Posted inଜାତୀୟ

ଭାରତ ବିରୋଧରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଲୋନ ଓ୍ବଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି…

ହାଇଦ୍ରାବାଦ,୫।୨ : ଭାରତ ବିରୋଧରେ ପାକିସ୍ତାନର ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ହାଇଦ୍ରାବାଦରେ ଲୋନ ଓଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି ଚାଲିଥିଲା। ହାଇଦ୍ରାବାଦରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପଚରାଉଚରା ବେଳେ ଏହା ଜଣା ପଡ଼ିଛି। ଆଇଏସଆଇ ଏବଂ ଲଶ୍କର-ଇ-ତୋଏବା ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି। ଗିରଫ ଆତଙ୍କବାଦୀ ଅବଦୁଲ ଜାହିଦ ପାକିସ୍ତାନରେ ବସିଥିବା ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ହ୍ୟାଣ୍ଡ ଗ୍ରେନେଡ ଯୋଗାଇ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ସେ ହ୍ୟାଣ୍ଡେଲଙ୍କ ନିର୍ଦ୍ଦେଶରେ ଅନେକ ଲୋକଙ୍କୁ ମଧ୍ୟ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେଇଥିଲେ। ଏକ ରାଲି କିମ୍ବା ସର୍ବସାଧାରଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିଲା। ପାକିସ୍ତାନର ନିର୍ଦ୍ଦେଶରେ ଏହି ସବୁ ଘଟୁଥିଲା। ଭାରତରେ ସାମ୍ପ୍ରଦାୟିକ ସମନ୍ବୟକୁ ଭଣ୍ଡୁର କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା।
ଆତଙ୍କବାଦୀଙ୍କ ନିକଟରୁ ହ୍ୟାଣ୍ଡ ଗ୍ରେନେଡ, ନଗଦ ଟଙ୍କା ଏବଂ ଫୋନ ଉଦ୍ଧାର କରାଯାଇଛି । ଆତଙ୍କବାଦୀ ଜାହିଦଙ୍କ ଲୁଚି ରହିଥିବା ସ୍ଥାନରୁ ୨ ଟି ହ୍ୟାଣ୍ଡ ଗ୍ରେନେଡ, ପ୍ରାୟ ୪ ଲକ୍ଷ ଟଙ୍କା ଏବଂ ଦୁଇଟି ମୋବାଇଲ ଉଦ୍ଧାର କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜାହିଦଙ୍କୁ ୨୦୦୫ରେ ଗିରଫ କରାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରୁ ୨୦୧୭ ରେ ମୁକ୍ତ କରାଯାଇଥିଲା।
ଏନଆଇଏ ଅନୁଯାୟୀ, ଜାହିଦ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କ ସହ ହାଇଦ୍ରାବାଦ ସହରରେ ବିସ୍ଫୋରଣ ଏବଂ ଲୋନ ଓ୍ବଲ୍ଫ ଆଟାକ୍‌ ଭଳି ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଷଡଯନ୍ତ୍ର କରିଥିଲେ।
ଗତ ବର୍ଷ ଜାହିଦଙ୍କୁ ଗିରଫ କରାଯାଇଥିଲା।

ଏନଆଇଏ କହିଛି ଯେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଜାହିଦ ତାଙ୍କ ହ୍ୟାଣ୍ଡେଲରଙ୍କଠାରୁ ହ୍ୟାଣ୍ଡ ଗ୍ରେନେଡ ଗ୍ରହଣ କରିଛନ୍ତି ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ସହରର ସାଧାରଣ ସଭା ତଥା ଶୋଭାଯାତ୍ରାରେ ସେମାନଙ୍କୁ ଫୋପାଡିବାକୁ ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ୨ ଅକ୍ଟୋବର ୨୦୨୨ ରେ ହାଇଦ୍ରାବାଦ ପୋଲିସ ଅବଦୁଲ ଜାହିଦ, ମହମ୍ମଦ ସାମିଉଦ୍ଦିନ ଏବଂ ମେଜ ହାସନ ଫାରୁକଙ୍କୁ ସାଧାରଣ ସଭାରେ ଗ୍ରେନେଡ ଫିଙ୍ଗିବା ଷଡଯନ୍ତ୍ରରେ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri