ମୃତ୍ୟୁଦଣ୍ଡକୁ ବିରୋଧ କରିପାରିବେ କୁଳଭୂଷଣ

ନୂଆଦିଲ୍ଲୀ, ୧୮।୧୧: ପାକିସ୍ତାନ ଜେଲରେ କଏଦ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମିଳିବାକୁ ଯାଉଛି ମୃତ୍ୟୁଦଣ୍ଡକୁ ବିରୋଧ କରିବାର ଅଧିକାର। ବୁଧବାର ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଏହି ସମ୍ପର୍କିତ ଏକ ବିଲ୍‌ ଗୃହୀତ ହୋଇଛି। ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କୁଳଭୂଷଣଙ୍କୁ ଅପିଲ ଅଧିକାର ଦେବା ନିମନ୍ତେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ପାକ୍‌ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା।

ଗୁପ୍ତଚରଗିରି ଏବଂ ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ କୁଳଭୂଷଣ (୫୧)ଙ୍କୁ ୨୦୧୭ ଏପ୍ରିଲରେ ପାକିସ୍ତାନ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଭାରତ ସରକାର ଏହି ଦଣ୍ଡାଦେଶକୁ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲେ। ଏଥିସହିତ କୁଳଭୂଷଣଙ୍କୁ ନିଜ ଦେଶର ଦୂତାବାସ ଜରିଆରେ ଆଇନଗତ ସହାୟତାକୁ ପାକିସ୍ତାନ ଅନୁମତି ଦେଉ ନ ଥିବା ସମ୍ପର୍କରେ ନୂଆଦିଲ୍ଲୀ ଜାତିସଂଘ ଅଦାଲତଙ୍କୁ ଜଣାଇଥିଲା। ଆଇସିଜେଙ୍କ ନିର୍ଦ୍ଦେଶ ଅନୁଯାୟୀ କୁଳଭୂଷଣଙ୍କୁ ଅପିଲ୍‌ ଅଧିକାର ଦେବା ଲାଗି ଗତ ଜୁନ୍‌ରେ ପାକିସ୍ତାନ ଏକ ବିଲ୍‌ ଆଣିଥିଲା।

ତେବେ ଏହି ପ୍ରସ୍ତାବିତ ଆଇନରେ ଆଇସିଜେଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଲାଗି ବ୍ୟବସ୍ଥା ନ ଥିବା କହି ନୂଆଦିଲ୍ଲୀ ଏହାର ବିରୋଧ କରିଥିଲା। ଦଣ୍ଡାଦେଶର ଉପଯୁକ୍ତ ସମୀକ୍ଷା କରିବା ସହ ପୁନର୍ବିଚାର କରିବା ଲାଗି ଆଇସିଜେ ପାକ୍‌ ପାର୍ଲାମେଣ୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ପାକ୍‌ ସରକାର ଆଇସିଜେ ରୁଲିଂକୁ ନେଇ ପାର୍ଲାମେଣ୍ଟରେ ଏକ ଅଧ୍ୟାଦେଶ ଉପସ୍ଥାପନ କରିଥିଲେ। ସେହିବର୍ଷ ମେ’ ୨୦ରେ ଉକ୍ତ ଅଧ୍ୟାଦେଶ କାର୍ଯ୍ୟକାରୀ ହୋଇଥିଲା। କୁଳଭୂଷଣଙ୍କ ମାମଲାରେ ଏହା ଫଳପ୍ରଦ ସମୀକ୍ଷା ଓ ପୁନର୍ବିଚାର ପାଇଁ ଉପଯୁକ୍ତ ବ୍ୟବସ୍ଥା ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସେତେବେଳେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri