ପାକିସ୍ତାନର ଷଡ଼ଯନ୍ତ୍ର ପଣ୍ଡ : ବିସଏଫ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଚଣ୍ଡିଗଡ଼,୨୯।୧୧ : ପଞ୍ଜାବରେ ପାକିସ୍ତାନର ଷଡଯନ୍ତ୍ରକୁ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଲଗାତାର ପଣ୍ଡ କରୁଛନ୍ତି। ସମ୍ପ୍ରତି ଅମୃତସର ପୋଲିସ ଏବଂ ବିଏସଏଫ ପଞ୍ଜାବର ଫିରୋଜପୁରର ଡୋନା ତେଲୁମାଲ ଆଉଟପୋଷ୍ଟ ନିକଟସ୍ଥ ଅନ୍ତର୍ଜାତୀୟ ସୀମାରୁ ପାଞ୍ଚଟି ରାଇଫଲ, ପାଞ୍ଚଟି ପିସ୍ତଲ ଏବଂ ନଅ ମାଗାଜିନ୍‌ ଉଦ୍ଧାର କରିଛନ୍ତି।

ଏହି ସମସ୍ତ ସାମଗ୍ରୀ ଏକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା। ଏହାକୁ ପାକିସ୍ତାନୀ ଚୋରା ଚାଲାଣକାରୀମାନେ ଲୁଚାଇ ରଖିଥିଲେ। ସୂଚନାଯୋଗ୍ୟ ଯେ ଏସଟିଏଫ ଅମୃତସରରୁ ଆଠଟି ପିସ୍ତଲ, ୧୪ ଟି ମାଗାଜିନ ଏବଂ 63 ଟି କାର୍ଟ୍ରିଜ ନେଇ ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଫିରୋଜପୁରରୁ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଗୁପ୍ତ ସୂତ୍ର ଅନୁଯାୟୀ ଅମୃତସର ପୋଲିସ ଚୋରା ଚାଲାଣକାରୀ ପରମଜଜିତଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ ସହିତ ଗିରଫ କରିଛି। ପଚରାଉଚରା ବେଳେ ସେ କହିଥିଲେ ଯେ ବିଏସଏଫର ଡୋନା ଟେଲୁମାଲ ଆଉଟପୋଷ୍ଟ ନିକଟରେ ସୀମାନ୍ତ ବାଡ଼ର ଗେଟ ନମ୍ବର ୧୯୫ ନିକଟରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ବ୍ୟାଗ ଲୁଚାଇ ରଖାଯାଇଛି। ମଙ୍ଗଳବାର ପୋଲିସ ବିଏସଏଫ ବାଟାଲିୟନ-୧୩୬ ସହିତ ବଡର ପୋର୍ଷ୍ଟରେ ଥିବା ଫାର୍ମରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ବ୍ୟାଗ ଉଦ୍ଧାର କରିଛି।

ବ୍ୟାଗରୁ ପାଞ୍ଚଟି ଆକ୍ରମଣକାରୀ ରାଇଫଲ, ପାଞ୍ଚଟି ପିସ୍ତଲ ଏବଂ ନଅ ମାଗାଜିନ ଉଦ୍ଧାର କରାଯାଇଛି। ଅମୃତସର ପୋଲିସ ଉକ୍ତ ଅସ୍ତ୍ରକୁ ସାଙ୍ଗରେ ନେଇଛି। ଶୀତ ଆରମ୍ଭ ହେବା ସହିତ ଘନ କୁହୁଡି ଆରମ୍ଭ ହୋଇଯାଇଛି। କୁହୁଡ଼ି ଯୋଗୁ ସୀମାପାର ଚୋରା ଚାଲାଣକାରୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବିଏସଏଫ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri