Categories: ଖେଳ

ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି

ଦୁବାଇ,୧୨।୧୧: ଗ୍ରୁପ ପର୍ଯ୍ୟାୟରେ ଭାରତକୁ ହରାଇଥିବା ପାକିସ୍ତାନର ବିଜୟ ରଥ ଚଳିତ ଟି୨୦ ବିଶ୍ୱକପ୍‌ର ସେମିଫାଇନାଲଟରେ ଅଟକିଛି। ଦ୍ୱିତୀୟ ସେମିଫାଇନାଲକୁ ୫ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନର ପରାଜୟ ରେକର୍ଡ ଜାରି ରହିଛି। ଟି୨୦ ହେଉ କି ଦିନିକିଆ ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ପାକିସ୍ତାନ କାଦପି ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ।

ଏଥିପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨୦୧୫ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନକୁ ପରାଜୟ ମିଳିଥିଲା। ତା’ ପୂର୍ବରୁ ୨୦୧୦ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ମଧ୍ୟ ସମାନ ଫଳାଫଳ ଭୋଗିଥିଲା ପାକିସ୍ତାନ। ମୋଟ ଉପରେ ଆଇସିସି ଇଭେଣ୍ଟ ଇତିହାସରେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଦୁଇ ଦଳ ପରସ୍ପର ସହ ୪ ମ୍ୟାଚ୍‌ ଖେଳିଛନ୍ତି। ପ୍ରତ୍ୟେକ ଥର ଅଷ୍ଟ୍ରେଲିଆ ହିଁ ବାଜି ମାରିଛି। ପ୍ରଥମ ଥର ୧୯୯୯ ଦିନିକିଆ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ ଦୁଇ ଦଳ। ସେଥର ମଧ୍ୟ ପାକିସ୍ତାନ ହାତରୁ ବିଶ୍ୱକପ୍‌ ଛଡ଼ାଇ ନେଇଥିଲା ଅଷ୍ଟ୍ରେଲିଆ।

Share