Categories: ଖେଳ

ମହିଳା ଏସିଆ ଟି-୨୦: ପାକିସ୍ତାନଠାରୁ ହାରିଲା ଭାରତ

ଢାକା,୭।୧୦: ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ମହିଳା ଏସିଆ କପ୍‌ ଟି-୨୦ ଭାରତ-ପାକିସ୍ତାନ ମହାମୁକାବିଲାରେ ପାକିସ୍ତାନ ୧୩ରନରେ ବିଜୟୀ ହୋଇଛି। ଅଧିନାୟକ ବିସ୍‌ମାହ ମୋରୋଫ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୧୩୮ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ପାକିସ୍ତାନ। ହେଲେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୪ ରନ୍‌ କରିବାରେ ସଫଳ ହୋଇଥିଲା। ଭାରତର ରିଚା ଘୋଷ(ଉଇକେଟ କିପର) ସର୍ବାଧିକ ୨୬ ରନ୍‌ କରିଥିଲେ। ଅନ୍ୟପକ୍ଷେ ହରମାନପ୍ରୀତ କୌର ନେତୃତ୍ୱାଧୀନ ଭାରତର ଅନ୍ୟ ପ୍ରମୁଖ ବ୍ୟାଟର ଫେଲ୍‌ ମାରିଥିଲେ। ପାକିସ୍ତାନର ଅଲରାଉଣ୍ଡର ନିଦ୍‌ ରସିଦ୍‌ ଦାର ପ୍ଲେୟର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

Share