Posted inଖେଳ

ପାକିସ୍ତାନ ୩-୦ରେ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୧୧ା୧୧-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ୮ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିନେଇଛି। ମଙ୍ଗଳବାର ଅନୁଷ୍ଠିତ ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୯ଉଇକେଟ ହରାଇ ୧୨୯ ରନ କରିଥିଲା। ଅଧିନାୟକ ଚାମୁ ଚିଭାବା ୩୧, ଡୋନାଲ୍ଡ ତିରିପାନୋ ୨୮ ଏବଂ ମିଲ୍‌ଟନ ଶୁମ୍ବା ଓ ଓ୍ବେଲିଂଟନ ମାସାକାଡ୍‌ଜା ୧୧ରନ ଲେଖାଏଁ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଏଲଟନ ଚିଗୁମ୍ବୁରାଙ୍କର ଏହା ଥିଲା ଅନ୍ତର୍ଜାତୀୟ ଫେୟାରଓ୍ବେଲ ମ୍ୟାଚ। ସେ ମାତ୍ର ୨ ରନ କରିଥିଲେ। ଘରୋଇ ପାକିସ୍ତାନ ଦଳର ସଫଳ ବୋଲର ଉସ୍‌ମାନ କାଦିର ମାତ୍ର ୧୩ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ। ଇମାଦ ଓ୍ବାସିମ ୨ ଏବଂ ମହମ୍ମଦ ହାସନେନ୍‌ ଓ ହାରିସ୍‌ ରଫ୍‌୍‌ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ପାକିସ୍ତାନ ୧୩୦ରନର ବିଜୟ ଲକ୍ଷ୍ୟକୁ ୧୫.୨ ଓଭରରେ ମାତ୍ର ୨ଉଇକେଟ ବିନିମୟରେ ହାସଲ କରି ନେଇଥିଲା। ଅବ୍‌ଦୁଲ୍ଲା ସଫିକ୍‌ ୪୧ ଏବଂ ଖୁସ୍‌ଦିଲ୍‌ ଶାହା ୩୬ ରନ କରି ଅପରାଜିତ ରହିଥିଲେ। ହାଇଦର ଅଲୀ ୨୭ ଏବଂ ଫଖର ଜମାନ ୨୧ ରନ କରିଥିଲେ। ମାସାକାଡ୍‌ଜା ଓ ଶୁମ୍ବା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଉସ୍‌ମାନ କାଦିର ଉଭୟ ମ୍ୟାନ ଅଫ୍‌ ଦି ମ୍ୟାଚ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ଜିମ୍ବାଓ୍ବେ ବର୍ତ୍ତମାନ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆରେ ବିଜୟ ସହ ସ୍ବଦେଶ ଫେରିବ। ପାକିସ୍ତାନ ଏହି ହ୍ବାଇଟ୍‌ ବଲ ସିରିଜରୁ ଦୃଢ଼ ଆତ୍ମବିଶ୍ୱାସ ସହ ପାକିସ୍ତାନ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟୁର୍‌ରେ ଯିବ। ସେଠାରେ ଏକ ପୂର୍ଣ୍ଣାଙ୍ଗ ଟୁର୍‌ ଡିସେମ୍ବର ୧୮ରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ: ୨୦ ଓଭରରେ ୧୨୯/୯ (ଚିଭାବା-୩୧, ତିରିପାନୋ-୨୮, ଉସ୍‌ମାନ କାଦିର-୪/୧୩, ଇମାଦ ଓ୍ବାସିମ୍‌-୨/୨୭)।
ପାକିସ୍ତାନ: ୧୫.୨ ଓଭରରେ ୧୩୦/୨ (ଅବ୍‌ଦୁଲ୍ଲା ସଫିକ୍‌-୪୧*, ଖୁସ୍‌ଦିଲ୍‌ ଶାହା-୩୬*, ହାଇଦର ଅଲୀ-୨୭, ଫଖର ଜମାନ-୨୧, ମାସାକାଡ୍‌ଜା-୧/୧୯, ଶୁମ୍ବା-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri