Posted inଜାତୀୟ

ପାକିସ୍ତାନୀ ଗୁପ୍ତଚର ଗିରଫ…

ଜୈସଲମେର,୨୮।୧୧: ରାଜସ୍ଥାନର ଜୈସଲମେରରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ନବାବ ଖାଁ। ତାଙ୍କ ବୟସ ୩୨ ବର୍ଷ। ସେ ଚାନେସର ଖାଁ ଅଞ୍ଚଳର ବାସିନ୍ଦା। ଏହି ପାକିସ୍ତାନୀ ଗୁପ୍ତଚରଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସି ଗିରଫ କରିଛି।

ନବାବ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇ ପାଇଁ ସ୍ଲିପର ସେଲ ଭାବେ କାମ କରୁଥିଲେ। ଗିରଫ ପରେ ତାଙ୍କୁ ଅଧିକ ପଚରାଉଊଚରା ଲାଗି ଜୟପୁରକୁ ଅଣାଯାଇଛି । ଇଣ୍ଟେଲିଜେନ୍ସ ଡାଇରେକ୍ଟର ଜେନେରାଲ ଉମେଶ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ନବାବ ମୋବାଇଲ ସିମ କାର୍ଡ ବିକ୍ରି କରୁଥିବା ଏକ ଛୋଟ ଦୋକାନ ଚଳାଉଛନ୍ତି।

ଦୀର୍ଘ ଦିନ ଧରି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ ସେ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ମିଶ୍ର କହିଛନ୍ତି ଯେ ନବାବ ୨୦୧୫ରେ ପାକିସ୍ତାନ ଯାଇଥିଲେ ଯେଉଁଠାରେ ସେ ଜଣେ ଆଇଏସଆଇ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗ କରିଥିଲେ।

ସେଠାରେ ତାଙ୍କୁ ୧୫ ଦିନ ତାଲିମ ଦିଆଯାଇଥିଲା ଏବଂ ଏହାର ପ୍ରତିବଦଳରେ ୧୦,୦୦୦ ଟଙ୍କା ମଧ୍ୟ ଦିଆଯାଇଥିଲା। ପରେ ସେ ଭାରତକୁ ଫେରିବା ଫେରି ପାକିସ୍ତାନ ଏଜେନ୍ସି ପାଇଁ ଗୁପ୍ତଚର କାର୍ଯ୍ୟ ଆରମ୍ଭ କରିଥିଲେ। ମିଶ୍ର କହିଛନ୍ତି ଯେ ଅଭିଯୁକ୍ତମାନେ ଭାରତୀୟ ସେନାର ସ୍ଥାନୀୟ କାର୍ଯ୍ୟକଳାପ ସହ ଜଡିତ ତଥ୍ୟକୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ହ୍ୟାଣ୍ଡେଲରଙ୍କ ନିକଟକୁ ପଠାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri