Posted inଖେଳ

ଓପନର, ସ୍ପିନରଙ୍କୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୩ା୧୦:ପାକିସ୍ତାନକୁ ବିଶ୍ୱ କ୍ରିକେଟର ଏକ ମହାଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ନିକଟ ଅତୀତରେ ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ଦଳର ପ୍ରଦର୍ଶନ ବେଶ୍‌ ଭଲ ମଧ୍ୟ ରହିଛି। ତେବେ ସଦ୍ୟ ସମାପିତ ଏସିଆ କପରେ ପାକିସ୍ତାନ ଦଳର ଦୁର୍ବଳତା ପଦାରେ ପଡିଛି। ଦଳର ସ୍ପିନର ଓ ଓପନରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଛି ମ୍ୟାନେଜମେଣ୍ଟ। ଭାରତରେ ବିଶ୍ୱକପ ହେବାକୁ ଥିବା ବେଳେ ଏଠାରେ ପ୍ରଦର୍ଶନ କଲେ ଖେଳାଳିମାନେ ରାତାରାତି ଷ୍ଟାର ବନିବାର ସମ୍ଭାବନା ଅଧିକ। କ୍ରିକେଟ ବିଶ୍ୱକପକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ପାକିସ୍ତାନ ଶକ୍ତି, ସାମର୍ଥ୍ୟ ଓ ଦୁର୍ବଳତା ଉପରେ ଏକ ନଜର….

ଶକ୍ତି ଓ ସାମର୍ଥ୍ୟ: ପାକିସ୍ତାନର ପେସ୍‌ ବୋଲିଂ ଆଟାକ ଏହାର ଅମୋଘ ଅସ୍ତ୍ର ରହିବ। ନଶିମ ଶାହାଙ୍କ ପରି ଖେଳାଳି ଆହତ ଥିଲେ ମଧ୍ୟ ପାକିସ୍ତାନର ବୋଲିଂ ଲାଇନଅପ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ଏହା ଭାରତୀୟ ପରିବେଶର ଫାଇଦା ଉଠାଇ ପାରିବାରେ ସମର୍ଥ ହେବ। ଭାରତରେ ଆରମ୍ଭରୁ ବଲ୍‌ ସୁଇଙ୍ଗ ହେଉଥିବା ବେଳେ ଶାହିନ୍‌ ଆଫ୍ରିଦି ଏହାର ଫାଇଦା ଉଠାଇ ପାରିବେ। ତାଙ୍କର ଅନ୍ୟତମ ବୋଲିଂ ପାର୍ଟନର ଭାବରେ ହାରିସ୍‌ ରୌଫ୍‌ ଓ ହସନ ଅଲୀ ରହିବେ। ଉଭୟ ଖେଳାଳି ଦ୍ରୁତ ଗତିରେ ବଲ୍‌କୁ ସୁଇଂ କରାଇବାରେ ସକ୍ଷମ ଅଟନ୍ତି। ସେହିପରି ବ୍ୟାଟିଂରେ ବାବର ଆଜମ ଓ ମହମ୍ମଦ ରିଜଓ୍ବାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଫର୍ମରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ।
ଦୁର୍ବଳତା: ନଶିମ୍‌ ଶାହାଙ୍କ ଅନୁପସ୍ଥିତି ପାକିସ୍ତାନ ଦଳର ଦୁର୍ବଳ ଲିଙ୍କ ଭାବରେ ବିବେଚନା କରାଯାଉଛି। ଶାହିନ୍‌ଙ୍କ ସହ ନସିମ ଏକ ଚମତ୍କାର ଆକ୍ରମଣର ସର୍ଜନା କରୁଥିଲେ। ତେବେ ପ୍ରଥମ ଅଭ୍ୟାସ ମ୍ୟାଚରେ ହାରିସ୍‌ ରୌଫ୍‌ ଓ ହସନ ଅଲୀ ଏତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲେ। ବିପକ୍ଷ ଦଳର ବ୍ୟାଟଙ୍କ ଉପରେ ଏହା ଚାପ ହ୍ରାସ କରିବା ନେଇ ଆକଳନ କରାଯାଉଛି। ପାକିସ୍ତାନର ଓପନିଂ ଯୋଡି ମଧ୍ୟ ଫର୍ମରେ ନାହାନ୍ତି। ଇମାମ ଉଲ ହକଙ୍କ ଆଭରେଜ ୫୦ରୁ ଅଧିକ ରହିଥିବା ବେଳେ ସେ ଫାଖର ଜମନ ବିଗତ କିଛି ମ୍ୟାଚ୍‌ ଧରି ଫର୍ମରେ ନ ଥିବା ଭଳି ପ୍ରତୀୟମାନ ହେଉଛି। ଏହା ସହିତ ଇମାମ ଉଲ୍‌ ହକଙ୍କ ଷ୍ଟ୍ରାଇକରେଟ ୮୨.୧୮ ରହିଥିବା ବେଳେ ଏହା ମଧ୍ୟ ଦଳ ପାଇଁ ସମସ୍ୟା। ସ୍ପିନରଙ୍କ ମଧ୍ୟରେ ଶାଦାବ ଖାଁ ଓ ମହମ୍ମଦ ନଓ୍ବାଜ ମଧ୍ୟ ଭଲ ଫର୍ମରେ ନାହାନ୍ତି।

ସୁଯୋଗ: ପାକିସ୍ତାନ ଦଳର ମଧ୍ୟକ୍ରମରେ ଖେଳୁଥିବା ସୌଦ୍‌ ଶକିଲ୍‌, ଇଫତିଖାର ଅହମଦ ଓ ଆଘା ସଲମାନଙ୍କ ନିକଟରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିବ। ତେବେ ୩ ଜଣ ଖେଳାଳି ଏକତ୍ର ସ୍ଥାନ ପାଇବା ଅସମ୍ଭବ। ଟେଷ୍ଟରେ ଶକିଲଙ୍କ ଆଭରେଜ ୮୭.୫୦ ରହିଥିବା ବେଳେ ଦିନିକିଆରେ ସେ ନିଜର ଉପସ୍ଥିତି ଜାହିର କରିବାକୁ ଚାହିଁବେ। ସେହିପରି ଇଫତିଖାର ଓ ଆଘା ସଲମାନ ପାର୍ଟ ଟାଇମ ସ୍ପିନ ବୋଲିଂ କରୁଥିବାରୁ ଏହା ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
ବିପଦ: ନଶିମ୍‌ଙ୍କ ଅନୁପସ୍ଥିତି ବୋଲିଂରେ ଦଳର ସନ୍ତୁଳନ ଖରାପ କରିଛି। ଏହା ଦଳ ପାଇଁ ବିପଜ୍ଜନକ ହୋଇପାରେ ବୋଲି ଉପ ଅଧିନାୟକ ଶାଦାବ ଖାଁ କହିଛନ୍ତି। ଏହା ସହିତ ଏକାଧିକ ସମୟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପାକିସ୍ତାନ ନିଜ ପାଇଁ ବଡ ବିପଦ ବୋଲି ଶାଦାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri