ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟ ଜନକ, ଆତଙ୍କବାଦୀଙ୍କ ପାଖକୁ ଟଙ୍କା ଆସୁଛି କିପରି?…

ଇସଲାମାବାଦ,୧୬।୯ : ପାକିସ୍ତାନର ଅର୍ଥନୀତି ଖରାପ ହେବାରେ ଲାଗିଛି। ଦେଶରେ ଗତ ୩ ମାସ ଧରି ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହଁ। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଋଣ ଉପରେ ସୁଧ ଦେବାକୁ ମଧ୍ୟ ଟଙ୍କା ନାହିଁ। ଦେଶ ଡିଫଲ୍ଟ ହେବାର ବିପଦରେ ଅଛି। କିନ୍ତୁ ଏସବୁ ସତ୍ତ୍ୱେ ଯଦି ସେଠାରେ କିଛି ଉନ୍ନତି ହୁଏ ତେବେ ଏହା ହେଉଛି ଆତଙ୍କବାଦ, ଆତଙ୍କବାଦୀଙ୍କ ପାଣ୍ଠି, ଆତଙ୍କବାଦୀ ଭିତ୍ତିଭୂମି। କୌଣସି ସ୍ଥାନରେ ତାଙ୍କ ପାଇଁ କିଛି କ୍ଷତି ହୋଇନାହିଁ।

ଜମ୍ମୁ-କଶ୍ମୀରର ଅନନ୍ତନାଗ, ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଆର୍ମି କର୍ଣ୍ଣେଲ, ମେଜର ଏବଂ ଡିଏସପି ସହିଦ ହେବା ପରେ ପ୍ରତିରକ୍ଷା ପ୍ରତିଷ୍ଠାନର ଅଧିକାରୀମାନେ ମଧ୍ୟ କହିଛନ୍ତି ପାକିସ୍ତାନ ଦ୍ୱାରା ବେଆଇନ ଭାବେ କବଜା ହୋଇଥିବା ଆତଙ୍କବାଦୀ ଗଠନ ପୂର୍ବ ଭଳି ସମାନ ରହିଛି। ପାକିସ୍ତାନୀ ସେନା ଏବଂ ଆଇଏସଆଇ ଲସ୍କର-ଇ-ତୋଏବା ଏବଂ ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ଖୋଲାଖୋଲି ଭାବେ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ପାକିସ୍ତାନ ଗରିବ, ତେବେ ଆତଙ୍କବାଦୀଙ୍କୁ ଦେବା ପାଇଁ ଟଙ୍କା କେଉଁଠୁ ପାଇଛି? ଆତଙ୍କବାଦୀ ପାଣ୍ଠିର ଉତ୍ସ କ’ଣ?

ଆଇଏସଆଇ ଆତଙ୍କବାଦୀ ସଂଗଠନକୁ ଟଙ୍କା ଦେଇଥାଏ। ପାକିସ୍ତାନ ସେନା ଏବଂ ଏହାର କୁଖ୍ୟାତ ଗୁପ୍ତଚର ସଂସ୍ଥା ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପାଇଁ ଖୋଲାଖୋଲି ଭାବେ ଟଙ୍କା ଖର୍ଚ୍ଚ କରୁଛି। ଯଦିଓ ପାକିସ୍ତାନ ଦାରିଦ୍ର୍ୟର ପଥରେ ଅଛି ଏବଂ ଏହାର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛି, ମାତ୍ର ଜମ୍ମୁ-କଶ୍ମୀର ସମେତ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହା ଖୋଲାଖୋଲି ଭାବେ ଟଙ୍କା ଖର୍ଚ୍ଚ କରୁଛି। ଆଇଏସଆଇ ସିଧାସଳଖ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଏ। ଏହା ବ୍ୟତୀତ ଏହା ଡ୍ରଗ୍ସ ଚୋରା ଚାଲାଣ ମାଧ୍ୟମରେ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିଥାଏ।

କଲମ୍ବିଆ ୟୁନିଭରସିଟିର ଏକ ଅନୁସନ୍ଧାନ ତଥ୍ୟ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିସ୍ତାର କରିବା ପାଇଁ ପାକିସ୍ତାନ ବାର୍ଷିକ ପ୍ରାୟ ୫ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୪୦ କୋଟି ଭାରତୀୟ ଟଙ୍କା ଖର୍ଚ୍ଚ କରୁଥିଲା। ରିପୋର୍ଟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ପାଣ୍ଠିର ଉତ୍ସ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ନିଶା ଆତଙ୍କବାଦ, ହାୱାଲା, ଜବର ଅସୁଲି, ବିଦେଶୀ ସହାୟତା, ଦାନ, ନକଲି ମୁଦ୍ରା ବ୍ୟବସାୟ ଭଳି ଉତ୍ସ ଅନ୍ତର୍ଭୁକ୍ତ। ଅନୁସନ୍ଧାନ ତଥ୍ୟ ଅନୁଯାୟୀ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପାଇଁ ବାର୍ଷିକ ଅର୍ଥ ୭୦ ରୁ ୮୦ବିଲିୟନ ଡଲାର ଅର୍ଥାତ ୫୦୦ ରୁ ୬୦୦ କୋଟି ଟଙ୍କା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri