ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ଉଇକେଟ୍ ହରାଇ ୩୩୭ ରନ ସଂଗ୍ରହ କରିଛି। ଟାଇଟଲ ହାତେଇବା ପାଇଁ ଭାରତକୁ ୩୩୮ ରନର ଆବଶ୍ୟକତା ରହିଛି।
ଭାରତ ଓ ପାକିସ୍ତାନ ଦଳ ପୁଣିଥରେ କ୍ରିକେଟ ମୈଦାନରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି। ଆଜି ଯେଉଁ ଦଳ ବାଜି ମାରିବ, ଟ୍ରଫି ସେହି ଦଳ ହାତେଇବ। ଟସ୍ ଜିତି ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ଆଜିର ମ୍ୟାଚ ପୂର୍ବରୁ ଉଭୟ ଦଳ ମଧ୍ୟରେ ମୋଟ ୩୧ଟି ମୁକାବିଲା ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୭ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୧୩ଟି ମ୍ୟାଚ ଜିତିଛି। ଅର୍ଥାତ୍ ହେଡ-ଟୁ-ହେଡ ରେକର୍ଡରେ ଉଭୟ ଦଳ ମଧ୍ୟରେ ବେଶି ଫରକ ନାହିଁ। ଭାରତୀୟ ଦଳକୁ ପାକିସ୍ତାନଠାରୁ କଡ଼ା ଟକ୍କର ମିଳିବ।