ଏବଂ ମୁଁ ଏହାକୁ ସେହିପରି ରଖିବାକୁ ଚାହୁଁଛି, କିନ୍ତୁ ମୋତେ ଏହା ସ୍ପଷ୍ଟ କରିବାକୁ ପଡ଼ିବ ଯେ, ବିବାହ ଭାଙ୍ଗିଯାଇଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଆମକୁ ନିଜ ଗତିରେ ଆଗକୁ ବଢ଼ିବା ପାଇଁ ସମୟ ଦିଅନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ୩୭ ରାଜ୍ୟ ସଭା ଆସନ ପାଇଁ ଭୋଟ

ନୂଆଦିଲ୍ଲୀ,୧୬ା୩: ୧୦ ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ସୋମବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।…

SCBରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ମୃତ, ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା…

ଆଜି ରାଜ୍ୟ ସଭା ଭୋଟ, ମଇଦାନରେ ୫ ପ୍ରାର୍ଥୀ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ,…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri