Posted inଜାତୀୟ

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ କହିବା ଅନୁଯାୟୀ, ଅପରେଶନରେ ଦୁଇ ଜଣ ଆତଙ୍କବାଦୀ ଓ ସେମାନଙ୍କୁ ସମର୍ଥନ କରୁଥିବା ଦୁଇ ବ୍ୟବସାୟୀ ଅଛନ୍ତି।

ସୋମବାର ସନ୍ଧ୍ୟାରେ ଶ୍ରୀନଗରସ୍ଥିତ ହାଇଡରପୋରାରେ କମର୍ସିଆଲ କମ୍ପ୍ଲେକ୍ସରେ ଆତଙ୍କବାଦୀଙ୍କ ସହ ମୁହଁମୁହିଁ ହୋଇଥିଲା ସୁରକ୍ଷା ବଳ। ଘଟଣାସ୍ଥଳରେ ମୃତ ବ୍ୟବସାୟୀ ଡ. ମୁଦାସିର ଗୁଲ ଓ ଅଲତାଫ ଭଟଙ୍କ ଦୋକାନ ଥିଲା ପୋଲିସ ପକ୍ଷରୁ କୁହାଯାଇଛି। ପେଶାରେ ଜଣେ ଦାନ୍ତ ବିଶେଷଜ୍ଞ ମୁଦସିର ଗୁଲ କମ୍ପ୍ଲେକ୍ସରେ ଏକ କମ୍ପ୍ୟୁଟର ସେଣ୍ଟର ଚଲାଉଥିଲେ। ସେହି କମର୍ସିଆଲ କମ୍ପ୍ଲେକ୍ସର ମାଲିକ ହେଉଛନ୍ତି ଅଲତାଫ ଭଟ। କମ୍ପ୍ଲେକ୍ସରେ ତାଙ୍କର ଏକ ହାଡଓ୍ବେର ଓ ସିମେଣ୍ଟ ଦୋକାନ ଥିଲା।

ମୃତ ବ୍ୟବସାୟୀଙ୍କ ପରିବାରବର୍ଗ ସେମାନଙ୍କ ମୃତ୍ୟୁ ପାଇଁ ସୁରକ୍ଷା ବଳକୁ ଦାୟୀ କରୁଥିବା ବେଳେ ଦୁହିଁଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ନ ହେଲେ କ୍ରସ୍‌ ଫାୟାରିଂ ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି।

ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାରବର୍ଗ ମୃତଦେହ ଦାବି କରୁଛନ୍ତି। କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଛି, ଆଇନ ଓ ଶୃଙ୍ଖଳା ପରିସ୍ଥିତି କାରଣରୁ ମୃତଦେହ ପରିବାରକୁ ଦିଆଯାଇ ପାରିବ ନାହିଁ। ସମସ୍ତ ମୃତଦେହକୁ ଶ୍ରୀନଗରଠାରୁ ୧୦୦ କିମି ଦୂର ଉତ୍ତର କଶ୍ମୀରର ହାଣ୍ଡଓ୍ବାରା ଅଞ୍ଚଳରେ ପୋତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?