ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଏହା ପରେ ସେମାନେ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସ୍ମୃତି କହିଛନ୍ତି, ଉଭୟ ପରିବାରର ଗୋପନୀୟତା ପାଇଁ ଆବେଦନ କରିଛନ୍ତି। ଏହି ସମୟରେ ପଲାଶ ମଧ୍ୟ ଏକ ଅଫିସିଆଲି ବିବୃତ୍ତି ଜାରି କରି ଏହାକୁ ତାଙ୍କ ପାଇଁ ଏକ କଷ୍ଟକର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଆଜି ପଲାଶ ଏବଂ ସ୍ମୃତି ସେମାନଙ୍କର ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଅଫିସିଆଲି ବିବୃତ୍ତି ପ୍ରକାଶ କରିଛନ୍ତି। ବିବୃତ୍ତିରେ ଉଭୟ ସେଲିବ୍ରିଟି ସେମାନଙ୍କ ବିବାହ ଭାଙ୍ଗିଯିବା ଘୋଷଣା କରିଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିବୃତ୍ତି ପରେ ପଲାଶ ଏବଂ ସ୍ମୃତିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ତାଲିକା ଯାଞ୍ଚ କରିବାରୁ ପଲାଶ କିମ୍ବା ସ୍ମୃତି କେହି କାହାକୁ ଫଲୋ କରି ନାହାନ୍ତି। ଏହା ସ୍ପଷ୍ଟ ଯେ, ବିବାହ ଭାଙ୍ଗିଯିବା ନିଶ୍ଚିତ ହେବା ମାତ୍ରେ ଉଭୟ ସେଲିବ୍ରିଟି ପରସ୍ପରକୁ ଅନଫଲୋ କରିଦେଇଛନ୍ତି।

ସ୍ମୃତି ମନ୍ଧାନା ଇନଷ୍ଟାଗ୍ରାମରେ ଜାରି ଏକ ବିବୃତ୍ତିରେ ବିବାହ ଭାଙ୍ଗିବା ଖବରକୁ ନିଶ୍ଚିତ କରି କହିଛନ୍ତି, ଗତ କିଛି ସପ୍ତାହ ଧରି ମୋ ଜୀବନ ବିଷୟରେ ବହୁତ କଳ୍ପନା ଜଳ୍ପନା ଚାଲିଛି, ଏବଂ ମୁଁ ଭାବୁଛି ଯେ ଏହି ସମୟରେ ଖୋଲାଖୋଲି ଭାବରେ କଥା ହେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଁ ବହୁତ ବ୍ୟକ୍ତିଗତ ଏବଂ ମୁଁ ଏହାକୁ ସେହିପରି ରଖିବାକୁ ଚାହୁଁଛି, କିନ୍ତୁ ମୋତେ ଏହା ସ୍ପଷ୍ଟ କରିବାକୁ ପଡ଼ିବ ଯେ, ବିବାହ ଭାଙ୍ଗିଯାଇଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଆମକୁ ନିଜ ଗତିରେ ଆଗକୁ ବଢ଼ିବା ପାଇଁ ସମୟ ଦିଅନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

ମୁଣ୍ଡକୁ ଚଢ଼ିଗଲା ରାଗ, ପାରିବାରିକ ବିବାଦ ପରେ ସ୍ତ୍ରୀଙ୍କ ବେକ-ମୁଣ୍ଡକୁ ହାଣିଦେଲେ ସ୍ବାମୀ  

ରାୟଗଡା,୨୯।୧(ଆଶିଷ ରଞ୍ଜନ ପଣ୍ଡା)- ପାରିବାରିକ ବିବାଦରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ। ରାୟଗଡା ଜିଲା କୁମ୍ବିକୋଟା ଫାଣ୍ଡି ଅଞ୍ଚଳରେ ପତ୍ନୀ ଶୋଇଥିବା ବେଳେ ସ୍ବାମୀ ଟାଙ୍ଗିଆରେ ହାଣି…

୨୦ ଲକ୍ଷ ଟଙ୍କା ଆତ୍ମସାତ: ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ବାଲେଶ୍ୱର,୨୯।୧: ସରକାରୀ ଟଙ୍କା ହେରଫେର କରି ଗିରଫ ହେଲେ ସମବାୟ ସମିତିର ପୂର୍ବତନ ସମ୍ପାଦକ। ଫସଲ ବୀମା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ…

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri