Posted inଖେଳ

ପାକିସ୍ତାନରେ ହେବ ୨୦୨୫ ଚାମ୍ପିୟନ୍ସ ଟ୍ରଫି

ଦୁବାଇ,୧୬।୧୧: ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟର ଆୟୋଜକଙ୍କ ତାଲିକା ମଙ୍ଗଳବାର ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ। ଅନ୍ତିମ ଥର ୨୦୧୭ରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଏଥର ଫେରିଛି। ଏହି ଇଭେଣ୍ଟର ପରବର୍ତ୍ତୀ ସଂସ୍କରଣ ୨୦୨୫ରେ ପାକିସ୍ତାନରେ ଖେଳାଯିବ। ଆଇସିସିର ଆଗାମୀ ସାଇକେଲରେ ହେବାକୁ ଥିବା ୨ଟି ଦିନିକିଆ ବିଶ୍ୱକପ୍‌, ୪ ଟି୨୦ ବିଶ୍ୱକପ୍‌ ଏବଂ ୨ଟି ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି ଇଭେଣ୍ଟର ଆୟୋଜନ ଅଧିକାରୀ ୧୧ ପୂର୍ଣ୍ଣ ସଦସ୍ୟତା ପ୍ରାପ୍ତ ଦେଶ ଓ ୩ ଆସୋସିଏଟ୍‌ ମେମ୍ବରଙ୍କୁ ଦିଆଯାଇଛି।

ଆମେରିକା ଓ ନାମିବିଆ ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ୍‌ ଇଭେଣ୍ଟ ଆୟୋଜନ କରିବେ। ପୂର୍ବରୁ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଆୟର୍ଲାଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ ଓ ଜିମ୍ବାଓ୍ବେ କ୍ରିକେଟର ମହାକୁମ୍ଭ ଆୟୋଜନ କରିଥିଲେ। ଆଗାମୀ ଦଶନ୍ଧିରେ ମଧ୍ୟ ଏମାନେ ଆଇସିସିର ମେଜର ଇଭେଣ୍ଟ ଆୟୋଜନ କରିବେ।

କେଉଁ ଇଭେଣ୍ଟର ଆୟୋଜନ ଅଧିକାରୀ କେଉଁ ଦେଶକୁ ମିଳିବ, ତାହା ବିଡିଂ ପ୍ରକ୍ରିୟା ଦ୍ୱାରା ଧାର୍ଯ୍ୟ ହୋଇଥିଲା। ମାର୍ଟିନ ସ୍ନେଡେନ, ସୌରଭ ଗାଙ୍ଗୁଲି ଓ ରିକି ସ୍କେରିଟଙ୍କୁ ନେଇ ଗଠିତ ଏକ ସବ୍‌ କମିଟିର ତତ୍ତ୍ୱାବଧାନରେ ଏହି ବିଡିଂ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି କମିଟିର ସୁପାରିଶକୁ ଆଇସିସି ମ୍ୟାନେଜମେଣ୍ଟ ଅନୁମୋଦନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri