Posted inଜାତୀୟ

ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍‌କେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସହଯୋଗୀ ଦଳ ଭାଜପା ଆଗରେ ସର୍ତ୍ତ ରଖିଛି। ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ରବିବାର ଏଆଇଏଡିଏମ୍‌କେ ପ୍ରଚାର ଆରମ୍ଭ କରିଛି। ଭାଜପାକୁ ଶକ୍ତ ବାର୍ତ୍ତା ଦେଇ ଏଆଇଏଡିଏମ୍‌କେ କହିଛି ମୁଖ୍ୟମନ୍ତ୍ରୀ ଇ. କେ. ପାଲାନିସ୍ବାମୀ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଦଳ ନିର୍ବାଚନ ଜିତିଲେ କ୍ଷମତା ଭାଗବଣ୍ଟା ହେବନାହିଁ।
ଏକ ସମାବେଶକୁ ଉଦ୍‌ବୋଧନ ଦେଇ ଏଆଇଏଡିଏମ୍‌କେ ଉପସଂଯୋଜକ ତଥା ରାଜ୍ୟ ସଭା ସଦସ୍ୟ ଏମ୍‌.କେ. ମୁନୁସାମି ଭାଜପାର ନାଁ ନ ନେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥତ୍ତ୍ୱ ଉପରେ ଏହାର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ମେଣ୍ଟରେ ଏଆଇଏଡିଏମ୍‌କେ ବଡ଼ଭାଇ ହେବ। ଦଳ କାହା ସହ କ୍ଷମତା ଭାଗବଣ୍ଟା କରିବ ନାହିଁ। ସେଭଳି ଉଦ୍ଦେଶ୍ୟ ନେଇ ମେଣ୍ଟ କରିବାକୁ ଚାହୁଁଥିବା କୌଣସି ଜାତୀୟ ଦଳର ଆବଶ୍ୟକତା ନାହିଁ ବୋଲି ମୁନୁସାମି ସ୍ପଷ୍ଟ କରିଦେଇଛନ୍ତି। ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଭାଜପା ନିଷ୍ପତ୍ତି ନେବ ବୋଲି ଗୈରିକ ଦଳର ନେତାମାନେ କହିଆସୁଥିଲେ।
ଚେନ୍ନାଇର ରୋୟାପେଟ୍ଟାସ୍ଥିତ ଓ୍ବାଇଏମ୍‌ସିଏ ଗ୍ରାଉଣ୍ଡରେ ଉଦ୍‌ବୋଧନ ଦେଇ ଏଆଇଏଡିଏମ୍‌କେ ସଂଯୋଜକ ତଥା ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭାମ ଏବଂ ଯୁଗ୍ମ ସଂଯୋଜକ ପାଲାନିସ୍ବାମୀ ଡିଏମ୍‌କେ ଏବଂ ଏହାର ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ଟାର୍ଗେଟ କରିଥିଲେ। ସରକାରଙ୍କ ସଫଳତାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ପନିରସେଲ୍‌ଭାମ୍‌ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri