୫ଥର ବିବାହ କରିଥିବା ପ୍ରଧାନମନ୍ତ୍ରୀ, ନିଜ ବେଗମ ପାଇଁ କରିଥିଲେ ଫ୍ଲାଇଓଭର

ଇସଲାମାବାଦ,୨୦।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ରାଜନୈତିକ ଜୀବନ ସହିତ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଅନେକ ରିପୋର୍ଟରେ କୁହାଯାଇଛି ଯେ ସେ ଥରେ ନୁହେଁ ୫ଥର ବିବାହ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପାକିସ୍ତାନରେ “Man with 5 Marriages” ବୋଲି ମଜାରେ କୁହାଯାଏ। ତାଙ୍କ ବିବାହ ଓ ସମ୍ପର୍କଗୁଡିକ ଅନେକ ବିବାଦ ଓ ଗୁପ୍ତ କାହାଣୀ ଭାବେ ରହିଛି, ଯାହା ତାଙ୍କ ପରିବାର, ବିଶେଷକରି ତାଙ୍କ ବଡ଼ ଭାଇ ନୱାଜ ଶରିଫଙ୍କ ସହ ସମ୍ପର୍କରେ ମଧ୍ୟ ତିକ୍ତତା ଆଣିଛି।

ପ୍ରଥମ ବିବାହ: ନୁସରତ ବଟ
ଶେହବାଜ ସରିଫ ୧୯୭୩ ମସିହାରେ ତାଙ୍କ ମାମୁଁ ଝିଅ ନୁସରତ ବଟଙ୍କୁ ବିବାହ କରିଥିଲେ। ଏହି ବିବାହକୁ ତାଙ୍କ ପରିବାର, ବିଶେଷକରି ତାଙ୍କ ବାପା ମିଆଁ ଶରିଫ ରାଜି ହୋ ନ ଥିଲେ। ନୁସରତ ଓ ଶେହବାଜଙ୍କର ଚାରି ସନ୍ତାନ – ଦୁଇ ପୁଅ (ସାଲମାନ ଓ ହମଜା) ଏବଂ ଦୁଇ ଝିଅ (ଜାଭେରିଆ ଓ ରାବିଆ)। ୧୯୯୩ ମସିହାରେ ଏହି ବିବାହ ବିଚ୍ଛେଦରେ ଶେଷ ହୋଇଥିଲା। ନୁସରତ ବର୍ତ୍ତମାନ ଏକାକୀ ଜୀବନ ଯାପନ କରୁଛନ୍ତି, କିନ୍ତୁ ୨୦୨୨ ମସିହାରେ ଶେହବାଜଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିଥିଲା।

ଦ୍ୱିତୀୟ ବିବାହ: ଆଲିୟା ହନି
୧୯୯୩ ମସିହାରେ ଶେହବାଜ ପାକିସ୍ତାନୀ ମଡେଲ ଆଲିୟା ହନିଙ୍କୁ ବିବାହ କରିଥିଲେ। ଏହି ବିବାହ ମଧ୍ୟ ତାଙ୍କ ବାପାଙ୍କ ଅନୁମୋଦନ ବିନା ହୋଇଥିଲା। ଲାହୋରରେ ଏକ ପୋଲ ନାମକ “ହନି ବ୍ରିଜ” ଏହି ସମ୍ପର୍କ ସହ ଜଡିତ। ଯାହାକୁ ଶେହବାଜ ନିର୍ମାଣ କରିଥିଲେ ବୋଲି କୁହାଯାଏ, ଯାହା ଆଲିୟାଙ୍କ ଘରକୁ ଯିବା ପାଇଁ ସୁବିଧା କରିବ। କିନ୍ତୁ ୧୯୯୯ ମସିହାରେ ପାକିସ୍ତାନରେ ସାମରିକ ଅଭ୍ୟୁତ୍ଥାନ ପରେ ଶେହବାଜ ଓ ତାଙ୍କ ପରିବାର ସାଉଦି ଆରବରେ ନିର୍ବାସନରେ ଥିବା ସମୟରେ ଏହି ବିବାହ ଭାଙ୍ଗିଯାଇଥିଲା। ପରେ ଆଲିୟାଙ୍କ ମୃତ୍ୟୁ ରହସ୍ୟମୟ ପରିସ୍ଥିତିରେ ହୋଇଥିଲା।

ତୃତୀୟ ବିବାହ: ନର୍ଗିସ ଖୋସା
ଏହି ବର୍ଷ ମଧ୍ୟରେ (୧୯୯୩) ଶେହବାଜ ନର୍ଗିସ ଖୋସାଙ୍କୁ ଗୁପ୍ତ ଭାବେ ବିବାହ କରିଥିବା ଅନୁମାନ କରାଯାଏ। ନର୍ଗିସ ହେଉଛନ୍ତି ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ତାରିକ ଖୋସାଙ୍କ ଭଉଣୀ। ଏହି ବିବାହ ଶରିଫ ପରିବାରଙ୍କ ଦ୍ୱାରା ଗ୍ରହଣ କରାଯାଇ ନଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଚ୍ଛେଦରେ ଶେଷ ହୋଇଥିଲା।

ଚତୁର୍ଥ ବିବାହ: ତେହମିନା ଦୁର୍ରାନୀ
ଶେହବାଜଙ୍କ ସବୁଠାରୁ ଚର୍ଚ୍ଚିତ ବିବାହ ହେଉଛି ୨୦୦୩ ମସିହାରେ ପ୍ରଖ୍ୟାତ ଲେଖିକା ତେହମିନା ଦୁର୍ରାନୀଙ୍କ ସହ। ଏହି ବିବାହ ଗୁପ୍ତ ରହିଥିଲା ଏବଂ ଶରିଫ ପରିବାର କିମ୍ବା ସରକାରୀ ଅଧିକାରୀମାନେ ଏହା ବିଷୟରେ କିଛି ଜାଣି ନଥିଲେ। ତେହମିନା, ଯିଏକି “ମାଇଁ ଫ୍ୟୁଡାଲ ଲର୍ଡ” ପୁସ୍ତକ ପାଇଁ ଜଣାଶୁଣା, ବର୍ତ୍ତମାନ ପାକିସ୍ତାନର ପ୍ରଥମ ମହିଳା (ଫାସର୍‌ଟ ଲେଡି)। ଏହି ବିବାହକୁ ନୱାଜ ଶରିଫ ପ୍ରଥମେ ବିରୋଧ କରିଥିଲେ, କିନ୍ତୁ ପରେ ତାଙ୍କ ସହ ସମ୍ପର୍କ ସୁଧୁରିଥିବା ଜଣାଯାଏ।

ପଞ୍ଚମ ବିବାହ: କୁଲସୁମ
୨୦୧୨ ମସିହାରେ ଶେହବାଜ ଜଣେ ସରକାରୀ ଅଧିକାରୀ କୁଲସୁମଙ୍କୁ ବିବାହ କରିଥିବା ଅନୁମାନ କରାଯାଏ। ଏହି ବିବାହ ମଧ୍ୟ ଗୁପ୍ତ ଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଚ୍ଛେଦରେ ଶେଷ ହୋଇଥିଲା। କୁଲସୁମ ଏହି ବିବାହର ଦାବିକୁ ଅସ୍ବୀକାର କରିଛନ୍ତି।

ବିବାଦ ଓ ପରିବାରୀକ ତିକ୍ତତା
ଶେହବାଜଙ୍କ ବିବାହ ଓ ସମ୍ପର୍କଗୁଡିକ ଶରିଫ ପରିବାର ମଧ୍ୟରେ ଅନେକ ଥର ତିକ୍ତତା ସୃଷ୍ଟି କରିଛି। ତାଙ୍କ ବଡ଼ ଭାଇ ନୱାଜ ଶରିଫ, ଯିଏ ଜଣେ ସ୍ଥିର ବୈବାହିକ ଜୀବନ ଯାପନ କରିଛନ୍ତି, ଶେହବାଜଙ୍କ ବିବାହକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ତେହମିନା ଦୁର୍ରାନୀଙ୍କ ସହ ବିବାହ ନୱାଜଙ୍କ ପାଇଁ ଅସ୍ବୀକାର୍ଯ୍ୟ ଥିଲା, କିନ୍ତୁ ସମୟ କ୍ରମେ ଏହା ସ୍ବୀକୃତ ମିଳିଥିଲା।

ଶେହବାଜ ଶରିଫ ଜଣେ କୁଶଳୀ ପ୍ରଶାସକ ଭାବେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ରାଜନୈତିକ ଜୀବନ ଯେତିକି ସଫଳ, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ବିବାଦୀୟ। ତାଙ୍କ ବିବାହ ଓ ସମ୍ପର୍କଗୁଡିକ ପାକିସ୍ତାନୀ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି, ଯାହା ତାଙ୍କ ରାଜନୈତିକ ପ୍ରତିଛବିକୁ ମଧ୍ୟ ପ୍ରଭାବିତ କରିଛି।

ସାମାଜିକ ମାଧ୍ୟମରେ ଶେହବାଜଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ମଜାଳିଆ ଓ ବିବାଦୀୟ ଟିପ୍ପଣୀ ଦେଖାଯାଉଛି। କେହି କେହି ତାଙ୍କୁ “ପାଞ୍ଚ ପତ୍ନୀର ପ୍ରଧାନମନ୍ତ୍ରୀ” ବୋଲି କହୁଛନ୍ତି। ଯାହା ତାଙ୍କ ରାଜନୈତିକ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri