Categories: ଜାତୀୟ

ଗୁଜରାଟ ଉପକୂଳରୁ ଜବତ ହେଲା ପାକିସ୍ତାନୀ ବୋଟ୍‌

ଅହମ୍ମଦାବାଦ,୨୦।୧୨: ଗୁଜରାଟର ଉପକୂଳରେ ପାକିସ୍ତାନର ଏକ ମାଛଧରା ବୋଟ ଧରାପଡ଼ିଛି। ବୋଟରୁ ତଟରକ୍ଷ ବାହିନୀ ଓ ଗୁଜରାଟ ଏଟିଏସ୍‌ ୭୭ କେଜି ହିରୋଇନ ଜବତ କରିଛନ୍ତି। ଏହାର ମୂଲ୍ୟ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ।

୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ‘ଅଲ ହୁସେଇନି’ ନାମକ ପାକିସ୍ତାନୀ ବୋଟ ବେଆଇନ ଭାବେ ଭାରତୀୟ ଜଳରେ ପ୍ରବେଶ କରିଥିଲା। ବୋଟକୁ ଜବତ କରାଯାଇ ଗୁଜରାଟର କଚ ଜିଲାର ଜାଖାଉ ଉପପୂଳକୁ ନିଆଯାଇ ଅଧିକ ତଦନ୍ତ କରାଯାଉଛି।

ସୂତ୍ରରୁ ଜଣାପଡ଼ିଛି, ମାଛଧରା ବୋଟ ମାଧ୍ୟମରେ ପ୍ରତିଦିନ ଭାରତକୁ ଡ୍ରଗ୍ସ ପଠାଉଛି ପାକିସ୍ତାନ। ତାଲିବାନ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନରୁ ଏହି ଡ୍ରଗ୍ସ ଆସୁଛି। ଆଉ ଏହା ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ବିନା ସହାୟତାରେ ସମ୍ଭବ ନୁହେଁ। ରବିବାର ରାତିରେ ଭାରତୀୟ ତଟରକ୍ଷ ବାହିନୀ ଓ ଗୁଜରାଟ ଆଣ୍ଟି ଟେରରରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍‌)ର ମିଳିତ ଉଦ୍ୟମରେ ଡ୍ରଗ୍ସ ଜବତ କରାଯାଇଛି।

ଗତ ମାସରେ ଗୁଜରାଟର ମୋର୍ବି ଜିଲାର ଏକ ନିର୍ମାଣଧୀନ ଘରୁ ୬୦୦ କୋଟି ଟଙ୍କାର ହିରୋଇନ କନସାଇନମେଣ୍ଟ ଜବତ କରାଯାଇଥିଲା। ଏହାକୁ ଆରବିଆନ ସମୂଦ୍ର ଦେଇ ପାକିସ୍ତାନ ଡ୍ରଗ୍‌ ଡିଲରମାନେ ଭାରତକୁ ପଠାଇଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଥିଲା।

Share