Posted inଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ ଡ୍ରୋନ୍‌…

ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ପ୍ରାୟ ୪ଟା ୧୫ ସମୟରେ ଏଲ୍‌ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ ମାର୍ଗରେ ଉଡ଼ିବୁଲୁଥିବାର ଦେଖାଦେଇଛି। ଏହି ଡ୍ରୋନ ପାକିସ୍ତାନ ପାର୍ଶ୍ୱରୁ ଆସିଥିଲା। ଡ୍ରୋନର ଆଲୋକ ଦେଖି ବିଏସଏଫ କର୍ମଚାରୀମାନେ ସତର୍କ ସୂଚନା ଜାରି କରିଥିଲେ। ଅନେକ ରାଉଣ୍ଡ ଗୁଳି ଚଳାଇବା ପରେ ଡ୍ରୋନଟି ଫେରି ଯାଇଥିଲା। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ରଣନୀତିର ଏକ ଅଂଶ ଭାବରେ ଡ୍ରୋନ ମାଧ୍ୟମରେ ପାକିସ୍ତାନ ସୀମା ଅଞ୍ଚଳକୁ ଇମ୍ପ୍ରୋଭାଇଜଡ ବିସ୍ଫୋରକ ଡିଭାଇସ୍‌ (ଆଇଇଡି) ପଠାଉଛି। ଯାହା ମୁଖ୍ୟତଃ ଜାତୀୟ ରାଜପଥ ନିକଟରେ ପକାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦୀଙ୍କ ପାଇଁ କାର୍ଯ୍ୟ କରୁଥିବା ସହାୟକମାନଙ୍କ ନିକଟରେ ଆଇଇଡି ସହଜରେ ପହଞ୍ଚିପାରିବ। ଗତ କିଛି ଦିନ ହେବ ସୀମାନ୍ତ ଅଞ୍ଚଳରେ ଡ୍ରୋନ ଉଡ଼ି ବୁଲିବାର ବହୁ ଘଟଣା ଘଟିଛି।

ମଙ୍ଗଳବାର କାନାଚାକ ଅଞ୍ଚଳରେ ଜମ୍ମୁ-ପୁଞ୍ଚ ରାଜପଥର ଅଖନୋର ନିକଟରୁ ଏଭଳି ଆଇଇଡି ଜବତ କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୀମା ପାର୍‌ କରାଯାଇ ଆଇଇଡିକୁ ଡ୍ରୋନ୍‌ ଦ୍ୱାରା ଜାତୀୟ ରାଜପଥ ନିକଟବର୍ତ୍ତୀ ଅଞ୍ଚଳରେ ପକାଇ ଦିଆଯାଉଛି। ଯାହା ଦ୍ୱାରା ଏହାକୁ ସଂଗ୍ରହ କରିବାକୁ ଆସୁଥିବା ସହାୟକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦି କୌଣସି ସ୍ଥାନରେ ସୁରକ୍ଷାକର୍ମୀଙ୍କ ହାତରେ ପଡ଼ିବାର ପରିସ୍ଥିତି ଥାଏ, ତେବେ ଏଥିରୁ ସେମାନେ ରକ୍ଷା ପାଇବା ସହଜ ହୋଇଥାଏ। ଜାତୀୟ ରାଜପଥରେ ଯାନବାହାନ ସଂଖ୍ୟା ଅଧିକ ଥିବାରୁ ଏଠାରେ ସହାୟକଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri