ବିନା ପୋଷାକରେ ଫଟୋ ସୁଟ କଲେ ପାକିସ୍ତାନୀ ଅଭିନେତା, ଭିଡିଓ ଭାଇରାଲ…

ଇସଲାମାବାଦ : ପାକିସ୍ତାନୀ ଅଭିନେତା ୱାହାଜ ଅଲୀ ନିଜର ଅଭିନୟ ପାଇଁ ପାକିସ୍ତାନରେ ପ୍ରସିଦ୍ଧ। ସମ୍ପ୍ରତି ଅଭିନେତା ହେଡଲାଇନରେ ରହିଛନ୍ତି। ବଲିଉଡ ଅଭିନେତା ରଣବୀର ସିଂଙ୍କ ପଥ ଅନୁସରଣ କରି ବର୍ତ୍ତମାନ ୱାହାଜ ଅଲୀ ମଧ୍ୟ ବିନା ପୋଷାକରେ ଫଟୋ ସୁଟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଲୋକମାନେ ଏନେଇ ଅଭିନେତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ୱାହାଜ ଅଲୀଙ୍କୁ ପାକିସ୍ତାନ ଭଳି ଭାରତରେ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ପାକିସ୍ତାନୀ ଡ୍ରାମା ମୁର୍ତ୍ତାସୀମରେ ତାଙ୍କର ଭୂମିକା ପାଇଁ ସେ ଯଥେଷ୍ଟ ପ୍ରଶଂସିତ ହୋଇଛନ୍ତି। ଏହି ଶୋ’ରୁ ତାଙ୍କର ଲଭର ବୟ ଭୂମିକାକୁ ଲୋକେ ପସନ୍ଦ କରନ୍ତି । ବାସ୍ତବରେ ୱାହାଜଙ୍କୁ ପାକିସ୍ତାନର ଶାହାରୁଖ ଖାନ ମଧ୍ୟ କୁହାଯାଏ। ତେବେ, ଆଜିକାଲି ସୋସିଆଲ ମିଡିଆରେ ତାଙ୍କୁ ବିନା ପୋଷାକ ଫଟୋ ସୁଟ ପାଇଁ ଟ୍ରୋଲ କରାଯାଉଛି। ୱାହାଜ ନିକଟରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ସର୍ବଶେଷ ଫଟୋସୁଟର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅଭିନେତା ବିଛଣାରେ ଶୋଇଥିବା ବେଳେ ଅଧା ଉଲଗ୍ନ ଅବସ୍ଥାରେ ଅଛନ୍ତି। ଅଭିନେତାଙ୍କର ଏହ ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ବିରକ୍ତ ହୋଇ ଅଭିନେତାଙ୍କୁ ସମାଲୋଚନା କରୁଛନ୍ତି ।

ଅଭିନେତାଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ଆପଣ ଏଭଳି ହାସ୍ୟାସ୍ପଦ କାର୍ଯ୍ୟ କାହିଁକି କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଏହା ଅତ୍ୟନ୍ତ ଅଶ୍ଳୀଳ ଭିଡିଓ । କିଛି ୟୂଜର ମଧ୍ୟ ଭିଡିଓ ବିଷୟରେ ୱାହାଜଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କୁ ପ୍ରଶଂସା କରି ସେମାନେ କହିଛନ୍ତି, ଆପଣ ପାକିସ୍ତାନର ସବୁଠାରୁ ସୁନ୍ଦର ଅଭିନେତା।
ୱାହାଜ ୨୦୧୫ ମସିହାରେ ଟିଭି ଧାରାବାହିକ ଇଶ ଇବାଦତରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ସିରିଜରୁ ସେ ବହୁତ ଖ୍ୟାତି ଅର୍ଜନ କରିଥିଲେ। ଟିଭି ଧାରାବାହିକ ଫିତୁରରେ ୱାହାଜଙ୍କ ନେଗେଟିଭ ଚରିତ୍ର ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା। ଏହା ପରେ ସେ ତେରେ ବିନ ଏବଂ ମୁଝେ ପ୍ୟାର ହୁଆ ଥା’ ଶୋ’ରେ କରିଥିଲେ। ଏହି ଉଭୟ ଶୋ ୱାହାଜଙ୍କୁ ରାତାରାତି ତାରକା କରି ଦେଇଥିଲା।

 

https://www.instagram.com/reel/Cz6K_ZIIOW2/?utm_source=ig_embed&ig_rid=9f0e965a-c386-4908-8e32-a9705c8be874


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?